ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଆଉ ଏକ ଦୁଃଖଦ ଖବର। ଲୋକପ୍ରିୟ ବଲିଉଡ ଅଭିନେତା ତଥା ସ୍କ୍ରିନ ରାଇଟର ଶିବ ସୁବ୍ରମଣ୍ୟମଙ୍କ ପରଲୋକ ହୋଇଛି। ଏହି ଅଭିନେତାଙ୍କ ମୃତ୍ୟୁ ଖବର ଆସିବା ପରେ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରୀ ସ୍ତବ୍ଧ ହୋଇପଡିଛି। କେମିତି ଆଉ କିପରି ତାଙ୍କ ମୃତ୍ୟୁ ହୋଇଛି, ତାହା ଜଣାପଡିନାହିଁ। ଗତ ୨ ମାସ ତଳେ ଶିବ ସୁବ୍ରମଣ୍ୟମ ୧୬ ବର୍ଷର ପୁଅକୁ ହରାଇଥିଲେ। ତାଙ୍କ ପୁଅକୁ ବ୍ରେନ ଟ୍ୟୁମର ହୋଇଥିଲା। ଶିବ ସୁବ୍ରମଣ୍ୟମ ବଲିଉଡ ଇଣ୍ଡଷ୍ଟ୍ରୀର ବେଶ୍ ଜଣାଶୁଣା ଆକ୍ଟର। ସେ ପରିନ୍ଦେ(୧୯୮୯), ହଜାର ଖ୍ଵାହିଶ ଏସି (୨୦୦୫), କମିନେ, ୧୯୪୨ ଲଭ୍ ଷ୍ଟୋରୀ, ହିଚକୀ, ରକି ହ୍ୟାଣ୍ଡସମ୍, ୨ ଷ୍ଟେଟସ୍, ରିସ୍କ ଭଳି ଫିଲ୍ମରେ କାମ କରିସାରିଛନ୍ତି। ଅର୍ଜୁନ କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ୨ ଷ୍ଟେଟସ୍ରେ ବାପା ଭୂମିକାରେ ନଜର ଆସିଥିଲେ ଏହି ଅଭିନେତା। କେବଳ ଫିଲ୍ମ ନୁହେଁ ଟିଭି ସିରିଅଲରେ ମଧ୍ୟ କାମ କରିଛନ୍ତି।