News

ପରଲୋକରେ ବଲିଉଡ ଅଭିନେତ୍ରୀ ଗୀତା କପୁର !

ଗୀତା କପୁର ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି

ଦୀର୍ଘଦିନ ଧରି ରୋଗ ସହିତ ଲଢ଼େଇ କରୁଥିବା ବଲିଉଡ୍‌ ଅଭିନେତ୍ରୀ ଗୀତା କପୁରଙ୍କ ପରଲୋକ ହୋଇଯାଇଛି । ୫୭ ବର୍ଷିୟା ଗୀତା କପୁର ରୋଗାଗ୍ରସ୍ତ ହେବା ପରେ ତାଙ୍କ ପିଲାମାନେ ତାଙ୍କୁ ଘରୁ ବାହାର କରିଦେଇଥିଲେ । ଏହାକୁ ନେଇ ଗଣମାଧ୍ୟମରେ ଖୁବ୍‌ ଚର୍ଚ୍ଚା ହୋଇଥିଲା ।  ଗୀତା ନିଜର ଶେଷ ନିଶ୍ବାସ ମୁମ୍ବାଇର ଏକ ବୃଦ୍ଧାଶ୍ରମରେ ତ୍ୟାଗ କରିଛନ୍ତି ।

ପ୍ରଯୋଜକ ଅଶୋକ ପଣ୍ଡିତ ପ୍ରଥମେ ନିଜ ଟ୍ୟୁଇଟର ଜରିଆରେ ଗୀତାଙ୍କ ମୃତ୍ୟୁ ଖବର ଜଣାଇଛନ୍ତି । ଅଶୋକ ନିଜ ଟ୍ୟୁଇଟର ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଠି ଗୀତାଙ୍କ ମୃତଦେହ ନଜର ଆସୁଛି ।  ନିଜ ପୋଷ୍ଟରେ ଅଶୋକ କହିଛନ୍ତି ଗୀତାଙ୍କୁ ତାଙ୍କ ପିଲାମାନେ ୧ବର୍ଷ ପୂର୍ବରୁ ଏସଆରବି ହସ୍ପିଟାଲରେ ଛାଡି ପଳାଇଛନ୍ତି । ବୃଦ୍ଧାଶ୍ରମରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଆମେ ତାଙ୍କର ଯେତେବି ଯତ୍ନ ନେଲେ ସୁଦ୍ଧ ପୁଅ ଝିଅଙ୍କୁ ଅପେକ୍ଷା କରି କରି ଗୀତା ଦିନକୁ ଦିନ ମାନସିକ ସ୍ତରରେ ଦୁର୍ବଳ ହୋଇ ଯାଉଥିଲେ ବୋଲି ଅଶୋକ କହିଛନ୍ତି । ଗୀତାଙ୍କ ପିଲମାନଙ୍କୁ ଅପେକ୍ଷା କରାଯିବ ଓ ତାଙ୍କ ପାର୍ଥିବ ଶରୀରକୁ ଦୁଇ ଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ରଖାଯିବ ବୋଲି ଅଶୋକ ଟ୍ୱିଟ୍‌ କରି ଜଣାଇଛନ୍ତି। ଯଦି ତାଙ୍କ ପିଲମାନେ କେହି ନ ଆସନ୍ତି ତେବେ ସମ୍ମାନର ସହିତ ଶବ ସତ୍କାର କରାଯିବ ବୋଲି ଅଶୋକ ସୂଚନା ଦେଇଛନ୍ତି।

ଅଶୋକ କହିଛନ୍ତି, ଗତ କିଛି ବର୍ଷ ହେବ ସେ ନିଜ ପିଲାଙ୍କ ଅପେକ୍ଷାରେ ବସିଥିଲେ । କିନ୍ତୁ କେହି ବି ତାଙ୍କୁ ଭେଟିବାକୁ ଆସି ନ ଥିଲେ । ଗୀତା ରୋଗରେ ପଡ଼ି ମଧ୍ୟ ତାଙ୍କ ପିଲାଙ୍କୁ ଅନେକ ଖୋଜୁଥିଲେ। ହେଲେ ତାଙ୍କର କୌଣସି ପିଲା ତାଙ୍କୁ ଦେଖିବାକୁ ଆସୁନଥିଲେ ବୋଲି ଆଶୋକ କହିଛନ୍ତି । ଗୀତା କପୁର ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି।

‘ପାକିଜା’ ଫିଲ୍ମରେ ସେ ରାଜକୁମାରଙ୍କ ଦ୍ୱିତୀୟ ପତ୍ନୀ ଭୂମିକାରେ ଅଭିନୟ କରିଥିଲେ । ଗୀତାଙ୍କ ପୁଅ ରାଜା ଜଣେ କୋରିଓ ଗ୍ରାଫର ହୋଇଥିବା ବେଳେ ତାଙ୍କ ଝିଅ ବିମାନପରିଚାରିକା ଭାବେ କାର୍ଯ୍ୟ କରନ୍ତି।  ନିଜେ ରାଜା ଗୀତାଙ୍କୁ ଆଣି ବୃଦ୍ଧାଶ୍ରମରେ ଛାଡ଼ିଦେଇ ଯାଇଥିଲେ। ସେହିଦିନଠାରୁ ଅଶୋକ ପଣ୍ଡିତ ଓ ରମେଶ ତୋରନୀ ଡାକ୍ତରଖାନାର ବିଲ୍‌ ଭରିବା ସହିତ ତାଙ୍କର ଯତ୍ନ ନେଉଥିଲେ ।

ପରଲୋକରେ ବଲିଉଡ ଅଭିନେତ୍ରୀ ଗୀତା କପୁର ! GITA 1

ପଢନ୍ତୁ ;

ଆଜି ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ !

Related posts

ହବିଷିଆଳିଙ୍କ ପାଇଁ ଶିବିର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ENO Beuro

Central Research Institute Of Yoga & Naturopathy (CRIYN) at Bhubaneswar

ENO Beuro

ଶେଷ୍ଠ ଶତକ ତାଲିକାରେ ଭାରତ, ଗୋଟିଏ ବର୍ଷରେ ୩୦ ସ୍ଥାନ ଉପରକୁ ଉଠିଛି

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More