Loading...

ଭୁବନେଶ୍ୱର ପ୍ରସିଦ୍ଧ କିଶୋର ମଟନ୍‌ ହୋଟେଲ୍ ସିଲ୍ କଲା BMC

ଭୁବନେଶ୍ୱର ପ୍ରସିଦ୍ଧ କିଶୋର ମଟନ୍‌ ହୋଟେଲ୍ ସିଲ୍ କଲା BMC

ରାଜଧାନୀରେ ବିଭିନ୍ନ ରେଷ୍ଟେୁରାଣ୍ଟ ହୋଟେଲରେ ଚଢାଉ । ଚର୍ଚ୍ଚିତ ଢାବା ‘କିଶୋର ଭାଇନା ମଟନ’ରେ ବ୍ୟବହାର ହେଉଥିଲା ନକଲି ରଙ୍ଗ, ଏକ୍ସପାରି ସସ୍‌ ।

ରାଜଧାନୀରେ ବିଭିନ୍ନ ରେଷ୍ଟେୁରାଣ୍ଟ ହୋଟେଲରେ ଚଢାଉ । ଚର୍ଚ୍ଚିତ ଢାବା ‘କିଶୋର ଭାଇନା ମଟନ’ରେ ବ୍ୟବହାର ହେଉଥିଲା ନକଲି ରଙ୍ଗ, ଏକ୍ସପାରି ସସ୍‌ । ଖବର ପାଇ ବିଏମ୍‌ସି ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରି ଏଭଳି ସାମଗ୍ରୀ ଜବତ କରିବା ସହ ଏହି ଢାବାର ଫୁଡ୍‌ ଲାଇସେନ୍ସ ବାତିଲ କରିଛି । ହାଣ୍ଡି ହାଣ୍ଡି ତରକାରୀ ନଷ୍ଟ କରିବା ସହ ମୋଟା ଅଙ୍କର ଜରିମାନା କରାଯାଇଛି । ଫୁଡ୍‌ ଲାଇସେନ୍ସ ବାତିଲ ହୋଇଥିବାରୁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇନାହିଁ ।

 

ସୂଚନା ଅନୁସାରେ କିଶୋର ଭାଇ ମଟନ ରାଜଧାନୀରେ ଭାରି ଫେମସ୍ । ଯାହାକୁ ମନ ହେଲା ଦୂରଦର୍ଶନ କେନ୍ଦ୍ରପାଖକୁ ପଳେଇଯାଆନ୍ତି। ତାଙ୍କର ସେଇ ଝୁପୁଡ଼ି ହୋଟେଲ୍ ପାଖରେ ଗାଡି ରଖି ଦେଇ ଗୋଟେ ପ୍ଲେଟ୍ ମଟନ୍ ଭାତ ଖାଇଦିଅନ୍ତି । କିଶୋର ଭାଇକୁ ଯେତିକି ଲୋକ ନ ଜାଣନ୍ତି, ଦୂରଦର୍ଶନ ମଟନ୍ ନାଁରେ ବେଶି ଜାଣନ୍ତି। ଏଠି ମଟନ୍ ଖାଇବାକୁ ଲୋକଙ୍କ ପ୍ରବଳ ଭିଡ଼ ଲାଗେ ।ନିଜର ସ୍ୱତନ୍ତ୍ର ମଟନ୍ ତରକାରୀ ପାଇଁ ପ୍ରସିଦ୍ଧ ଥିଲେ କିଶୋର । ତାଙ୍କ ନାଁରେ ଶହ ଶହ ଭିଡିଓ ୟୁଟ୍ୟୁବରେ ବୁଲୁଛି। ହେଲେ ସେଇଠି ବିଏମସି ଚଢ଼ାଉ କରି ଏବେ ସିଲ୍‌ କରିଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.