Entertainment

ବିବାହ ପାଇଁ ଝିଅ ଖୋଜୁଛନ୍ତି ସଲମାନ୍ ଖାନ,ଜାଣନ୍ତୁ ଭାଇଜାନଙ୍କୁ କେମିତିକା ଝିଅ ପସନ୍ଦ !

ପୁଣି ଥରେ ସଲମାନଙ୍କ ବିଭାହକୁ ନେଇ ଚର୍ଚ୍ଚା

ସଲମାନ୍ ଖାନଙ୍କ ବିବାହକୁ ନେଇ ସବୁ ବେଳେ ଚର୍ଚ୍ଚା ଲାଗି ରହିଥିାଏ । ପୁଣି ଥରେ ସଲମାନଙ୍କ କିଛି କଥା ତାଙ୍କ ବିବାହକୁ ନେଇ ଚାଲିଥିବା ଚର୍ଚ୍ଚା ଜୋର ଧରିଛି । ସଲମାନ ଖାନଙ୍କ ଅପକମିଂ ଫିଲ୍ମ ରେସ୍-୩ର ଟ୍ରେଲର ଇଂଟରନେଟରେ ଧମାଲ ମଚାଇଛି । ଫିଲ୍ମ ବିଷୟରେ ଏକ ରୋମାଂଚକର କଥା ହେଉଛି ସଲମାନଙ୍କୁ ବିବାହ ପାଇଁ କିଭଳି ଝିଅ ଦରକାର ଏହି ଫିଲ୍ମରେ କହୁଥିବାର ନଜର ଆସିବେ ।

ଫିଲ୍ମ ରେସ୍-୩ରେ ଏମିତି ଏକ ସିନ୍ ରହିଛି ଯେଉଁଥିରେ ଦବଙ୍ଗ ବୟ ସଲମାନ୍ ନିଜ ଲାଇଫ ପାର୍ଟନର କେମିତି ହେବା ଦରକାର ବୋଲି କହିଛନ୍ତି । ଫିଲ୍ମର ଗୋଟିଏ ସିନ୍‌ରେ ଯେଉଁଥିରେ ସଲମାନ ଜ୍ୟାକଲିନଙ୍କୁ କହୁଛନ୍ତି, ”ଅପନା ହାତ ଦେନା… ଘବରାଓ ମତ୍, ଶାଦି କେ ଲିଏ ନେହିଁ ମାଙ୍ଗ ରହା ହୁଁ ” । ସଲମାନ ଖାନଙ୍କ ବିବାହ କେବେ ଓ କାହା ସହ ହେବ ଏହା ଜାଣିବାକୁ ସମସ୍ତେ ଚାହଁନ୍ତି ।

‘ଜୁମ’ ୱେବସାଇଟ ର ଏକ ରିପୋର୍ଟରୁ ଜଣା ପଡିଛି, ଯେଉଁଥିରେ ଫିଲ୍ମ ‘ରେସ-୩’ରେ ଏକ ସିନ୍ ଅଛି ଯେଉଁଥିରେ ସଲମାନ୍ ଖାନ ନିଜ ମନର ମଣିଷ କେମିତି ହେବା ଦରକାର ସେ ସର୍ମ୍ପକରେ କହିଛନ୍ତି । ସୂଚନାନୁଯାୟୀ ଭାଇଜାନ ସମସ୍ତଙ୍କୁ କହିବେ, ତାଙ୍କୁ ବିବାହ କରିବାକୁ ହେଲେ ଝିଅମାଡ଼ଙ୍କ ପାଖରେ କଣ ସବୁ ଗୁଣ ଥିବା ଦରକାର ।  ଏହିଭଳି ସିନେମାରେ ଏଭଳି କିଛି ଦୃଶ୍ୟ ରହିଛି ଯାହା ନିଶ୍ଚୟ ଆପଣଙ୍କୁ ଭଲ ଲାଗିବେ । ତେବେ ଇଦରେ ରିଲିଜ ହେବାକୁ ଥିବା ଏହି ଫିଲ୍ମ ବକ୍ସ ଅଫିସରେ କେତେ ମାତ୍ରାରେ ଜଲୱା ଦେଖାଉଛି ତାହା କେବଳ ଆଗକୁ ଦେଖିବା ବାକି ରହିଲା ।

ଫିଲ୍ମ ‘ରେସ-୩’ରେ ସଲମାନଙ୍କ ସମେତ ଜ୍ୟାକଲିନ, ବବି ଦେୱାଲ, ଅନିଲ କପୁର, ଡେଜି ଶାହା, ସକିବ ସଲିମ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ପିଲ୍ମଟି ଜୁଲାଇ ୧୫ରେ ରିଲିଜ୍ ହେବ ।

ପଢନ୍ତୁ ;

ନୂଆ ଓଡିଆ ଚଳଚିତ୍ର “ପ୍ରେମ ପାଇଁ ମହାଭାରତ”ର ଶୁଭ ମହୁରତ୍

Related posts

କମେଡି ଫିଲ୍ମରେ ନଜର ଆସିବେ କରନ ଜୋହାର

ENO Beuro

ଅଭିନେତା ନରେନ୍ଦ୍ର ଝାଙ୍କର ପରଲୋକ!

ENO Beuro

ପ୍ରଥମ ଦିନରେ ସାଉଥ୍ ସୁପର ଷ୍ଟାର ମହେଶ ବାବୁଙ୍କ ଫିଲ୍ମ ଭାଙ୍ଗିଲା ରେର୍କଡ

ENO Beuro

2 comments

Leave a Comment