News

ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ !

ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ

ବଲିଉଡର ବିଗତ ଦିନର ନାୟକ ମିଥୁନ ଚକ୍ରବର୍ତ୍ତୀ କିଛିଦିନ ହେବ ଅସୁସ୍ଥ ଅଛନ୍ତି । ବେଶ କିଛି ସମୟ ହେବ ଲାଇମ୍‌ ଲାଇଟ୍‌ରେ ନ ଥିବା ଏହି ଅଭିନେତା ପିଠିରେ ଯନ୍ତ୍ରଣା ଅନୁଭବ କରିବାରୁ ଦିଲ୍ଲୀରେ ତାଙ୍କର ଚିକିତ୍ସା ଚାଲୁଥିବା ସୂଚନା ମିଳିଛି । ମିଥୁନ ଚକ୍ରବର୍ତ୍ତୀ କିଛିଦିନ ହେବ ଫିଲ୍ମ ଲାଇନରୁ ଦୂରେଇ ରହିଛନ୍ତି ।

କିଛି ମାସ ତଳେ ମିଥୁନ ଲସ୍‌ ଆଞ୍ଜେଲସ୍‌ ଯାଇ ଚିକିତ୍ସା କରି ସୁସ୍ଥ ହେବା ପରେ ତାଙ୍କ ବାସଭବନ ଉଟିରେ ବିଶ୍ରାମ କରୁଥିଲେ । ଏମିତିକି ଖୁବ୍‌ କମ୍‌ ସମୟ ମଧ୍ୟରେ ସେ ପୁଣି ତାଙ୍କର ପ୍ରଫେଶନାଲ ଓ୍ବାର୍କ ଆରମ୍ଭ କରିବାର ଥିଲା । ହେଲେ ପୁଣିଥରେ ଅସୁସ୍ଥ ଅନୁଭବ କରିବାରୁ ଏବେ ସେ ଦିଲ୍ଲୀ ଯାଇ ଚିକିତ୍ସିତ ହେଉଥିବା ଜଣାପଡିଛି । ତେବେ ରାମ ଗୋପାଳ ବର୍ମାଙ୍କ ଆଗାମୀ ଫିଲ୍ମରେ ସେ ଅଭିନୟ କରିବେ ବୋଲି ଜଣାପଡିଛି ।

ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ ! mithun

ପଢନ୍ତୁ ;

ଦିଲ୍ଲୀ ଏମ୍ସ୍ ରେ ଆଡମିଟ ହେଲେ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ !

Related posts

ଭାରତ ସରକାରଙ୍କ ଦ୍ଵାରା ଖେଚୁଡିକୁ ଜାତୀୟ ଖାଦ୍ୟର ମାନ୍ୟତା ପ୍ରାପ୍ତି ହୋଇଛି

Krishna Kumar Manoj

ଅଗଷ୍ଟ ୨୦୧୮ ପାଇଁ ଜିଏସଟି ରାଜସ୍ୱ ଆଦାୟ ୯୪ହଜାର କୋଟି ଟଙ୍କାରେ ପହଁଚିଲା

Krishna Kumar Manoj

କଳା ଶିଶୁକୁ ଗୋରା କରିବା ପାଇଁ ପଥରରେ ରଗଡିଲା ମା’

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More