News

ପୁଣି ଜେଲ୍ ଗଲେ ବଲିଉଡ କଳାକାର ନାସିର ଖାଁ

nasir

ଫାଇନ ଇଣ୍ଡିଆ ଚିଟଫଣ୍ଡ ଠକେଇ ମାମଲା

ବଲିଉଡ୍‌ ଅଭିନେତା ତଥା ଫାଇନ୍‌ ଇଣ୍ଡିଆ ସେଲ୍‌ସ ପ୍ରାଇଭେଟ ଲିମିଟେଡ୍‌ ନିର୍ଦ୍ଦେଶକ ନାସିର ଖାନ୍‌ଙ୍କୁ ପୁଣି ଜେଲ ଯିବାକୁ ପଡିଛି। ଗୁରୁବାର ଭୁବନେଶ୍ଵରର ସିବିଆଇ କୋର୍ଟରେ ତାଙ୍କର ଆଗୁଆ ଜାମିନ ଖାରଜ ପରେ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି। ଚିଟଫଣ୍ଡ ମାମଲାରେ ନାସିରଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ନାସିର ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଝାରପଡାସ୍ଥିତ ସ୍ବତନ୍ତ୍ର କାରାଗାରର ବିଚାର ବିଭାଗୀୟ ହାଜତରେ ରହିବେ।

ନାସିରଙ୍କୁ ୨୦୦୯ରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲେ ମଧ୍ୟ ଜାମିନରେ ବାହିରିଥିଲେ। ପରବର୍ତ୍ତୀ ସମୟରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚତ୍ଥିଲା। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଫାଇନ୍‌ ଇଣ୍ଡିଆ ସଂସ୍ଥାର ନିର୍ଦ୍ଦେଶକ ନାସିରଙ୍କୁ ସିବିିଆଇ ତଦନ୍ତ ପରିସରଭୁକ୍ତ କରିଥିଲା। ଜମାକାରୀଙ୍କଠାରୁ ଉଠାଇଥିବା ଟଙ୍କାକୁ କାନପୁରସ୍ଥିତ ଏକ କମ୍ପାନୀ ମାଧ୍ୟମରେ ନାସିର ବମ୍ବେକୁ ପଠାଇଥିଲେ।

ସୂଚନାଯୋଗ୍ୟ, ବଲିଉଡ ଫିଲ୍ମ ‘ସ୍ୟାଡୋ’ରେ ଅଭିନୟ କରିଥିଲେ ମହମ୍ମଦ ନାସିର।

ପଢନ୍ତୁ; ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଲେ ପୁଲିସ ଏସଆଇ

Related posts

ଚେନ୍ନାଇରେ ଓଡ଼ିଶା ଭବନ ଉଦ୍‌ଘାଟିତ,ମଜବୁତ ହେବ ଓଡିଶା-ତାମିଲନାଡୁ ସମ୍ପର୍କ

ENO Beuro

ଓଲଟିଲା ୧୦୨, ମୃତ ସନ୍ତାନ ଜନ୍ମ କଲେ ପ୍ରସୂତି

ENO Beuro

ବ୍ରିଟେନର ପ୍ରସିଦ୍ଧ ବୈଜ୍ଞାନିକ ଷ୍ଟିଫେନ ହକିଙ୍ଗଙ୍କ ଦେହାନ୍ତ

ENO Beuro

Leave a Comment