News

ବ୍ରହ୍ମପୁତ୍ରରେ ନୌକା ବୁଡି ୨୦ରୁ ଅଧିକ ମୃତ,୧୨ ଉଦ୍ଧାର

By ENO Beuro

September 06, 2018

ବ୍ରହ୍ମପୁତ୍ର ନଦୀରେ ବୁଧବାର ଅପରାହ୍ଣରେ ନୌକା ଦୁର୍ଘଟଣା ଘଟି ୨୦ରୁ ଅଧିକ ଲୋକଙ୍କ ମୃତଦେହ ମିଳିଥିବା ବେଳେ ୧୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଡଙ୍ଗାରେ କେତେଗୁଡ଼ିଏ ମୋଟର ସାଇକଲ ଓ କାର ରହିଥିଲା। ଗୁଆହାଟୀର ଫାନ୍ସି ବଜାର ନିକଟ ପ୍ରସିଦ୍ଧ ଅଶ୍ୱକ୍ଳାନ୍ତ ମନ୍ଦିର ଘାଟଠାରୁ ଅନତି ଦୂରରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଡଙ୍ଗାଟି ଭାରସାମ୍ୟ ହରାଇ ଏକ ନିର୍ମାଣାଧୀନ ଜଳ ପ୍ରକଳ୍ପର ଖୁଣ୍ଟରେ ପିଟି ହୋଇଯିବା ସହ ଓଲଟି ପଡ଼ିଥିଲା। ଏହା ଫାନ୍ସି ବଜାର ଘାଟରୁ ମଧ୍ୟମଖଣ୍ଡ ଅଞ୍ଚଳର ମାଜବତକୁ ଯାଉଥିଲା। ଏଥିରେ ଛାତ୍ର ଓ ମହିଳା ଅଧିକ ଥିଲେ।

୨୫ ଜଣିଆ ଏସଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଡଙ୍ଗାଟି ଗୌହ୍ବାଟିରୁ ଉତ୍ତର ଗୌହ୍ବାଟି ଯିବା ସମୟରେ ଏହି ଅଘଟଣ ଘଟିଛି। ନଦୀକୂଳରୁ ମାତ୍ର ୨୦୦ ମିଟର ଯିବାପରେ ହଠାତ ଡଙ୍ଗାର ଇଞ୍ଜିନ ବନ୍ଦ ହୋଇ ଯାଇଥିଲା। ଅଧିକାରିକ ଭାବେ ବୁଡିଯାଇଥିବା ଡଙ୍ଗାରେ ଯାତ୍ରା କରିବା ପାଇଁ ୨୨ଟି ଟିକେଟ କିଣାଯାଇ ଥିବାବେଳେ ବେଆଇନ ଭାବେ ଅନ୍ୟମାନେ ଯାତ୍ରା କରୁଥିଲେ।

ପଢନ୍ତୁ;ଧାରା ୩୭୭ର ବୈଧତା :ଆଜି ପ୍ରକାଶ ପାଇବ ସୁପ୍ରିମକୋର୍ଟଙ୍କ ରାୟ