Entertainment

ବଲିଉଡ ଅଭିନେତା ଇରଫାନ୍‌ ଖାନ୍‌ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ

ଇରଫାନ୍‌ ଖାନ୍‌ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ

ବଲିଉଡ ଅଭିନେତା ଇରଫାନ୍‌ ଖାନ୍‌ଙ୍କ ଏକ ଟୁଇଟ୍‌ ଏବେ ତାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଛି । ବିଗତ ୧୫ ଦିନ ହେବ ସେ ଏକ ଅଜଣା ଦୁରାରୋଗ୍ୟରେ ପୀଡିତ ଥିବା ଅନୁମାନ କରୁଛନ୍ତି ବୋଲି ଟୁଇଟର୍‌ରେ ଉଲ୍ଲେଖ କରିଛନ୍ତି ଇରଫାନ୍‌ ଖାନ୍‌  ।

ହେଲେ ସବୁଠୁ ବଡ କଥା ଟେଷ୍ଟ ପରେ ଏହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ଏହାକୁ ନେଇ ତାଙ୍କର ଶୁଭଚିନ୍ତକ ତଥା ପ୍ରଶଂସକମାନେ ଚିନ୍ତା ନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେ ଓ ତାଙ୍କ ପରିବାର ଶେଷ ପର୍ଯ୍ୟନ୍ତ ଏହା ସହ ଲଢିବେ ବୋଲି ମଧ୍ୟ ୫୧ ବର୍ଷୀୟ ଅଭିନେତା ଇରଫାନ୍‌ ତାଙ୍କ ଟୁଇଟର୍‌ ପେଜ୍‌ରେ ଲେଖିଛନ୍ତି ।

ତେବେ ବ୍ୟାଧିଟି କ’ଣ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଆଗାମୀ ୧୦-୧୫ ଦିନ ମଧ୍ୟରେ ଏହି ରହସ୍ୟ ଉପରୁ ପରଦା ହଟିବ ବୋଲି ସେ ଅନୁମାନ କରୁଛନ୍ତି । ଏପଟେ ତାଙ୍କ ପ୍ରଶଂସକମାନେ ଏହି ଖବରକୁ ନେଇ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି ।
ବଲିଉଡ ଅଭିନେତା ଇରଫାନ୍‌ ଖାନ୍‌ ଦୁରାରୋଗ୍ୟ ବ୍ୟାଧିରେ ପୀଡିତ irfan 1
ପଢନ୍ତୁ ;

ବିଜେପୁରର ବିଧାୟିକା ଭାବେ ଶପଥ ନେଲେ ରୀତା ସାହୁ

Related posts

ସାଇନାଙ୍କ ବାୟୋପିକ୍ ରେ ନଜର ଆସିବେ ଶ୍ରଦ୍ଧା

ENO Beuro

ମହାକାଶ ଯିବେ ପ୍ରିୟଙ୍କା ଚୋପ୍ରା

ENO Beuro

ସୁଇଜରଲ୍ୟାଣ୍ଡରେ ସ୍ଥାପନା ହେବ ଶ୍ରୀଦେବୀଙ୍କ ପ୍ରତିମୂର୍ତ୍ତି

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More