Loading...

ସମ୍ଭାବ୍ୟ ବାତ୍ୟା ପାଇଁ ବିଏମସିର ଚିନ୍ତା, କୌଣସି ସରକାରୀ କର୍ମଚାରୀ ମୁଖ୍ୟାଳୟ ନ ଛାଡିବାକୁ ନିର୍ଦ୍ଦେଶ

ସମ୍ଭାବ୍ୟ ବାତ୍ୟା ପାଇଁ ବିଏମସିର ଚିନ୍ତା, କୌଣସି ସରକାରୀ କର୍ମଚାରୀ ମୁଖ୍ୟାଳୟ ନ ଛାଡିବାକୁ ନିର୍ଦ୍ଦେଶ

ସମ୍ଭାବ୍ୟ ବାତ୍ୟା ‘ମୋଚା’ ପାଇଁ କୌଣସି ସରକାରୀ କର୍ମଚାରୀ ମୁଖ୍ୟାଳୟ ନ ଛାଡିବାକୁ ନିର୍ଦ୍ଦେଶ ଦେଇଛି ବିଏମସି। ଗତକାଲି ବିଏମ୍‌ସି ଏକାମ୍ର ହଲ୍‌ରେ ବସିଥିବା ଏକ ପ୍ରସ୍ତୁତି ବୈଠକରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ସମ୍ଭାବ୍ୟ ବାତ୍ୟା ‘ମୋଚା’ ପାଇଁ କୌଣସି ସରକାରୀ କର୍ମଚାରୀ ମୁଖ୍ୟାଳୟ ନ ଛାଡିବାକୁ ନିର୍ଦ୍ଦେଶ ଦେଇଛି ବିଏମସି। ଗତକାଲି ବିଏମ୍‌ସି ଏକାମ୍ର ହଲ୍‌ରେ ବସିଥିବା ଏକ ପ୍ରସ୍ତୁତି ବୈଠକରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସେଗୁଡିକ ହେଲା ------

୧/ ‘ଜିରୋ କାଜୁଆଲିଟି’ ଉପରେ ଗୁରୁତ୍ବାରୋପ 

୨/ ବିପଦସଂକୁଳ ଅବସ୍ଥାରେ ରହିଥିବା କୋଠାଘର, ଗଛ, ବିଦ୍ୟୁତ୍‌ଖୁଣ୍ଟ, ତଳିଆ ଅଞ୍ଚଳରେ ଥିବା କଚ୍ଚା ଘର ଓ ଜଳମଗ୍ନ ହେଉଥିବା ବସ୍ତିଗୁଡିକୁ ଚିହ୍ନଟ କରିବାକୁ କୁହାଯାଇଛି।

୩/ ଘରୋଇ ଓ ବିଏମ୍‌ସି କଲ୍ୟାଣ ମଣ୍ଡପ, ବିଦ୍ୟାଳୟ, କମ୍ୟୁନିଟି ସେଣ୍ଟରଗୁଡିକୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯିବ। ଏଣୁ ଏ ସବୁ ଯାଞ୍ଚ କରିବାକୁ କୁହାଯାଇଛି। ସେଠାରେ ପାଇଖାନା, ପାନୀୟ ଜଳ, ଜେନେରେଟର, ଶୁଖିଲା ଖାଦ୍ୟ, ଔଷଧ ଆଦି ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। 

୪/ ବାତ୍ୟା ପରେ ରାସ୍ତାଉପରେ ପଡ଼ିଥିବା ଗଛଗୁଡିକୁ କାଟିବା ପାଇଁ ଆବଶ୍ୟକ କଟର, ଗାଡ଼ି ଇତ୍ୟାଦି ପ୍ରସ୍ତୁତ ରଖିବା ସହ ଅଗ୍ନିଶମ କର୍ମଚାରୀମାନେ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। 

ସୂଚନାନୁସାରେ,ପ୍ରସ୍ତୁତି ବୈଠକରେ ଡେପୁଟି ମେୟର ମଞ୍ଜୁଲତା କହଁର, ସମସ୍ତ କର୍ପୋରେଟର, ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ଶୁଭେନ୍ଦୁ କୁମାର ସାହୁ, ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଡେପୁଟି କମିସନର ଅଶୋକ କୁମାର ଲେଙ୍କା ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.