• Home
  • News
  • ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ଆଜି ମେଡିକାଲରୁ ଡିସଚାର୍ଜ ହେବେ ରିମା
News

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ଆଜି ମେଡିକାଲରୁ ଡିସଚାର୍ଜ ହେବେ ରିମା

କଟକ ଏସସିବିରୁ ଡିସଚାର୍ଜ ହୋଇ ଘରକୁ ଫେରିବେ ରିମା ସାହୁ

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପୀଡ଼ିିତା ଆଜି ଏସ୍‌ସିବି ମେଡିକାଲରୁ ଡିସଚାର୍ଜ ହେବେ । ବଲାଙ୍ଗିର ପାର୍ସଲ ବୋମା ବିସ୍ପୋରଣ ଘଟଣାରେ ଗୁରୁତର ହୋଇ ଏସସିବିରେ ଚିକିତ୍ସିତ ହେଉଥିଲେ ରିମା ସାହୁ । ଆଜି ସେ ମେଡ଼ିକାଲରୁ ଡ଼ିସଚାର୍ଜ ହୋଇପାରନ୍ତି । ପ୍ଲାଷ୍ଟିକ ସର୍ଜରି ବିଭାଗରେ ଚିକିତ୍ସାଧୀନ ଥିବା ରିମାଙ୍କୁ ଇଏନ୍ଟି ବିଭାଗରୁ କ୍ଲିୟରାନ୍ସ ମିଳିଥିବା ବେଳେ ଡ଼ିସଚାର୍ଜ ପାଇଁ ଚକ୍ଷୁ ବିଭାଗର କ୍ଲିୟରାନ୍ସ ଆବଶ୍ୟକ ରହିଛି ।

କିନ୍ତୁ ବିଭାଗ ପକ୍ଷରୁ ତାଙ୍କୁ କେତେକ ଔଷଧ ପ୍ରେସକ୍ରାଇବ୍‌ କରାଯାଇ ପ୍ଲାଷ୍ଟିକ ସର୍ଜରି ବିଭାଗକୁ ପଠାଇ ଦିଆଯାଇଥିଲା । ତେଣୁ ଚକ୍ଷୁ ବିଭାଗ ରିପୋର୍ଟରେ ଦ୍ୱନ୍ଦ୍ୱ ରହିବାରୁ ଗୁରୁବାର ରିମାଙ୍କୁ ପୁଣି ଚକ୍ଷୁ ଆଉଟଡୋରକୁ ପଠାଯିବ ବୋଲି ପ୍ଲାଷ୍ଟିକ ସର୍ଜରି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଅନ୍ନଦା ପଟ୍ଟନାୟକ ସୂଚନା ଦେଇଛନ୍ତି ।

ପୀଡିତାଙ୍କୁ ନେବା ପାଇଁ ତାଙ୍କର ଶାଶୂ, ବାପା-ମା ଓ ଅନ୍ୟ ଆତ୍ମୀୟ ସ୍ୱଜନ ଆଜି ଏସସିବିରେ ପହଞ୍ଚିଥିଲେ। ରିମା ଏବେ ସୁସ୍ଥ ହୋଇ ଯାଇଥିବାରୁ ତାଙ୍କୁ କାହିଁକି ଏତେ ଦିନ ପର୍ଯ୍ୟନ୍ତ ମେଡିକାଲରେ ରଖାଯାଇଛି ସେ ନେଇ ତାଙ୍କ ବାପା ସୁଦାମ ସାହୁ ପ୍ରଶ୍ନ କରିଛନ୍ତି । ଏପରିକି ଝିଅର ଜୀବନ ପ୍ରତି ବିପଦ ଥିବାରୁ ଡିସଚାର୍ଜ ପରେ ପୁଲିସ ହେପାଜତରେ ତାଙ୍କୁ ଘରକୁ ଯିବା ଲାଗି ବ୍ୟବସ୍ଥା କରିବାକୁ ସେ ଦାବି କରିଛନ୍ତି ।

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ଆଜି ମେଡିକାଲରୁ ଡିସଚାର୍ଜ ହେବେ ରିମା RIMA

ପଢନ୍ତୁ ;

କ୍ୟାଟ୍ରିନା ସାଜିଲେ ବଧୂ ବେଶ କାହା ପାଇଁ ଜାଣନ୍ତୁ ? 

Related posts

କେନ୍ଦ୍ର ସରକାର ଦେଲେ ଅନୁମତି ,ଏବେ ୭୦ କିଲୋମିଟର ବେଗରେ ଚଳାଇ ପାରିବେ ଗାଡ଼ି

Krishna Kumar Manoj

Board Examination For Class X Will Be Reintroduced – Union HRD Minister Prakash Javadekar

Krishna Kumar Manoj

ପିଏନବି ମହାଠକେଇ ମାମଲା: ନୀରବ ମୋଦି ଓ ଚୋକ୍ସିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More