News

ସମୁଦ୍ର ଭିତରେ ଡଙ୍ଗା ବୁଡି :୪ ମୃତ, ୩୨ ଉଦ୍ଧାର

ମହାରାଷ୍ଟ୍ରର ପାଳଘର ଜିଲ୍ଲା ଡହାଣୁ ନିକଟରେ ଶନିବାର ୪୦ଜଣ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ଯିବାରୁ୪ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି  ,ତା ସହ ଅନେକ ଜଣ ନିଖୋଜ ଥିବା ଜଣାପଡ଼ିଛି। ଆରବସାଗର ଦେଇ ଯାଉଥିବା ଡଙ୍ଗା ବୁଡ଼ିଯିବା ପରେ ୩୨ ଜଣ ପିଲାଙ୍କୁ ଉଦ୍ଧାର କରାଯାଇ ଥିବା ପାଳଘର ଏସ୍‌ପି ମଞ୍ଜୁନାଥ ସିଂହ ସ୍ପଷ୍ଟ କରିଛନ୍ତି।

ପୂର୍ବାହ୍ନ୧୧ଟା ୩୦ ସମୟରେ ଡଙ୍ଗାଟି ସମୁଦ୍ରରେ ବୁଡିଯାଇଥିଲା। ପରେ ତଟସୁରକ୍ଷା ବାହୀନୀ ସହ ବିଭିନ୍ନ ବିଭାଗ ଏହାର ଖବରପାଇ ତଲାସୀ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ୪ ଜଣ ଛାତ୍ରଛାତ୍ରୀଙ୍କର ମୃତଦେହ ଉଦ୍ଧାର କରାଯାଇଛି ।ଅନ୍ୟମାନେ ଏବେ ବି ନିଖୋଜ ଅଛନ୍ତି ।

ଉଦ୍ଧାର କାର୍ଯ୍ୟରେ ଡାମନରୁ ଆସିଥିବା ଏକ ବିମାନ ଓ ତଟରକ୍ଷୀ ବାହିନୀର ଜାହାଜ ନିୟୋଜିତ ଅଛି। ଜିଲ୍ଲାପାଳ ପ୍ରଶାନ୍ତ ନରନାଓ୍ଵାରେ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଡହାଣୁ ଉପକୂଳର ଖୁବ୍‌ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ବଣଭୋଜୀ ପାଇଁ ଛାତ୍ରମାନେ ଯାଉଥିବା ମାଛଧରା ଡଙ୍ଗାଟି ଡହାଣୁ ଠାରୁ ମାତ୍ର ୨କିଲୋମିଟର ଦୂରରେ ଆରବସାଗରରେ ଦୁର୍ଘଟଣାର ଶିକାର ହୋଇଥିଲା।

ଏହି ଘଟଣା ପରେ ମୁମ୍ବାଇ ଆସୁଥିବା ଜାହାଜଗୁଡ଼ିକୁ ତଟରକ୍ଷୀ ବାହିନୀ ଦିଗ ପରିବର୍ତ୍ତନ କରିଛନ୍ତି। ଡଙ୍ଗାରେ ଯାଉଥିବା ପିଲାମାନେ ମୁମ୍ବାଇ ଠାରୁ ୧୧୦ କିଲୋମିଟର ଦୂରରେ ଥିବା ପାଳଘର ଜିଲ୍ଲାର କେଏଲ ପୋଣ୍ଡା ହାଇସ୍କୁଲର ଛାତ୍ର ଥିଲେ।

ପଢନ୍ତୁ ;ଜିଓ ଫୋନରେ ବି କରିପାରିବେ ହ୍ୱାଟସଆପ ! ଜାଣନ୍ତୁ କିପରି?

Related posts

ସ୍ୱଦେଶୀ ଜାଗରଣ ମଞ୍ଚର ଦାବି: ଚୀନକୁ ମୋଷ୍ଟ ଫେଭର୍ଡ ନେସନ ତାଲିକାରୁ ବାଦ ଦିଆଯାଉ

Ratnamani Moharana

ଏମ୍ସରେ ଭର୍ତ୍ତି ହେଲେ ବାଜପେୟୀ

ENO Beuro

ଛାଡପତ୍ର ଭଳି ଜଟିଳ ସମସ୍ୟାର ସମାଧାନ କରିଛି ସର୍ବୋଚ୍ଚ ନ୍ୟାୟାଳୟ

ENO Beuro

1 comment

Leave a Comment