EnewsOdia.Com

ରାତି ପାହିଲେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ବିଭିନ୍ନ ପୁଷ୍କରିଣୀ ନିକଟରେ ଜମିବ ଲୋକଙ୍କ ଭିଡ

ଆ କା ମା ବୈ… ପାନଗୁଆ ଥୋଇ… ପାନ ଗୁଆ ତୋ’ର.. ମାସକ ଧରମ ମୋ’ର…। ଏଇ ଗୀତର ଗୁଞ୍ଜରଣ ସହ ବୋଇତ ବନ୍ଦାଇ ଧର୍ମ ଅର୍ଜନ କରିବା ପାଇଁ ପୁଷ୍କରିଣୀ ନିକଟରେ ଭିଡ଼ ଜମେଇବେ ସହରବାସୀ। ରାସ ପୂର୍ଣ୍ଣିମାର ଏହି ବିଶେଷ ମୁହୂର୍ତକୁ ଓଡ଼ିଆମାନେ ଚାହିଁ ରହିଥିବା ବେଳେ ଏଥିପାଇଁ କିଛି ଅନୁଷ୍ଠାନ ଉଜାଗର ରହି ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବୋଇତ ବନ୍ଦାଣର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଭେଟିଦେବେ।ଭୁବନେଶ୍ବର ସାଂସ୍କୃତିକ ପରିଷଦ ପକ୍ଷରୁ ଆସନ୍ତାକାଲି ଭୋର୍ ୩ଟାରୁ ବିନ୍ଦୁସାଗର କୂଳରେ ଭଜନ ସମାରୋହ ସହ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ୧୪ ଫୁଟିଆ ଡଙ୍ଗା ବିନ୍ଦୁସାଗରରେ ଆକର୍ଷଣ ସାଜିବ।

ସେହିଭଳି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଧଉଳି ପାନ୍ଥିକାରେ ବୋଇତ ବନ୍ଦାଣ ଉତ୍ସବ ଆୟୋଜନ ହେବ। ୩୦ରୁ ଅଧିକ ଜରା ନିବାସ ଅନ୍ତେବାସୀ ଏଥିରେ ସାମିଲ୍ ହେବେ। ଏହା ବ୍ୟତୀତ ଧଉଳି ଶାନ୍ତିସ୍ତୂପକୁ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ପାରମ୍ପରିକ ଓଡ଼ିଆ ଓ ଦେଶୀୟ ଖାଦ୍ୟ ଉପଲବ୍ଧ ହେବ। ପର୍ଯ୍ୟଟକଙ୍କ ମନୋରଂଜନ ପାଇଁ ଚଇତି ଘୋଡ଼ା ଭଳି ସାଂସ୍କୃତିକ ନୃତ୍ୟ ଅନୁଷ୍ଠିତ ହେବ। ଏହା ବ୍ୟତୀତ ମହାନଦୀ ପଠାରେ ଓଟିଡିସି ପକ୍ଷରୁ ଫୁଡ୍ ଷ୍ଟଲ୍ ସମେତ ମହାନଦୀ ପଠାରେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓଟିଡିସି ପକ୍ଷରୁ ଜଳକ୍ରୀଡ଼ା ଓ ନୌକା ବିହାରର ସୁଯୋଗ ମିଳିବ ।

ପଢନ୍ତୁ: ଚାଷୀଙ୍କ ଫସଲ ଉଜାଡି ଦେଲା ବୁଲବୁଲ

ସମ୍ବନ୍ଧିତ ଖବର

ରାତି ପାହିଲେ ପବିତ୍ର ରାସ ପୂର୍ଣ୍ଣିମା, କ’ଣ ଏହାର ମାହାତ୍ମ୍ୟ ?

Ratnamani Maharana

ଲାଲଗଡରେ ଫରଫର ଉଡିଲା ତ୍ରିରଙ୍ଗା

Ratnamani Maharana

ଏକାଦଶ ପରୀକ୍ଷା ପାସ୍‌ କଲେ ଦ୍ୱାଦଶ ଶ୍ରେଣୀକୁ ଯିବେ ଛାତ୍ରଛାତ୍ରୀ

Ratnamani Maharana

ଭୟଙ୍କର ରୂପ ନେଉଛି ବାତ୍ୟା ମହା, ୬ରେ ଗୁଜରାଟ ତଟରେ ହୋଇପାରେ ମାଡ଼

Ratnamani Maharana

ରାଜ୍ୟରେ ଲାଗୁ ହେଲା ଏକକ ପରୀକ୍ଷା ବ୍ୟବସ୍ଥା

Ratnamani Maharana

ଭିକାରୀ ମୁକ୍ତ ହେବ ପୁରୀ ଏବଂ ଭୁବନେଶ୍ବର

Ratnamani Maharana