Entertainment

ଅମିରଙ୍କ ଡ୍ରିମ ପ୍ରୋଜେକ୍ଟ ‘ମହାଭାରତ’ରେ କୃଷ୍ଣ ଭୂମିକାରେ କିଏ ନଜର ଆସିବେ ଜାଣନ୍ତୁ ?

ବଲିଉଡ ଫିଲ୍ମ ‘ମହାଭାରତ’ ରେ ଷ୍ଟାରକାଷ୍ଟକୁ ନେଇ  ଚର୍ଚ୍ଚା

ଗତ କିଛି ଦିନ ପୂର୍ବରୁ ବଲିଉଡ ଫିଲ୍ମ ‘ମହାଭାରତ’ର ବଜେଟକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା । ଏଥିପାଇଁ ୧୦୦୦ କୋଟିର ବଜେଟ୍‌ ନିର୍ଦ୍ଧାରିତ କରାଯାଇଛି ।  କିନ୍ତୁ ଚର୍ଚ୍ଚା ହେଉଥିବାର ଶୁଣିବାକୁ ମିଳୁଛି କି ଅମୀର ଖାଁଙ୍କ ଏହି ଡ୍ରିମ୍ ପ୍ରୋଜେକ୍ଟରେ ସଲମାନ୍ ଖାନ୍ କୃଷ୍ଣ ଭୂମିକାରେ ନଜର ଆସିପାରନ୍ତି । କିନ୍ତୁ ଫିଲ୍ମର ଷ୍ଟାରକାଷ୍ଟକୁ ନେଇ ଏ ପର୍ଯ୍ୟନ୍ତ କିଛି ବିଦ୍ଧିବଦ୍ଧ ଘୋଷଣା କରାଯାଇନାହିଁ ।

ରିପୋର୍ଟ ଅନୁଯାୟୀ, ଫିଲ୍ମଟି ଦ୍ରୌପଦୀଙ୍କ ହିସାବରେ ପ୍ରସ୍ତୁତ କରାଯାଉଛି । ଏଥିରେ ଦ୍ରୌପଦୀ ଚରିତ୍ରରେ ଦୀପିକା ପାଦୁକୋନ ନଜର ଆସି ପାରନ୍ତି । ଆଉ ନିଜେ ଆମୀର  କର୍ଣ୍ଣ ଚରିତ୍ରରେ ଅଭିନୟ କରିପାରନ୍ତି । ଏବେ ଏହି କଥା ଉପରେ କୌଣସି ସ୍ପଷ୍ଟୀକରଣ ହୋଇନଥିଲେ ବି ଏହି ସବୁ କଥା ଶୁଣିବାକୁ ମିଲିଛି ।

ଫିଲ୍ମର କାହାଣୀ ଦ୍ରୌପଦୀଙ୍କ ଚରିତ୍ରକୁ ନେଇ ଗତିଶୀଳ ହୋଇଛି । ସେଥିପାଇଁ ପିଲ୍ମର ଚରିତ୍ରମାନଙ୍କର ଖୁବ୍‌ ଗୁରୁତ୍ୱ ରହିଛି । ପ୍ରଥମରୁ ଆମୀର ଏହି ଫିଲ୍ମକୁ ୭ ରୁ ୮ଟି ପର୍ଯ୍ୟାୟରେ ତିଆରି କରିବାକୁ  ଯୋଜନା କରିଥିଲେ ।  କିନ୍ତୁ ଏବେ ତିନୋଟି ପର୍ଯ୍ୟାୟରେ ପୂରା କାହାଣୀକୁ ଦେଖାଇବାକୁ ଚାହାନ୍ତି । ଏହାର ସବୁ ପର୍ଯ୍ୟାୟ  ସୁଟିଂ ସରିବା ପରେ ଫିଲ୍ମକୁ ରିଲିଜ୍‌ କରାଯିବାର ଯୋଜନା ରହିଛି ।

ଏହାର ସୁଟିଂ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ନାହିଁ । ବର୍ତ୍ତମାନ ଅମୀର ନିର୍ଦ୍ଦେଶକ ବିଜୟ କୃଷ୍ଣ ଆଚାର୍ଯ୍ୟଙ୍କ ଫିଲ୍ମ ‘ଠଗସ୍ ଅଫ ହିନ୍ଦୁସ୍ତାନ’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

ଅମିରଙ୍କ ଡ୍ରିମ ପ୍ରୋଜେକ୍ଟ ‘ମହାଭାରତ’ରେ କୃଷ୍ଣ ଭୂମିକାରେ କିଏ ନଜର ଆସିବେ ଜାଣନ୍ତୁ ? salman and amir

ପଢନ୍ତୁ ;

ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀ ମୃତ !

Related posts

ରିଲିଜ ହେଲା ଫିଲ୍ମ ‘ଜିନିୟସ ’ର ଟ୍ରେଲର

ENO Beuro

ପ୍ରଥମ ଦିନରେ ଅନୁଷ୍କାଙ୍କ ସିନେମା ‘ପରୀ’ର ଧମାଲ : ୪ କୋଟି ରୋଜଗାର

ENO Beuro

ଇଣ୍ଡିଆନ୍‌ ଆଇଡଲ୍‌ରୁ ଓହରିଲେ ଅନୁ ମଲିକ୍

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More