Entertainment

ବିବାହର ୨୦ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେବେ ଅଭିନେତା ଅର୍ଜୁନ ରାମ୍‌ପାଲ !

ବିବାହ ବିଛେଦର ମୂଳ କାରଣ ହ୍ରିତିକ ରୋଶନଙ୍କ ପତ୍ନୀ ସୁଜୈନ ବୋଲି ଚର୍ଚ୍ଚା ଜୋର ଧରିଛି

ଖ୍ୟାତନାମା ବଲିଉଡ ଅଭିନେତା ଅର୍ଜୁନ ରାମ ପାଲ ଓ ତାଙ୍କର ପତ୍ନୀ ତଥା ମଡେଲ୍‌ ମେହେର ଜେସିୟା ଆଜି ପରସ୍ପରଠାରୁ ଅଲଗା ହୋଇଥିବା ଏକ ମିଳିତ ବିବୃତି ଜାରି କରିଛନ୍ତି । ସେମାନେ ମିଳିତଭାବେ ଦର୍ଶାଇଛନ୍ତି ଯେ  ଉଭୟଙ୍କର ରାସ୍ତା ଅଲଗା ହୋଇଯିବା ହେତୁୂ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏବେ ଦୁହେଁ ଅଲଗା ହେବେ ବୋଲି ନିଷ୍ପତି ନେଇଛନ୍ତି । ବିବାହର ୨୦ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେଉଛନ୍ତି ଅର୍ଜୁନ ରାମ୍‌ପାଲ ।

୧୯୯୮ରେ ବିବାହ କରିଥିବା ଏହି ଯୋଡି ବେଶ୍‌ କିଛି ଦିନ ହେବ ଅଲଗା ରହୁଛନ୍ତି । ଏମାନଙ୍କର ୨ ଝିଅ ମାହିକା(୧୬) ଓ ମାହିରା(୧୩) ଥିବା ବେଳେ ପିଲାମାନଙ୍କ ଭବିଷ୍ୟତକୁ ଲକ୍ଷ୍ୟ ରଖି ଏମାନଙ୍କ ମଧ୍ୟରେ ସହଯୋଗ ରହିବ ବୋଲି ଜଣାପଡିଛି। ତେବେ ହ୍ରିତିକ ରୋଶନଙ୍କ ପତ୍ନୀ ସୁଜୈନଙ୍କ ସହ ଅର୍ଜୁନଙ୍କର ସମ୍ପର୍କ ଯୋଗୁ ସେ ପତ୍ନୀ ମେହରଙ୍କଠାରୁ ଅଲଗା ହେଉଛନ୍ତି ବୋଲି ଗୁଜବ ଶୁଣିବାକୁ ମିଳିଥିଲେ ସୁଦ୍ଧା ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ପଢନ୍ତୁ ;

ଘରୋଇ ଉପାୟରେ ତ୍ୱଚାକୁ ଆକର୍ଷଣୀୟ କରିବା ପାଇଁ ଆପଣନ୍ତୁ ଏହି ସବୁ ଉପାୟ !

Related posts

ମାଗାଜିନରେ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କୁ କଭର୍ ଗର୍ଲ ଭାବେ ଦେଖିବାକୁ ପାଇବେ

ENO Beuro

ବିଦେଶୀ ସେଲିବ୍ରିଟିଙ୍କ ସହ ମାଗାଜିନ୍‌ କଭର ପେଜ୍‌ରେ ଐଶ୍ୱର୍ଯ୍ୟା

ENO Beuro

‘ନଚବଲିଏ-୯’ର ରିୟଲ ଲାଇଫ୍ କପଲ୍‌ ନୁହଁନ୍ତି ଶାନ୍ତନୁ ଓ ନିତ୍ୟାମୀ

Ratnamani Moharana

1 comment

Leave a Comment