News

ପିକ୍‌ନିକ୍‌ ହେଲା କାଳ: ବୁଡିଗଲା ଡଙ୍ଗା,୯ ମୃତ

kendrapada

ଡଙ୍ଗାରେ କ୍ଷମତାଠାରୁ ଥିଲେ ଅଧିକ ଯାତ୍ରୀ

ମହାକାଳପଡ଼ା ଜମ୍ବୁ ନିକଟ ମହାନଦୀ ମୁହାଣରେ ଡଙ୍ଗା ବୁଡ଼ି ଘଟଣାରେ ୯ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ବେଳେ ୭ ଜଣ ଶିଶୁ ଅଛନ୍ତି । ଅନ୍ୟ ଜଣେ ୬ ବର୍ଷର ଶିଶୁ ଏବେ ବି ନିଖୋଜ ଅଛନ୍ତି । ମୃତକମାନେ ହେଲେ ପ୍ରଭାତୀ ସ୍ୱାଇଁ, ଅନୁ ତରାଇ, ଆୟୁଷ ତରାଇ, ଦେବାଶିଷ ସାହୁ, ରୋଜି ସାହୁ, ଧୁନା ସାହୁ, ଇଶାନୀ ଦଳାଇ, ପିନୁ ସ୍ୱାଇଁ ଓ ଖୁସି ପାଣୀ। ଡଙ୍ଗାରେ ପାଖାପାଖି ୫୫ ଜଣ ଥିଲେ ବୋଲି ସୂଚନା ମିଳିଛି। ବୁଧବାର ରାତି ୩ଟା ଯାଏ ଉଦ୍ଧାର କାର୍ଯ୍ୟ ଚାଲିଥିଲା। ପୋଲିସ ଡଙ୍ଗା ଚାଳକ ନିର୍ଭୟ ସ୍ବାଇଁ(୨୬)ଙ୍କୁ ଗିରଫ କରିଛି।

kendrapada

ମିଳିଥିବା ସୂଚନା ଅନୁଯାୟୀ, କୁଜଙ୍ଗ ନିକଟରୁ ହସିଣା ଗ୍ରାମର କେତେଜଣ ଲୋକ ବଣଭୋଜି କରିବାକୁ ମହାକାଳପଡ଼ା ବ୍ଲକର ହୁକିଟୋଲାକୁ ଯାଇଥିଲେ।ଗତକାଲି  ସନ୍ଧ୍ୟାରେ ସେମାନେ ଫେରୁଥିବା ବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଗଭୀର ଜଳ, ଅନ୍ଧାର ରାତି ଯୋଗୁଁ ୧୦ ଜଣ ନିଖୋଜ ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଖୋଜାଖୋଜି କରି ୮ଜଣଙ୍କ ମତଦେହ ଉଦ୍ଧାର କରିଥିଲେ। ଯେଉଁଠାରେ ଡଙ୍ଗାବୁଡ଼ିଥିଲା, ସେଠାରେ କୁମ୍ଭୀର ଚଳପ୍ରଚଳ ହେଉଥିବାରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ବାଧାପାପ୍ତ ହୋଇଥିଲା। ତେବେ ଆଜି ସକାଳୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବେ ବି ଆଉ ଜଣେ ଶିଶୁ ଏହି ଡଙ୍ଗାବୁଡ଼ି ଘଟଣାରେ ନିଖୋଜ ଅଛନ୍ତି।

ପଢନ୍ତୁ ; ପ୍ରତ୍ୟେକ ଦିନ ଏହି ମିଶ୍ରଣ ର ସେବନ ଦ୍ଵାରା ଆପଣ ରହିପାରନ୍ତି ଚିର ଯୌବନ

Related posts

ଚୀନରେ ହେବ ‘ମେକ୍ ଇନ୍ ଓଡ଼ିଶା’ ପାଇଁ ରୋଡ ସୋ

ENO Beuro

Central Research Institute Of Yoga & Naturopathy (CRIYN) at Bhubaneswar

ENO Beuro

ବହୁବିବାହ, ନିକାହ ହଲାଲା ପ୍ରସଙ୍ଗ : କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ

ENO Beuro

Leave a Comment