ବଲିଉଡ ନାୟିକା ବିପାସା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି !

ନିଃଶ୍ୱାସ ନେବାରେ ଅସୁବିଧା ହେବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ବିପାଶା

ବଲିଉଡର ହଟ୍‌ ନାୟିକା ବିପାଶା ବସୁ ଅସୁସ୍ଥ ହୋଇ ପଡିଛନ୍ତି । ବିପାଶା ବସୁ କିଛି ଦିନ ହେବ ଶ୍ୱାସ ସମ୍ବଦ୍ଧୀୟ ସମସ୍ୟା ଯୋଗୁଁ ମୁମ୍ବାଇର ହିନ୍ଦୁଜା ହେଲଥ କେୟାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଏବେ ଅଣ୍ଡର ଅବଜର୍ଭେସନରେ ରଖାଯାଇଛି । ତେବେ କିଛିଦିନ ହେବ ସେ ଅସୁସ୍ଥ ରହୁଥିବା ଓ ଲଗାତାର ତାଙ୍କର ଚିକିତ୍ସା ଚାଲିଥିବା କହିଛନ୍ତି ଜଣେ ସ୍ପଟ୍‌ବୟ ।

ଏଥର କିନ୍ତୁ ତାଙ୍କ ଅସୁସ୍ଥତା ବଢିଯିବାରୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଛି । ବିପାଶ କିଛି ଦିନ ହେବ ହିନ୍ଦୁଜା ହେଲଥ କେୟାରକୁ ଭିଜିଟ କରୁଥିଲେ । କିନ୍ତୁ ଚର୍ଚ୍ଚା ହେଉଥିଲାଯେ ସେ ଗର୍ଭବତୀ ଥିଲେ । ତେବେ ବାସ୍ତବ କଥା ଏବେ ଜଣାପଡ଼ିଛି । ସେ ଶ୍ୱାସ ସମସ୍ୟାରେ ପିଡ଼ିତ । ହେଲେ ଏ ସମ୍ପର୍କରେ ତାଙ୍କ ପରିବାର ଲୋକେ କିଛି ସ୍ପଷ୍ଟ କରିନାହାନ୍ତି ।

ବିପାଶା ପାଖାପାଖି ୩ ବର୍ଷ ହେବ ବଡ଼ ପରଦାଠାରୁ ଦୂରେଇ ରହିଛନ୍ତି। ୨୦୧୫ରେ ସେ ବଲିଉଡରେ ତାଙ୍କର ଶେଷ ଫିଲ୍ମ କରିଥିବା ବେଳେ ଏପର୍ଯ୍ୟନ୍ତ ଆଉ ବଡ ପରଦାରେ ଦେଖାଯାଇ ନାହାନ୍ତି ।

ପଢନ୍ତୁ ;

ଚୀନ୍ ସୀମାରେ ସମ୍ବିତ-ସମ୍ଭାବନା !

 ବିପାଶା ବସୁ କିଛି ଦିନ ହେବ ଶ୍ୱାସ ସମ୍ବଦ୍ଧୀୟ ସମସ୍ୟା ଯୋଗୁଁ ମୁମ୍ବାଇର ହିନ୍ଦୁଜା ହେଲଥ କେୟାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି - 4.6

91%

ତେବେ କିଛିଦିନ ହେବ ସେ ଅସୁସ୍ଥ ରହୁଥିବା ଓ ଲଗାତାର ତାଙ୍କର ଚିକିତ୍ସା ଚାଲିଥିବା କହିଛନ୍ତି ଜଣେ ସ୍ପଟ୍‌ବୟ - 4.5

90%
4.5/5

Excellent!

ବଲିଉଡ ନାୟିକା ବିପାସା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି !

ବଲିଉଡର ହଟ୍‌ ନାୟିକା ବିପାଶା ବସୁ ଅସୁସ୍ଥ ହୋଇ ପଡିଛନ୍ତି । ବିପାଶା ବସୁ କିଛି ଦିନ ହେବ ଶ୍ୱାସ ସମ୍ବଦ୍ଧୀୟ ସମସ୍ୟା ଯୋଗୁଁ ମୁମ୍ବାଇର ହିନ୍ଦୁଜା ହେଲଥ କେୟାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଏବେ ଅଣ୍ଡର ଅବଜର୍ଭେସନରେ ରଖାଯାଇଛି । ତେବେ କିଛିଦିନ ହେବ ସେ ଅସୁସ୍ଥ ରହୁଥିବା ଓ ଲଗାତାର ତାଙ୍କର ଚିକିତ୍ସା ଚାଲିଥିବା କହିଛନ୍ତି ଜଣେ ସ୍ପଟ୍‌ବୟ ।

No Votes Yet

You're not rated yet