• Home
  • LIFESTYLE
  • ଆପଣ ଜାଣିଛନ୍ତି କି ?ମାନସିକ କାରଣ ଯୋଗୁଁ ଶରୀରରେ ହୋଇଥାଏ ଯନ୍ତ୍ରଣା
LIFESTYLE

ଆପଣ ଜାଣିଛନ୍ତି କି ?ମାନସିକ କାରଣ ଯୋଗୁଁ ଶରୀରରେ ହୋଇଥାଏ ଯନ୍ତ୍ରଣା

ମାନସିକ ଚିନ୍ତା ଯନ୍ତ୍ରଣାର ମୁଖ୍ୟ କାରଣ

ଶରୀରର ବିଭିନ୍ନ ସ୍ଥାନରେ ହେଉଥିବା ବିନ୍ଧା ବା ଯନ୍ତ୍ରଣା ମାନସିକ କାରଣରୁ ମଧ୍ୟ ହୋଇଥାଏ ଓ ଏହା ଆପଣଙ୍କ ସାମଗ୍ରିକ ସ୍ଥିତିକୁ ସୂଚାଇ ଥାଏ। ତେବେ ଜାଣନ୍ତୁ କେଉଁ ସ୍ଥାନରେ ଯନ୍ତ୍ରଣା ହେଲେ ତା’ର କାରଣ କ’ଣ ହୋଇଥାଏ।କୁହାଯାଏ କି ପୃଥିବୀ ର ସବୁ ଭାର କାନ୍ଧ ନେଇଥାଏ । ଏକଥା ସତ ସେ କାନ୍ଧ ଉପରେ ବହୁତ ଚାପ ପଡ଼ିିଥାଏ । ତେଣୁ ମାନସିକ ସ୍ତରରେ ଜଣେ ଭାରାକ୍ରାନ୍ତ ଥିଲେ ତାର କାନ୍ଧରେ ଯନ୍ତ୍ରଣା ଅନୂଭୂତ ହୋଇଥାଏ।

ବେକରେ ହେଉଥିବା ବିନ୍ଧା ଏକ ଚିନ୍ତା ଜନିତ ରୋଗ । ସାଧାରଣତଃ ଆର୍ଥିକ ସମସ୍ୟା, ସଂପର୍କକୁ ନେଇ ସମସ୍ୟା ଏବଂ ଦୁଃଖ ଓ ଅବସାଦରେ ରହିବା ଯୋଗୁଁ ଏହି ଯନ୍ତ୍ରଣା ହୋଇଥାଏ।ପିଠି କିମ୍ବା ମେରୁଦଣ୍ଡରେ ହେଉଥିବା ଯନ୍ତ୍ରଣା ମାନସିକ ଚାପ ଓ ଉତ୍କଣ୍ଠା ଲାଗି ହୋଇଥାଏ । ଜଣେ ମାନସିକ ଚାପ ଓ ଉତ୍କଣ୍ଠା ଭିତରେ ରହିଲେ ପିଠିରେ ଯନ୍ତ୍ରଣା ହୋଇଥାଏ।

ସାଧାରଣତଃ ଆମେ ମନରେ ଭୟ, ଚିନ୍ତା, ବିବ୍ରତବୋଧ ଥିଲେ ଏହା ଆମର ପାକସ୍ଥଳୀ ଉପରେ ପ୍ରଭାବ ପକାଏ । ଫଳରେ ଆମେ ପେଟରେ ଯନ୍ତ୍ରଣା ଅନୁଭବ କରୁ ।କହୁଣି କିମ୍ବା ହାତରେ ହେଉଥିବା ଯନ୍ତ୍ରଣା ସୂଚାଇ ଥାଏ କି ଆପଣ ଏକାକୀତ୍ୱବୋଧର ଶିକାର କିମ୍ବା ଆପଣ କାହା ଦ୍ୱାରା ଅଟକବନ୍ଦୀ ରହିଛନ୍ତି ।

ଆଣ୍ଠୁ ସହିତ ମସ୍ତିଷ୍କର ସଂଯୋଗ ହୋଇଥାଏ । ତେଣୁ ଭୟ, ଚିନ୍ତା, ଅବସାଦଗ୍ରସ୍ତତା ଭିତରେ ଥିଲେ ଏହା ଆଣ୍ଠୁ ଏପରେ ପ୍ରଭାବ ପକେଇଥାଏ ଓ ଆଣ୍ଠୁରେ ଯନ୍ତ୍ରଣା ହୋଇଥାଏ। ମୁଣ୍ଡ ବିନ୍ଧିବା ମଧ୍ୟ ମାନସିକ କାରଣରୁ ହୋଇଥାଏ। ଜଣେ ଦୁଃଖିତ ରହିଲେ,ଚିନ୍ତାରେ ଘାଣ୍ଟି ହେଲେ ଓ ଅବସାଦଗ୍ରସ୍ତତାର ଶିକାର ହେଲେ ମୁଣ୍ଡବିନ୍ଧାର ହୋଇଥାଏ ।

ଆପଣ ଜାଣିଛନ୍ତି କି ?ମାନସିକ କାରଣ ଯୋଗୁଁ ଶରୀରରେ ହୋଇଥାଏ ଯନ୍ତ୍ରଣା mental presure

ପଢନ୍ତୁ ;

ଆପଣ ଶୋଇବା ପରେ ଶରୀରରେ ଝଟକା ଅନୁଭବ କରୁଛନ୍ତି କି ? ଜାଣନ୍ତୁ ଏହାର କାରଣ କ’ଣ

Related posts

ଆସନ୍ତୁ ଜାଣିବା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କିପରି କରିବା

Krishna Kumar Manoj

ଔଷଧୀୟ ଗୁଣରେ ଭରପୂର ତେଜପତ୍ର , ଜାଣନ୍ତୁ କେଉଁ ସବୁ ରୋଗ ଦୂର କରିଥାଏ ତେଜପତ୍ର ?

Krishna Kumar Manoj

ପାଣିରେ ଲୁଣ ମିଶାଇ ପିଇଲେ କଣ ଲାଭ ମିଳିଥାଏ ଜାଣନ୍ତୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More