EnewsOdia.Com

ସମୁଦ୍ର ମଝିରେ ବୁଡିଗଲା ଡଙ୍ଗା

ବଙ୍ଗୋପସାଗରେ ବୁଡିଲା ଡଙ୍ଗା । ବାଂଲାଦେଶରୁ ମାଲେସିଆ ଯାଉଥିବା ଏକ ଯାତ୍ରାବାହୀ ଡଙ୍ଗା ବୁଡିଯାଇ ୧୫ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଡଙ୍ଗା ବୁଡିରେ ନିଖୋଜ ଥିବା ଯାତ୍ରୀମାନଙ୍କୁ ସନ୍ଧାନ ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତ ମୃତକ ରୋହିଙ୍ଗ୍ୟା ଶରଣାର୍ଥୀ ହୋଇଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ବାଂଲାଦେଶରୁ ମାଲେସିଆ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ବଙ୍ଗୋପସାଗରରେ ଯାତ୍ରାକରୁଥିଲା । ମଙ୍ଗଳବାର ଦିନ ସକାଳ ୭ଟା ସମୟରେ ହଠାତ୍‌ ଡଙ୍ଗାଟି ବୁଡିଯାଇଥିଲା । ଡଙ୍ଗା ବୁଡି ଦ୍ବାରା ୧୫ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ୭୦ଜଣ ଲୋକଙ୍କ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ ଡଙ୍ଗାରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରୁ ୪୦ଜଣ ନିଖୋଜ ଥିବା ସୂଚନା ରହିଛି । ନିଖୋଜ ଥିବା ସମସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ସେନା ବାହିନୀର ସହଯୋଗ ମଗାଯାଇଛି । ସେନାବାହିନୀ , ସ୍ଥାନୀୟ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ସ୍ଥାନୀୟ ସେନା ଅଧିକାରୀଙ୍କ ସୂଚନାନୁସାରେ ଡଙ୍ଗାରେ ପ୍ରାୟ ୩୦୦ରୁ ଅଧିକ ଜଣ ଯାତ୍ରା କରୁଥିଲେ ।  ବର୍ତ୍ତମାନ ସୁଦ୍ଧା ଡଙ୍ଗା ବୁଡିର କାରଣ ଅସ୍ପଷ୍ଟ ରହିଛି ।

ପଢନ୍ତୁ: ଡ୍ରେନ୍‌ ପାଣିରେ ଭାସୁଛି ପୁରୀ ବଡ଼ଦାଣ୍ଡ

ସମ୍ବନ୍ଧିତ ଖବର

୭ ଜାନୁଆରୀରେ ହୋଇପାରେ ୭ ବର୍ଷ ପ୍ରତିକ୍ଷାର ଅନ୍ତ

Ratnamani Maharana

ଛାଡ଼ୁନି ସାରଥି ମୋହ, ଭଦ୍ରକ ଟାଉନ ଥାନା ଅଂଚଳରେ ସାରଥି ବାବାଙ୍କୁ ପୂଜାର୍ଚ୍ଚନା

Ratnamani Maharana

ଏକ୍‌ଷ୍ଟ୍ରା କ୍ଲାସ ପାଇଁ ବାତିଲ ହେବ ନାହିଁ ଶିକ୍ଷକଙ୍କ ଖରାଛୁଟି

Ratnamani Maharana

ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ କଲେଜ ବଦଳାଇବାକୁ ଆବେଦନ କରିଛନ୍ତି ୭୦୦ ଛାତ୍ରଛାତ୍ରୀ

Ratnamani Maharana

୧, ୧୬୦ ଏବଂ ୪୫୦ କିଲୋମିଟର ବାଟ ଚାଲି ରେକର୍ଡ କଲେ ଦୁଇଟି ବାଘ

Ratnamani Maharana