Entertainment

ଫେସ୍‌ବୁକରେ ସବୁଠାରୁ ଲୋକପ୍ରିୟ ଅଭିନେତା ଅମିତାଭ !

ସ୍କୋର ଟ୍ରେଣ୍ଡସ ଇଣ୍ଡିଆ ଦ୍ୱାରା କରାଯାଇଥିବା ଏହି ସର୍ଭେରେ ଅମିତାଭ ୧୦୦ ଅଙ୍କ ସହିତ ପ୍ରଥମ ସ୍ଥାନରେ

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଫେସବୁକରେ ଫଲୋ କରାଯାଉଥିବା ଭାରତୀୟ କଳାକାରଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଅଛନ୍ତି । ସ୍କୋର ଟ୍ରେଣ୍ଡସ ଇଣ୍ଡିଆ ଦ୍ୱାରା କରାଯାଇଥିବା ଏହି ସର୍ଭେରେ ଅମିତାଭ ୧୦୦ ଅଙ୍କ ସହିତ ପ୍ରଥମ ସ୍ଥାନରେ ରହିଛନ୍ତି । ଅମିତାଭଙ୍କ ପେଜକୁ ୩ କୋଟି ଲୋକ ଫଲୋ କରୁଥିବା ଏହି ସର୍ଭେରୁ ଜଣା ପଡିଛି ।

୯୫ ଅଙ୍କ ସହିତ ସଲମାନ ଦ୍ୱିତୀୟ ସ୍ଥାନରେ ଏବଂ ୬୮ ଅଙ୍କ ସହିତ ଶାହାରୁଖ ଖାନ ତୃତୀୟ ସ୍ଥାନରେ ରହିଛନ୍ତି । କିନ୍ତୁ ସବୁବେଳେ ହିଟ୍‌ ଫିଲ୍ମ ଦେଉଥିବା  ରଣବୀର ସିଂ ୫୨ ଅଙ୍କ ସହିତ ଚତୁର୍ଥ ଏବଂ ୪୯ ଅଙ୍କ ସହିତ ଅକ୍ଷୟ କୁମାର ଏହି ତାଲିକାର ପଂଚମ ସ୍ଥାନରେ ରହିଛନ୍ତି । ସ୍କୋର ଟ୍ରେଣ୍ଡସର ସହ ସଂସ୍ଥାପକ ଅଶ୍ୱନୀ କୋଲ କହିଛନ୍ତି ଯେ ଅମିତାଭ ବଚ୍ଚନଙ୍କ ଲୋପ୍ରିୟତା ଫେସବୁକରେ ମଧ୍ୟ କାମ କରିଛି । ଏହାପରେ ଅମିତାଭ ଟୁଇଟ କରିଥିଲେ । ଏହି ଟୁଇଟକୁ ତାଙ୍କର ଜଣେ ପ୍ରଶଂସକ ଟୁଇଟ କରି ପୋଷ୍ଟ କରିଥିଲେ ।

ପ୍ରଶଂସକଙ୍କ ଟୁଇଟର ଉତ୍ତର ଦେଇ ଅମିତାଭ କହିଥିଲେ , ‘ହଁ , ବର୍ତ୍ତମାନ ଟ୍ୱିଟର ଦୟାକରି ଆପଣ କୃପା କରିବେ କି ?’ । ସୁଚନା ଅନୁସାରେ ଅମିତାଭଙ୍କର ଟ୍ୱିଟରରେ ୩.୪୪ କୋଟି ଫଲୋଅର୍ସ ଅଛନ୍ତି । ନିକଟରେ ତାଙ୍କ ଫଲୋଅର୍ସ କମୁଥିବା ନେଇ ସେ ଟୁଇଟର ଛାଡିବା ପାଇଁ ଧମକ ଦେଇଥିଲେ ।

ପଢନ୍ତୁ ;

ଦିଲୀପ ତିର୍କୀଙ୍କୁ ନୂଆ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Related posts

ରିଲିଜ ହେଲା ବହୁ ପ୍ରତିକ୍ଷୀତ ଫିଲ୍ମ ଟୋଟାଲ ଧମାଲର ଟ୍ରେଲର

ENO Beuro

ଇଣ୍ଡିଆନ୍‌ ଆଇଡଲ୍‌ରୁ ଓହରିଲେ ଅନୁ ମଲିକ୍

ENO Beuro

ଦିଶା ପଟ୍ଟାନି : ଟାଇଗର୍‌ କେବଳ ମୋର

ENO Beuro

Leave a Comment