• Home
  • News
  • ମୃତ୍ୟୁର ଖେଳ ବ୍ଲୁହ୍ୱେଲ କୁ ବନ୍ଦ କରିବା ଅସମ୍ଭବ – କେନ୍ଦ୍ରସରକାର
News

ମୃତ୍ୟୁର ଖେଳ ବ୍ଲୁହ୍ୱେଲ କୁ ବନ୍ଦ କରିବା ଅସମ୍ଭବ – କେନ୍ଦ୍ରସରକାର

ବ୍ଲୁହ୍ୱେଲ ଗେମ ବର୍ତ୍ତମାନ ଏକ ଜାତୀୟ ସମସ୍ୟା ପାଲଟିଛି । ମାତ୍ର ନିକଟରେ ଏହା ଆପ ବେସଡ ଖେଳ ହୋଇନଥିବାରୁ ଏହାକୁ ବନ୍ଦ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟରେ ଯୁକ୍ତି ଦର୍ଶାଇଛନ୍ତି କେନ୍ଦ୍ରସରକାର । ପୂର୍ବରୁ ସୁପ୍ରିମକୋର୍ଟ ଏହି ଗେମର ଭୟାବହତା ବିଷୟରେ ସଚେତନ କରାଇବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ଏବେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ପାଇଁ ସମସ୍ତ ରାଜ୍ୟର ମୁଖ୍ୟଶାସନ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

‘ବ୍ଲୁହ୍ୱେଲ’ଗେମକୁ ‘ଆତ୍ମହତ୍ୟାର ଖେଳ’ବୋଲି କୁହାଯାଉଛି ।  ୫୦ ଦିନ ଅବଧି ବିଶିଷ୍ଟ ଏହି ଗେମ ମୁଖ୍ୟତଃ ‘ଟିନ ଏଜ’ ବା କିଶୋର-କିଶୋରୀମାନଙ୍କୁ ବେଶି ଆକୃଷ୍ଟ କରୁଛି ଏବଂ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜର ସାମ୍ନା କରିବା ପାଇଁ ପ୍ରବର୍ତ୍ତାଉଛି ଶେଷରେ ୫୦ତମ ଦିବସରେ ଆତ୍ମହତ୍ୟା ପାଇଁ ବାଧ୍ୟ କରୁଛି ।‘ବ୍ଲୁ ହ୍ୱେଲ’ ଗେମ ଦ୍ୱାରା ପ୍ରଭାବିତ ହୋଇ ଋଷିଆର ୧୩୦ ଯୁବକ-ଯୁବତୀ ମୃତ୍ୟୁବରଣ କରିବା ପରେ ଏହାର ଭୟବହତା ବିଷୟରେ ଜଣାପଡିଯାଉଛି ।

ଗତ ଅକ୍ଟୋବର ମାସରେ ସୁପ୍ରିମକୋର୍ଟ , କୋର୍ଟ ବିଶେଷଜ୍ଞମାନଙ୍କୁ ନେଇ ଏହି ଭୟଙ୍କର ଗେମ ଉପରେ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେବା ସହ ଗେମ ସମ୍ବନ୍ଧୀୟ ଜବାବ ଦାଖଲ ପାଇଁ କେନ୍ଦ୍ର ସରକାରକୁ ନିର୍ଦ୍ଦେଶ ଦେଇଥିଲେ । ସମାଜସେବୀ ତଥା ଆଇନଜୀବୀ ସ୍ନେହ କଲିତ ଏହା ଉପରେ ଆବେଦନ କରିଥିଲେ ।

ମୃତ୍ୟୁର ଖେଳ "ବ୍ଲୁହ୍ୱେଲ" କୁ ବନ୍ଦ କରିବା ଅସମ୍ଭବ - କେନ୍ଦ୍ରସରକାର  ମୃତ୍ୟୁର ଖେଳ ବ୍ଲୁହ୍ୱେଲ କୁ ବନ୍ଦ କରିବା ଅସମ୍ଭବ – କେନ୍ଦ୍ରସରକାର

ପଢନ୍ତୁ ଏହି ସୌନ୍ଦର୍ଜ୍ୟର ରହସ୍ୟାତ୍ମକ ମିଶ୍ରଣ ବିଷୟରେ

Related posts

ଭାରତୀୟ ପ୍ରତିରକ୍ଷା ଗବେଷଣା ଏବୋଂ ବିକାଶ ସଂଗଠନ ଦ୍ଵାରା ଚାନ୍ଦିପୁରରୁ ନିର୍ଭୟ କ୍ଷେପଣାସ୍ତ୍ର ପରୀକ୍ଷଣ

Krishna Kumar Manoj

ନାବାଳିକା ଦୁଷ୍କର୍ମ ମାମଲା:ବାବା ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ!

Krishna Kumar Manoj

ବିଶାଖାପାଟଣା- ଅମୃତସର ଏକ୍ସପ୍ରେସ ଲାଇନ୍ ଚ୍ୟୁତରୁ ବଞ୍ଚିଲା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More