21.7 C
Bhubaneswar
October 29, 2020
EnewsOdia.Com
ନ୍ୟୁଜ୍

ପଟିଆ ବିଗ୍ ବଜାରକୁ ସିଲ୍ କଲା ବିଏମ୍‌ସି

ସିଲ୍‌ ହେଲା ଭୁବନେଶ୍ୱର ପଟିଆ ସ୍ଥିତ ବିଗ୍ ବଜାର। ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବିଗ୍‌ ବଜାର ସିଲ୍ ଚାଲିଥିବା ଜଣାପଡ଼ିଛି। ନୋଟିସ୍ ପରେ ବି ଚେତିଲେନି କର୍ତ୍ତୁପକ୍ଷ । ଏହି ବିଗ୍ ବଜାରରେ ପରିମଳ, ଅଗ୍ନି ନିର୍ବାପକ ସୁରକ୍ଷା ଏବଂ ପାର୍କିଂ ସମସ୍ୟା ରହିଥିବାରୁ ତାହାକୁ ସିଲ୍ କରାଯାଇଥିବା ସୂଚନା ମିଳିଛି । ରାଜଧାନୀର ବିଭିନ୍ନ ମଲ୍ ଏବଂ ଅଟ୍ଟାଳିକାରେ ଅଗ୍ନି ନିର୍ବାପକ ସୁରକ୍ଷାକୁ ଦୀର୍ଘଦିନ ତଳୁ ବିଏମସି କର୍ତ୍ତୃପକ୍ଷ ଗୁରୁତ୍ବ ଦେଉଛନ୍ତି । ଏହାସହ ପାର୍କିଂ ବ୍ୟବସ୍ଥାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଏପରିକି ସାଧାରଣ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ କାର୍ଯ୍ୟାଳୟଗୁଡିକ ଲାଗି ମଧ୍ୟ ପାର୍କିଂ ନିୟମ କଡାକଡି କରାଯାଇଛି ।

ନିକଟରେ ଏସପ୍ଲାନେଡ୍ ମଲ୍ ଏବଂ ଆଉ ଏକ ସପିଂ ମଲ୍ ବିରୋଧରେ ମଧ୍ୟ ଆକ୍ସନ ହୋଇଥିଲା । ସେହି ଡ୍ରାଇଭ୍ ରେ ବିଭିନ୍ନ ସପିଂ ମଲ୍ କୁ ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା ଏବଂ ପରିମଳ ବ୍ୟବସ୍ଥା ଲାଗି ନୋଟିସ୍ ହୋଇଥିଲା । ସେହିପରି ପଟିଆ ସ୍ଥିତ ବିଗ୍ ବଜାରକୁ ମଧ୍ୟ ନୋଟିସ୍ ହୋଇଥିବା ବେଳେ ଅବଧି ପୂରଣ ସତ୍ତ୍ବେ ବିଗ୍ ବଜାର କର୍ତ୍ତୃପକ୍ଷ ଆବଶ୍ୟକୀୟ ବ୍ୟବସ୍ଥା କରିନଥିବାକୁ ତାକୁ ବିଏମସି କର୍ତ୍ତୃପକ୍ଷ ସିଲ୍ କରିଛନ୍ତି ।
ପଢନ୍ତୁ: ତେନ୍ଦୁଲକରଙ୍କୁ ମିଳିଲା ଲରିୟସ୍‌ ପୁରସ୍କାର

Related posts

ଅଭିନବ ଉପାୟରେ ଯୁବକଙ୍କ ପ୍ରତିବାଦ

Ratnamani Maharana

ଆଜିଠୁ ୪ଦିନ ବର୍ଷା ସମ୍ଭାବନା, ଲାଗିରହିବ କୋହଲା ପାଗ

Ratnamani Maharana

ପୂଜା ପରେ ପୁଣି ଆରମ୍ଭ ହେଲା ଟ୍ରାଫିକ ଚେକିଙ୍ଗ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More