ଏହାସହ ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀ ନିଜେ ସ୍ଵଛ ରହିବା ସହ ସଫା ପୋଷାକ ପିନ୍ଧିବା, ହାତରେ ଗ୍ଲୋବସ, ମୁଣ୍ଡରେ କ୍ୟାପ, ମାସ୍କ ଓ ଆପ୍ରୋନ ପିନ୍ଧିବା ପ୍ରତି ଗୁରୁତ୍ୱ ଦେବାକୁ ନିର୍ଦେଶ ଦିଆଯାଇଛି। ଖାଦ୍ୟ ନିରାପତ୍ତା ନିୟମ ମାନିବା ସମସ୍ତ ଷ୍ଟ୍ରୀଟ ଫୁଡ଼ ଭେଣ୍ଡରଙ୍କ ପାଇଁ ଅନିର୍ବାର୍ଯ୍ୟ। ନୋ ଭେଣ୍ଡିଙ୍ଗ ଯୋନ ଏରିଆରେ କେହି ମଧ୍ୟ ଖାଦ୍ୟ ଠେଲା ବା ଗାଡି ଲଗାଇ ବ୍ୟବସାୟ କରିପାରିବେ ନାହିଁ। ଏନେଇ ଆଜି ବିଏମସି ପକ୍ଷରୁ ବିଧିବଦ୍ଧ ନୋଟିସ କରାଯାଇଛି। ଯାହା ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦେଶନମାରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଯଦି କୌଣସି ଷ୍ଟ୍ରୀଟ ଫୁଡ଼ ଭେଣ୍ଡର ନିୟମ ନ ମାନିଲେ ତେବେ ଖିଲାପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍କୁ ବିରୋଧ କରି ଗଡୁନି ଘରୋଇ ବସ, ହନ୍ତସନ୍ତ ଯାତ୍ରୀ
ଲକ୍ଷ୍ମୀ ଯୋଜନାରେ ବାହାର ରାଜ୍ୟର ଏକ ଘରୋଇ କମ୍ପାନୀରୁ ସରକାର ବସ୍ ଆଣି ବିଭିନ୍ନ ପଞ୍ଚାୟତରୁ ଭୁବନେଶ୍ୱର ଯାଏ ଚଳାଇବାକୁ ଯୋଜନା କରୁଛନ୍ତି। ଏହାର ବିରୋଧ କରାଯାଉଛି ବୋଲି ଉମରକୋଟ ବସ୍ ମାଲିକ ସଂଘ ସମ୍ପାଦକ ପେଣ୍ଡ୍ରା ରାଓ ସୂଚନା ଦେଇଛନ୍ତି।