Entertainment

ଅଭିନେତା ଦଲିପ୍‌ ତାହିଲଙ୍କୁ ଗିରଫ କଲା ମୁମ୍ବାଇ ପୁଲିସ

ବଲିଉଡ଼ ଅଭିନେତା ଦଲିପ ତାହିଲ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବା ବେଳେ ଅଟୋ ସହ ଦୁର୍ଘଟଣା କରିଥିବାର ଅଭିଯୋଗ ଆସିଛି। ସୋମବାର ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ଅଟୋରେ ଥିବା ଦୁଇ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଏହି ମାମଲାରେ ମୁମ୍ବାଇ ପୁଲିସ ଅଭିନେତା ଦଲିପ୍‌ ତାହିଲଙ୍କୁ ଗିରଫ କରିଛି।

dilip

ହୋଇଥିବା ଅଭିଯୋଗ ଅନୁଯାୟୀ, ଅଟୋକୁ ଧକ୍କା ଦେବା ପରେ ଦଲୀପ ଘଟଣାସ୍ଥଳରୁ ଫେରାର ହୋଇଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗଣେଶ ମୂର୍ତ୍ତି ବିସର୍ଜନର ଭିଡ଼ ଯୋଗୁ ସେ ବେଶୀ ଦୂର ଯାଇପାରି ନଥିଲେ। ପିଛା କରି ଆହତମାନେ ତାଙ୍କୁ ଠାବ କରିବା ପରେ ଦଲୀପ ଦୁର୍ଘଟଣା ପାଇଁ କ୍ଷମା ମାଗିବା ବଦଳରେ ଘଟଣାସ୍ଥଳରେ ଯୁକ୍ତିତର୍କ କରିବା ସହ ସେମାନଙ୍କୁ ଧକ୍କା ମଧ୍ୟ ମାରିଥିଲେ। ଏହି ସମୟରେ ଆହତଙ୍କ ବନ୍ଧୁଙ୍କ ଫୋନ୍‌ ପାଇ ପୁଲିସ୍‌ ସେଠାରୁ ଦଲୀପଙ୍କୁ ଗିରଫ କରିଥିଲା। ପରେ ଦଲୀପଙ୍କୁ ପୋଲିସ୍‌ ଷ୍ଟେସନ୍‌ରେ ଜାମିନ ମିଳିଥିଲା।

ପଢନ୍ତୁ;ମାତ୍ର ୪୦ ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

Related posts

ପ୍ରଥମ ଥର ଯୋଦ୍ଧା ଅବତାରରେ ନଜର ଆସିବେ ସନ୍ନି ଲିଓନ!

ENO Beuro

ଅଭିନେତା ପପୁ ପମପମଙ୍କୁ ଫୋନରେ ଧମକ ! ଜାଣନ୍ତୁ କାହିଁକି

ENO Beuro

ଶିଶୁ କଣ୍ଠଶିଳ୍ପୀଙ୍କ କଣ୍ଠରୁ ଶୁଣନ୍ତୁ ଏକ ହୃଦୟସ୍ପର୍ଶୀ ସାଇଭଜନ !

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More