EnewsOdia.Com

ପ୍ଲାଷ୍ଟିକ ବଦଳରେ ପେଟପୂରା ଆହାର

ପ୍ଲାଷ୍ଟିକ୍ ଦିଅନ୍ତୁ, ଆହାର ଖାଆନ୍ତୁ। ଅଧା କିଲୋ ବର୍ଜ୍ୟ ପ୍ଲାଷ୍ଟିକ୍‌ ଦେଲେ ତା’ ବଦଳରେ ମିଳିବ ଗୋଟିଏ ଆହାର ମିଲ୍। ତେବେ ଜଣେ ବ୍ୟକ୍ତି ସର୍ବାଧିକ ଗୋଟିଏ ଦିନରେ ୧ କିଲୋ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ ଦେଇ ଆହାର ମିଲ୍‌ ପାଇଁ କୁପନ୍‌ ନେଇ ପାରିବେ। ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଏଭଳି ଅଭିନବ ପ୍ରୟାସ। ଭୁବନେଶ୍ୱରକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ପାଇଁ ଏଭଳି ଏକ ଅଭିନବ ପ୍ରୟାସ ଗ୍ରହଣ କରିଛି ଭୁବନେଶ୍ୱର ମହାନଗର ନିଗମ। ଆଜି ଠାରୁ ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଆସୁଥିବା ଆହାର କେନ୍ଦ୍ରରେ ଅଧା କିଲୋ ପ୍ଲାଷ୍ଟିକ୍ ବଦଳରେ ଆହାର ମିଲ୍ ଖାଇପାରିବେ ଲୋକେ।

ସୋମବାର କଳ୍ପନା ଛକରେ ଥିବା ଆହାର କେନ୍ଦ୍ରରେ ମିଲ୍ ଫର୍ ପ୍ଲାଷ୍ଟିକ୍ ଅଭିଯାନକୁ ବିଏମସି ଆରମ୍ଭ କରିଛି । ଏହାସହ କ୍ୟାପିଟାଲ ହସ୍ପିଟାଲ ପରିସରରରେ ଥିବା ଆହାର କେନ୍ଦ୍ର, ସମ୍ ହସ୍ପିଟାଲ ପାଖ , କଳିଙ୍ଗ ହସ୍ପିଟାଲ ପାଖ, ନୂଆପଲ୍ଲୀ, ରସୁଲଗଡ, ଏମସ୍ ପାଖରେ ଦୁଇଟି ଆହାର କେନ୍ଦ୍ର, ମାଷ୍ଟରକ୍ୟାଣ୍ଟିନ୍ ସିଟି ବସଷ୍ଟାଣ୍ଡ ପାଖ, ବରମୁଣ୍ଡା ବସଷ୍ଟାଣ୍ଡ ପରିସର ଓ ୟୁନିଟ-୨ ମାର୍କେଟ ବିଲ୍ଡିଂ ପାଖ ଭଳି ସହରର ମୋଟ ୧୧ଟି ଆହାର କେନ୍ଦ୍ରରେ ପ୍ଲାଷ୍ଟିକ୍ ବଦଳରେ ମାଗଣା ଆହାର ଦିଆଯାଇଛି।

ପଢନ୍ତୁ: ବଢ଼ିଲା ‘ବ୍ରହ୍ମୋସ୍‌’ର ଲକ୍ଷ୍ୟଭେଦ କ୍ଷମତା

ସମ୍ବନ୍ଧିତ ଖବର

ମେଲାଣି ନେଲେ ମା’ : ଟ୍ୱିନସିଟିରେ ସାରା ରାତି ଚାଲିଲା ଭସାଣି

Ratnamani Maharana

କେନ୍ଦ୍ରାପଡା ସମୁଦ୍ରରୁ ଧରାପଡିଲା ବିରଳ ପ୍ରଜାତିର ମାଛ ମୟୂର

Ratnamani Maharana

ମିଠା ପ୍ୟାକେଟରେ ଏକ୍ସପାୟରୀ ଡେଟ୍‌ ଲେଖିବା ହେଲା ବାଧ୍ୟତାମୂଳକ

Ratnamani Maharana

ନିର୍ଭୟା ମାମଲାରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ

Ratnamani Maharana

୩୨୪ ଭାରତୀୟଙ୍କ ଧରି ଚାଇନାରୁ ଦିଲ୍ଲୀ ଆସିଲା ବିମାନ

Ratnamani Maharana

ସବୁଠୁ ଶସ୍ତା 4G ସ୍ମାର୍ଟଫୋନ ଲଞ୍ଚ କରିବ ଜିଓ

Ratnamani Maharana