EnewsOdia.Com

ନଗଡ଼ାରେ ବଦଳୁନି ଭୋକର ଭୂଗୋଳ : ଏବେ ବି ଭାତ,ଲୁଣ,ଶାଗରେ ବଞ୍ଚିଛି ଜୀବନ

ମାଳ ମାଳ ଯୋଜନା ଓ ସଚେତନତା ସତ୍ତ୍ବେ ନଗଡ଼ାରେ ବଦଳୁନି ଭୋକର ଭୂଗୋଳ। ଏବେ ବି ଅଧିକାଂଶ ଜୁଆଙ୍ଗ ପରିବାରରେ ପାରମ୍ପରିକ ଭାତ-ଲୁଣ କିମ୍ବା ଭାତ-ଶାଗ ପ୍ରଧାନ ଖାଦ୍ୟ ହୋଇ ରହିଛି। ନଗଡ଼ା ଶିଶୁ ପେଜ ତୋରାଣିକୁ ପସନ୍ଦ କରୁଛି। କେହି କେହି ଲୁଣ ଓ ପିଆଜକୁ ସମ୍ବଳ କରିଥି‌ବାବେଳେ ଏବେ ଏହାର କିଲୋ ପ୍ରତି ଦର ଏଠି ୬୦ ଟପି ଯାଇଛି। ଫଳରେ, ନଗଡ଼ା‌େର ଖାଦ୍ୟ ଥାଳିରୁ ପିଆଜ ଉଭାନ୍ ହୋଇଯାଇଛି। ଏଭଳି ଦୁଃସ୍ଥିତିରେ ଜଙ୍ଗଲି ଆଳୁ ମିଳିଗଲେ ବେଶ୍‌ ଖୁସି ହେଉଛନ୍ତି ଜୁଆଙ୍ଗ।

ନଗଡ଼ାରେ ଲୋକଙ୍କ ଚଳଣିରେ ଯେ କିଛି ପରିବର୍ତ୍ତନ ହୋଇନାହିଁ, ସେଠାକୁ ବିଭିନ୍ନ ସମୟରେ ଯାଇଥିବା ସାମାଜିକ କର୍ମୀମାନଙ୍କ ନିକଟରୁ ହସ୍ତଗତ ହୋଇଥିବା ତଥ୍ୟରୁ ଜଣାପଡ଼ିଛି। ଗତ ୩୧ ତାରିଖ ନଗଡ଼ା ସ୍ଥିତି ପରଖିବା ପାଇଁ ରାଇଟ୍‌ ଟୁ ଫୁଡ୍‌ କ୍ୟାମ୍ପେନର ଅଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ସେଠାକୁ ଯାଇଥିଲେ। ସେମାନଙ୍କର କହିବାନୁସା‌େର, ସେମାନେ ଯେଉଁଦିନ ଯାଇଥିଲେ ମଝି ନଗଡ଼ା ବସ୍ତିର ଶିକର ପ୍ରଧାନଙ୍କ ପତ୍ନୀ ମଙ୍ଗୁଳି, ତାଙ୍କ ରୋଗଣା ଝିଅ ରଇବାରୀ(୧୩), ପଡ଼ିଶା ଘର ବୋହୂ ଲକ୍ଷ୍ମୀ ଜଙ୍ଗଲି ଆଳୁକୁ ନେଇ ବ୍ୟଞ୍ଜନ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ। ଗାଁ ପାଖ ବଣ ଜଙ୍ଗଲ ବୁଲି ବୁଲି ଏକ କିଲୋଗ୍ରାମ ପାଖାପାଖି ଆଳୁ ସଂଗ୍ରହ କରିବାକୁ ସେମାନଙ୍କୁ ଓଳିଏ ଲାଗି ଯାଇଥିଲା। ସମାନ ପରିସ୍ଥିତି ତାଙ୍କ ପଡ଼ୋଶୀ ବାଟୁଆ ପ୍ରଧାନ, ଗଣପତି ପ୍ରଧାନ, ବୁଧିଆ ପ୍ରଧାନ, ଦୁକନ ପ୍ରଧାନ ପ୍ରମୁଖଙ୍କ ଘରେ ଦେଖିବାକୁ ମିଳିଥିଲା।

ମିଳିଥିବା ସୂଚନା ଅନୁସାରେ, ନଗଡ଼ାର ୬୧ଟି ପରିବାର ମଧ୍ୟରୁ ୫୫ ପରିବାର ଅଗଣାରେ ପାକଶାଳା ଉଦ୍ୟାନ ନାହିଁ। ଅଧିକାଂଶ ନଗଡ଼ାବାସୀ ଉଦ୍ୟାନ କୃଷି ପ୍ରତି ଆଦୌ ଆଗ୍ରହ ପ୍ରକାଶ କରୁନାହାନ୍ତି। ବାଡ଼ି ବଗିଚାରେ ଅମୃତ ଭଣ୍ଡା କିମ୍ବା କଦଳୀ ଗଛ ଥିଲେ ମଧ୍ୟ ନଗଡ଼ାବାସୀ ନିଜ ରୋଷେଇରେ ଏହାକୁ ବ୍ୟବହାର କରୁନାହାନ୍ତି। ସେହିପରି ଏବେ ବି ଅଧିକାଂଶ ପରିବାରରେ ରୋଜଗାର ସମସ୍ୟା ରହିଛି। ଦୈନିକ ୩ ରୁ ୪ ଥର ଭାତ ଖାଇଲା ବେଳକୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା ରାସନ ଚାଉଳ ଦୁଇ ସପ୍ତାହ ଭିତରେ ସରି ଯାଉଛି ବୋଲି ଅଧିକାଂଶ ନଗଡ଼ାବାସୀ ଅଭିଯୋଗ କରନ୍ତି। ତା’ ଛଡ଼ା ଏଠି ଅନିୟନ୍ତ୍ରିତ ସନ୍ତାନ ଜନ୍ମ କାରଣରୁ ପ୍ରତିବର୍ଷ ଅଧିକାଂଶ ପରିବାରରେ ନବଜାତକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଉତ୍କଟ ଖାଦ୍ୟ ସମସ୍ୟା କାରଣରୁ ନିଜ ନିଜର ସନ୍ତାନଙ୍କ ଭବିଷ୍ୟତ ଚିନ୍ତା କରୁଥିବାର ନଜିର ନାହିଁ।

ପଢନ୍ତୁ: ସ୍ପାଏୱେର ଆକ୍ରମଣ ସମ୍ପର୍କରେ ସରକାରଙ୍କୁ ଅବଗତ କରାଇଥିଲା ହ୍ବାଟ୍ସଆପ୍‌

ସମ୍ବନ୍ଧିତ ଖବର

ସାଇକ୍ଲୋନିକ ଷ୍ଟର୍ମର ରୂପ ନେଲା ‘କ୍ୟାର’

Ratnamani Maharana

ଆରମ୍ଭ ହେଲା ‘ଥିଲେ ଦିଅ, ନ ଥିଲେ ନିଅ’ ଅଭିଯାନ

Ratnamani Maharana

ବଜାରରେ ଏବେ ରସୁଣ ରାଜ୍

Ratnamani Maharana

ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଆଜି ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

Ratnamani Maharana

ପୁଣି କ୍ୟୁରେଟିଭ ଓ କ୍ଷମା ଆବେଦନ କରିବ ମୁକେଶ!

Ratnamani Maharana

୨୦୨୧ କୁମ୍ଭ ଶାହି ସ୍ନାନ ତାରିଖ ଘୋଷଣା

Ratnamani Maharana