21.7 C
Bhubaneswar
October 29, 2020
EnewsOdia.Com
ନ୍ୟୁଜ୍ ରାଜନୀତି

କଳ୍ପନା ଛକରୁ ରବି ଟକିଜ୍ ପର୍ଯ୍ୟନ୍ତ ବିଏମସି କମିଶନରଙ୍କ ଷ୍ଟ୍ରିଟ୍ ଅପରେସନ

ବିଏମସି କମିଶନରଙ୍କ ଷ୍ଟ୍ରିଟ୍ ଅପରେସନ । ଅଚାନକ ଆରମ୍ଭ କଲେ ଆବର୍ଜନା ଯାଂଚ । ରାଜଧାନୀ ରାସ୍ତାରେ ପରିମଳ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର । କଳ୍ପନା ଛକରୁ ରବି ଟକିଜ୍ ଅଂଚଳ ବୁଲି ନିଜେ ଆବର୍ଜନାର ତଦାରଖ କରିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ । ବେଆଇନ ଭାବେ ରାସ୍ତା ଅବରୋଧ କରିଥିବା ବ୍ୟବସାୟୀଙ୍କୁ ହଟାଇବା ସହ ରାସ୍ତା କଡରେ ପଡିଥିବା ଆବର୍ଜନା ତୁରନ୍ତ ସଫା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖ ଥାଉ କି, କିଛିଦିନ ତଳେ ମୁଁ ସଫେଇବାଲା କାର୍ଯ୍ୟକ୍ରମ ଜରିଆରେ ଆକସନ ମୁଡରେ ଆସି ପୁରୁଣା ଭୁବନେଶ୍ୱର ଅଂଚଳରେ ଜଣେ ବ୍ୟବସାୟୀ ଦୋକାନ ବାହାରେ ରାସ୍ତାରେ ଅଳିଆ ପକାଇବାରୁ , ସେହି ଅଳିଆକୁ ତାଙ୍କ ଘର ଭିତରକୁ ଫୋପାଡି ଦେଇଥିଲେ ବିଏମସିର କର୍ମଚାରୀ । ନୂଆକରି ତିଆରି ହୋଇଥିବା ଏହି ଦୋକାନ ଘରକୁ ସବୁ ଅଳିଆକୁ ବିଏମସି କମିଶନରଙ୍କ ନିର୍ଦ୍ଦେଶରେ ଫୋପାଡି ଦେଇଥିଲେ ବିଏମସି ଅଧିକାରୀ ।

ପଢନ୍ତୁ: ଅର୍ଦ୍ଦେନ୍ଦୁଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ପଲ୍ଲବୀ

Related posts

କଟକ ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା

Ratnamani Maharana

ଖୁବ୍‌ ଶୀଘ୍ର ଆୟକର ବିଭାଗ ପକ୍ଷରୁ ଜାରି ହେବ ଅନ୍‌ଲାଇନ୍‌ ପ୍ୟାନ୍‌କାର୍ଡ

Ratnamani Maharana

ଆଜି ଓଡିଶା ସଂଗୀତ ଜଗତର ସମ୍ରାଟ ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More