Entertainment

ଆଲିଆଙ୍କ ସହ ଥିବା ସଂପର୍କକୁ ରଣବୀର କ’ଣ କହିଲେ ଜାଣନ୍ତୁ ?

ଆଲିଆଙ୍କ ସହ ଥିବା ସଂପର୍କକୁ ସ୍ୱୀକାର କଲେ ରଣବୀର

ଆଜିକାଲି ବି-ଟାଉନରେ ରଣବୀର କପୁର ଏବଂ ଆଲିଆଙ୍କୁ ନେଇ ଜୋର୍ ଚର୍ଚ୍ଚା । କିଛି ଦିନ ହେବ ତାଙ୍କ ନାମ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହିତ ଯୋଡ଼ା ଯାଉଛି। ଅୟାନ୍ ମୁଖାର୍ଜୀଙ୍କ ସିନେମା ‘ବ୍ରହ୍ମାସ୍ତ୍ର’ରେ ଆଲିୟା ଓ ରଣବୀରଙ୍କୁ ପ୍ରଥମଥର ଏକାଠି ଦେଖିବାକୁ ମିଳିଥିଲା। ସିନେମା ବ୍ୟତୀତ ଦୁହିଁଙ୍କୁ ଅନେକ ସମୟରେ ଏକାଠି ବୁଲିବାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ୍ ହୋଇଛି ।

ମିଡିଆ ସବୁବେଳେ ତାଙ୍କୁ ଆଲିଆଙ୍କ ବିଷୟରେ ପ୍ରଶ୍ନ ପଚାରୁଛନ୍ତି । ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ରହିଛି କି ଏହା ଜାଣିବାକୁ ଚାହୁଁଛନ୍ତି ସମସ୍ତେ । ଏକ ସାକ୍ଷାତ୍‌କାରରେ ରଣବୀର ନିଜର କର୍ମମୟ ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି । ଆଲିଆଙ୍କୁ ଡେଟ୍‌ କରୁଛନ୍ତି କି ବୋଲି ପ୍ରଶ୍ନ କରାଯିବା ପରେ ଅସହମତି ବ୍ୟକ୍ତ କରିନାହାନ୍ତି ଅଭିନେତା । ଉତ୍ତରରେ ସେ କହିଛନ୍ତି ଯେ, ବର୍ତ୍ତମାନ ଏ ସବୁ ନୂଆ। ଏଣୁ ଏ ବିଷୟରେ କିଛି କହିବାକୁ ଚାହେଁନାହିଁ। ଟିକେ ସମୟ ଲୋଡ଼ା। ଜଣେ ଅଭିନେତା ଭାବେ, ଜଣେ ବ୍ୟକ୍ତି ହିସାବରେ ତାଙ୍କ ବିଷୟରେ ବର୍ଣ୍ଣନା କରିବାକୁ ଶବ୍ଦ ପାଉନାହିଁ ।

ମୁଁ ଯେତେବେଳେ ତାଙ୍କ କାମ ଦେଖିଲି, ତାଙ୍କ ଅଭିନୟ ଦେଖିଲି, ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ମୋ ପାଇଁ ପ୍ରେରଣା ଦାୟକ । ବର୍ତ୍ତମାନ ସବୁକିଛି ନୂଆ। ସମ୍ପର୍କକୁ କିଛି ସମୟ ଲୋଡ଼ା । ଏହାଠାରୁ ଆଉ କିଛି ଅଧିକ ସୂଚନା ଦେବି କି ବୋଲି ରଣବୀର କହିଛନ୍ତି। ପ୍ରେମ, ରୋମାନ୍ସ ଏବଂ ଦାୟିତ୍ୱବୋଧ ବିଷୟରେ ମଧ୍ୟ ସେ କହିଛନ୍ତି। ବର୍ତ୍ତମାନ ଜୀବନରେ ଭାରସାମ୍ୟ ରହିଛି। ସମ୍ପର୍କକୁ ସମ୍ମାନ ଦେବା ଶିଖିଛି। ଆଘାତ କିଭଳି ଲୋକଙ୍କୁ କଷ୍ଟ ଦେଇଥାଏ ତାହା ଜାଣିବାକୁ ପାଇଛି, ଦୁଇବର୍ଷ ପୂର୍ବରୁ ଯାହା କରିଥିଲି ବୋଲି ରଣବୀର କରିଛନ୍ତି ।

ପଢନ୍ତୁ ;

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରାକ୍ ମୌସୁମୀ ବର୍ଷା ଆଶଙ୍କା !

Related posts

ଫେସବୁକ ଆକାଉଣ୍ଟ ବନ୍ଦ କଲେ ଫରହାନ ଅଖତର , ଜାଣନ୍ତୁ କାରଣ କ’ଣ ?

ENO Beuro

ନୂଆ ଓଡିଆ ସିନେମା ପ୍ରେମ ପାଇଁ ମହାଭାରତ !

ENO Beuro

ସୁଶାନ୍ତ ସିଂହ ରାଜପୁତଙ୍କ ନୂଆ ସିନେମା ଚମ୍ବଲ

ENO Beuro

1 comment

Leave a Comment