Entertainment

କେଉଁ କାରଣରୁ ଘର ଛାଡିଲେ ବଲିଉଡ୍‌ ଅଭିନେତା ବରୁଣ ଧଓ୍ଵନ ଜାଣନ୍ତୁ ?

 ଗର୍ଲଫ୍ରେଣ୍ଡ ପାଇଁ ଘର ଛାଡିଲେ ବରୁଣ

ବଲିଉଡ୍‌ର ବିଶିଷ୍ଟ ନିର୍ଦ୍ଦେଶକ ଡ଼େଭିଡ଼ ଧଓ୍ଵନଙ୍କ ଅଭିନେତା ପୁଅ ବରୁଣ ଧଓ୍ଵନ ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି । ତାଙ୍କ ପ୍ରେମକାହାଣୀକୁ ନେଇ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି । ଗର୍ଲଫ୍ରେଣ୍ଡ ନତାଶା ଦଲାଲାଙ୍କ ସହିତ ବରୁଣ ଧଓ୍ଵନଙ୍କୁ ପ୍ରାୟତଃ ସବୁ ଜାଗାରେ ଦେଖିବାକୁ ମିଳୁଛି । ଏ ଦୁଇ ଲଭ ବାର୍ଡଙ୍କୁ ଦେଖିବାକୁ ମିଳିଥିଲା ସୋନାମ କପୁରଙ୍କ ରିସେପ୍ଶନ ପାର୍ଟିରେ ।

ସୂଚନା ଅନଯାୟୀ , ବରୁଣ ଧଓ୍ଵନ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କ ସହିତ ରହିବା ପାଇଁ ପିତା ଡ଼େଭିଡ଼ ଧଓ୍ଵନଙ୍କ ଘର ଛାଡ଼ି ଏକ ନୂତନ ଆପାର୍ଟମେଣ୍ଟକୁ ସ୍ଥାନାନ୍ତରିତ ହୋଇଛନ୍ତି । ଏ ନେଇ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଫଟୋ ପୋଷ୍ଟ କରିଥିଲେ , ଯେଉଁଥିରେ ନତାଶା ତାଙ୍କ ପାଖରେ ବସିଥିବାର ଦେଖାଯାଇଥିଲା ।

ବରୁଣ ଘର ଛାଡ଼ି ନୂତନ ଘର କିଣିବା ପଛରେ ପ୍ରକୃତ କାରଣ ଗର୍ଲଫ୍ରେଣ୍ଡ ନତାଶା ବୋଲି ଜଣାପଡ଼ିଛି । କାରଣ ନତାଶାଙ୍କୁ ପ୍ରଥମରୁ ହିଁ ବଡ଼ ପରିବାର ସହିତ ରହିବା ପସନ୍ଦ ନ ଥିଲା । ଏଣୁ ନତାଶାଙ୍କ ସହିତ ରହିବା ପାଇଁ ବରୁଣ ନିଜ ଘର ପାଖରେ ଏକ ନୂତନ ଆପାର୍ଟମେଣ୍ଟ କିଣିଛନ୍ତି । ନିକଟରେ ବରୁଣ ଏହାର ଗୃହପ୍ରବେଶର ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ।

ଏହି ଘରେ ତାଙ୍କ ସହିତ ନତାଶା ଲିଭ-ଇନ୍‌ରେ ରହୁଥିବାର ସୂଚନା ମିଳିଛି। ଦୁହେଁ ବହୁ ସମୟରୁ ପରସ୍ପରକୁ ଡେଟ କରୁଥିବା ନେଇ ଜଣାପଡ଼ିଛି। ନିକଟରେ ଏକ ଇଣ୍ଟରଭ୍ୟୁରେ ବରୁଣ ସର୍ବଦା ନତାଶାଙ୍କୁ ସୁରକ୍ଷିତ ଭାବେ ରଖିବାକୁ ଚାହାଁନ୍ତି ଏବଂ ସେ ଜଣେ ସାଧାରଣ ଝିଅ ବୋଲି କହିଥିଲେ ।

ପଢନ୍ତୁ ;

କେଉଁ କାରଣରୁ କରଣଙ୍କ ସିନେମାକୁ ପ୍ରତ୍ୟାଖ୍ୟାନ କଲେ ପ୍ରଭାସ , ଜାଣନ୍ତୁ କାରଣ କ’ଣ ?

Related posts

ଆଲିଆଙ୍କ ସହ ଥିବା ସଂପର୍କକୁ ରଣବୀର କ’ଣ କହିଲେ ଜାଣନ୍ତୁ ?

ENO Beuro

ଓଲିଉଡ ପରେ ବଲିଉଡ :‘ରାଇଜିଙ୍ଗ୍ ଷ୍ଟାର-୨’ରେ ଭାଗ ନେଇ ଟପ୍-୧୬ରେ ଓଡିଆ ପୁଅ ଶଶାଙ୍କ

ENO Beuro

ପ୍ରଥମ ବଲିଉଡ୍‌ ଅଭିନେତ୍ରୀ ଭାବେ ଡେଜି ଶାହାଙ୍କୁ ମିଳିଲା ରାଇଫଲ୍ ସୁଟର ଲାଇସେନ୍ସ

Ratnamani Moharana

Leave a Comment