• Home
  • Entertainment
  • “ବୋବାଲ ଟୋକା”ର ଅଡିଓ ରିଲିଜ୍ ହେଲା
Entertainment

“ବୋବାଲ ଟୋକା”ର ଅଡିଓ ରିଲିଜ୍ ହେଲା

“ବୋବାଲ ଟୋକା”ର ଅଡିଓ ରିଲିଜ୍

ବହୁ ପ୍ରତିକ୍ଷିତ ଓଡିଆ ଚଳଚିତ୍ର ବୋବାଲ ଟୋକାର ଅଡିଓ ଭୁବନେଶ୍ଵର ସ୍ଥିତ ଏକ ତରକା ହୋଟେଲରେ ଉନ୍ମୋଚିତ ହୋଇଯାଇଛି । ଚନ୍ଦନ ଫିଲ୍ମସ ଓ ଏସ୍ ପିକଚର୍ସର ମିଳିତ ସହଯୋଗରେ ନିର୍ମିତ ଏହି ରୋମାଣ୍ଟିକ ଚଳଚିତ୍ରଟି ସୁଟିଙ୍ଗ ଭୁବନେଶ୍ଵର, ବିଶାଖାପାଟଣା , କୋରାପୁଟର ସୁନ୍ଦର ପରିବେଶ ମଧ୍ୟରେ ଚଳଚିତ୍ରଟି ସୁଟିଙ୍ଗ ହୋଇଛି ବୋଲି ଚଳଚିତ୍ରର ପ୍ରଯୋଜକ ପ୍ରକାଶ ଶ୍ରୀଚନ୍ଦନ ପ୍ରକାଶ କରିଥିଲେ । ପିପୁଲସ୍ ଡାଇରେକ୍ଟର ସୁଧାକର ବସନ୍ତଙ୍କ ବଳିଷ୍ଟ ନିର୍ଦେଶନା  ଚଳଚିତ୍ରଟିକୁ ସରସ ସୁନ୍ଦର କରି ପାରିଛି।

ସଂଗୀତ ନିର୍ଦେଶକ ଗୌରୀ ଶଙ୍କରଙ୍କ ନିର୍ଦେଶନାରେ କଣ୍ଠ ଦାନ କରିଛନ୍ତି ଗୌତମ ଗିରି , ଶ୍ଵେତାମି ତାରିକ ଅଜିଜ୍ , ସତ୍ୟଜିତ ,ଆଶୁତୋଷ ,ଅନ୍ତରା ଚକ୍ରବର୍ତୀ ,ସଶାଙ୍କ ଶେଖର । ଗୀତ ରଚନା ମନୋଜ ମହାନ୍ତି କରିଥିବା ବେଳେ ସଂଳାପ ରଚନା କରିଛନ୍ତି ସୈନିକ ସ୍ଵାଇଁ। ଚନ୍ଦନ ଫିଲ୍ମସ୍ ର ଏହା ହେଉଛି ଦ୍ଵିତୀୟ ଚଳଚିତ୍ର।

ଆଜି ଏହି  କାର୍ଯକ୍ରମରେ ଚଳଚିତ୍ରର ମୁଖ୍ୟ ନାୟକ ପ୍ରତିପ ଦତ୍ତଙ୍କ ସହିତ ପିଣ୍ଟୁ ନନ୍ଦ, ପ୍ରତିଭା ପଣ୍ଡା , ଅଭିନେତ୍ରୀ ତପସ୍ୟା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଶୀର୍ଷକ ଗୀତରେ ସମସ୍ତ କଳାକାର ନୃତ୍ୟ ପରିବେଷଣ କରିଥିଲେ। ଏହି ଚଳଚିତ୍ରଟି ଜୁନ ମାସରେ ପରଦାକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ କରଯାଇଥିଲା।

“ବୋବାଲ ଟୋକା”ର ଅଡିଓ ରିଲିଜ୍ ହେଲା 31743715 2113376545573078 7143626083311550464 n

ପଢନ୍ତୁ;  ଅଭିନେତ୍ରୀ ପ୍ରକୃତିଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ!

 

Related posts

ରଜନୀକାନ୍ତଙ୍କ ଫିଲ୍ମକୁ ମିଳିଲା ମଞ୍ଜୁରୀ: ‘କାଲା’ଫିଲ୍ମର ରିଲିଜ୍ ରୋକାଯିବନି

ଶେଷ କଲେ ସଲମାନ ଖାନ ‘ଦଶ କା ଦମ୍‌’ର ଟ୍ରିଜର ଓ ପ୍ରୋମ ସୁଟିଂ

Krishna Kumar Manoj

ମାଗାଜିନରେ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କୁ କଭର୍ ଗର୍ଲ ଭାବେ ଦେଖିବାକୁ ପାଇବେ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More