ଦେଶର ସବୁଠାରୁ ଲମ୍ବା ପୋଲ ବୋଗିବିଲ ବ୍ରିଜକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

bridge

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ଦେଶର ସବୁଠୁ ଲମ୍ବା ଓ ଏସିଆର ଦ୍ଵିତୀୟ ସବୁଠୁ ଲମ୍ବା ରେଳ-ସଡ଼କ ପୋଲ ବୋଗିବିଲ ବ୍ରିଜକୁ ଦେଶକୁ ସମର୍ପିତ କରିଛନ୍ତି। ଆସାମର ଡିବ୍ରୁଗଢରେ ପ୍ରଧାନମନ୍ତ୍ରୀ ଆଜି 4.94 କିଲୋମିଟର ଲମ୍ବର ଏହି ବୋଗିବିଲ ବ୍ରିଜର ଲୋକାର୍ପଣ କରିଛନ୍ତି। ଏହି ପୋଲ ବ୍ରହ୍ମପୁତ୍ର ନଦୀର ଉତ୍ତର ଓ ଦକ୍ଷିଣ କୂଳକୁ ସଂଯୋଗ କରିବ।

bridge

ଏହା ମୋଦିଙ୍କ ରାଜନୈତିକ ଗୁରୁ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି କୁହାଯାଉଛି। କାରଣ ଆଜକୁ ଠିକ୍‌ ୧୬ ବର୍ଷ ତଳେ ୨୦୦୨ ମସିହାରେ ଅଟଳ ବିହାରୀ ବାଜପେୟୀ ଏହି ପୋଲର ଶିଳାନ୍ୟାସ କରିଥିବା ବେଳେ ଆଜି ହେଉଛି ବାଜପେୟୀଙ୍କ ଜନ୍ମ ବାର୍ଷିକୀ।

ସୂଚନାଯୋଗ୍ୟ, ଏହି ପୋଲ ପାଇଁ ପ୍ରଥମେ ୧୯୯୭ରେ ସବୁଜ ସଙ୍କେତ ଦେଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡା।

ପଢନ୍ତୁ; ରାୟଗଡ଼ା: ଅଳ୍ପକେ ବର୍ତ୍ତିଲା ହୀରାଖଣ୍ଡ ଏକ୍ସପ୍ରେସ୍‌

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More