Bollywood

ଯାଣନ୍ତୁ ବଲିଉଡ ଅଭିନେତ୍ରୀମାନଙ୍କ ବିଷୟରେ, ଅଭିନୟ ସହ ସାଇଡ୍‌ ବିଜିନେସ୍‌

ସାଧାରଣତଃ ବଲୀଉଡ ନାୟିକା ମାନେ ନିଜ ନିଜ ଅଭିନୟ କ୍ଷେତ୍ରରେ ନିଜକୁ ସୀମିତ ରଖିଥାନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ଅଛନ୍ତି, ସେମାନେ ଅଭିନୟ ସହ ବିଜିନେସ୍‌ କ୍ଷେତ୍ର ରେ ମଧ୍ୟ ନିଜର ଦକ୍ଷତା ଦେଖାଇଛନ୍ତି । ଆସନ୍ତୁ ଜାଣିବା ଏମିତି କିଛି ବଲିଉଡ ଅଭିନେତ୍ରୀମାନଙ୍କ ବିଷୟରେ ।

ଶିଳ୍ପା ସେଟ୍ଟୀ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସିନେମାରୁ ଗାଏବ ହୋଇଯାଇଛନ୍ତି ସତ। ହେଲେ ତାଙ୍କ ଯାଦୁ ଏବେ ବି କାଏମ ରହିଛି। ଏହାସହ ତାଙ୍କ ସାଇଡ ବିଜିନେସ୍‌ ଭଲ ଚାଲିଛି। ଜାଣିଛନ୍ତି, ଶିଳ୍ପା ସେଟ୍ଟୀ ବିନ୍ଦ୍ରା ସ୍ଥିତ ‘ରୟାଲ୍ଟି ନାଟ୍‌ ବାର’ର ମାଲିକ। ଏହାସହ ସେ ମୁମ୍ବାଇରେ ‘ଆଇଓସିସ୍‌’ ନାମକ ଏକ ସ୍ପା ଚେନ୍‌ ଚଲାଉଛନ୍ତି। କେବଳ ଏତିକି ନୁହେଁ ଶିଳ୍ପା ତାଙ୍କ ଯୋଗ ଡିଭିଡି ମଧ୍ୟ ଲଞ୍ଚ କରି ସାରିଛନ୍ତି। ଡାୟେଟ ଉପରେ ଏକ ପୁସ୍ତକ ମଧ୍ୟ ଲଞ୍ଚ କରିବାକୁ ସେ ପ୍ରସ୍ତୁତିରେ ଅଛନ୍ତି ।

ଅନୁଷ୍କା ଶର୍ମା: ଅଭିନେତ୍ରୀ ଅନୁଷ୍କା ଶର୍ମା ଅଭିନୟ କ୍ଷେତ୍ରରେ ଏବେ ବହୁତ ଆଗରେ। ସେ ନିଜ ଭବିଷ୍ୟତକୁ ଆଗରେ ରଖି ‘କ୍ଲିନ ସ୍ଲେଟ ଫିଲ୍ମ’ ନାମକ ଏକ ପ୍ରଡକ୍ସନ ଓ ଡିଷ୍ଟ୍ରିବୁଟାର କମ୍ପାନୀ ଖୋଲିଛନ୍ତି। ଏହି କମ୍ପାନୀର କୋ-ଫାଉଣ୍ଡର ଅନୁଷ୍କାଙ୍କ ଭାଇ କର୍ଣ୍ଣେସ ଶର୍ମା ଅଛନ୍ତି। ଅନୁଷ୍କା ତାଙ୍କ ପ୍ରଡକ୍ସନ ହାଉସରେ ‘ଫିଲ୍ଲୋରୀ’ ଓ ‘ଏନଏଚ’ ଭଳି ଫିଲ୍ମ ବନେଇଛନ୍ତି। ପରି ନାମକ ଆଉ ଏକ ସିନେମା ମଧ୍ୟ ଖୁବ ଶିଘର ପରଦା ଉପରକୁ ଆସିବା ।

ପ୍ରିୟଙ୍କା ଚୋପ୍ରା: ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ବଲିଉଡରୁ ନେଇ ହଲିଉଡ ପର୍ଯ୍ୟନ୍ତ ନିଜର ଅଭିନୟର ଯାଦୁରେ ଦର୍ଶକଙ୍କୁ ମତୁଆଲା କରୁଛନ୍ତି। ପ୍ରିୟଙ୍କା ‘ପର୍ପଲ ପିବଲ ପିକ୍ଚର୍ସ’ ନାମକ ଏକ ପ୍ରଡକ୍ସନ କମ୍ପାନୀ ଖୋଲିଛନ୍ତି। ଏଥିରେ ସେ ଏକ ମରାଠୀ  ଫିଲ୍ମ ‘ଭେଣ୍ଟିଲେଟ’ ଓ ଏକ ହିନ୍ଦୀ ଫିଲ୍ମ ‘ଅମ୍ଲାସିର’ ନିର୍ମାଣ କରିଥିଲେ।

ମାଧୁରୀ ଦୀକ୍ଷିତ: ମାଧୁରୀ ଦୀକ୍ଷିତ ଅଭିନୟ ସହ ଡ୍ୟାନ୍ସ ଏକାଡେମୀ ମଧ୍ୟ ଚଲାଇଥାନ୍ତି। ଏହାସହ ତାଙ୍କର ଅନ୍‌ଲାଇନ୍‌ ‘ଡ୍ୟାନ୍ସ ଉଇଥ ମାଧୁରୀ’ ବହୁତ ଫେମସ୍‌ କାର୍ଯ୍ୟକ୍ରମ । ଯାହାକୁ ଡିଟିଏଚ୍‌ ଅପରେଟର୍ସ ଓ କେବୁଲ ନେଟୱାର ଜରିଆରେ ଦେଖି ହେବ।

ସୁସ୍ମିତା ସେନ: ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ ଅଭିନୟ ବ୍ୟତୀତ ନବି ମୁମ୍ବାଇରେ ଥିବା ‘ବଙ୍ଗାଲୀ ମାସିଜ କିଚନ’ ରେଷ୍ଟୁରାଣ୍ଟର ମାଲିକ। ଦୁବାଇରେ ତାଙ୍କର ଜୁଏଲେରୀ ରିଟେଲ ଷ୍ଟୋର ଅଛି। ଏହାସହ ସେ ‘ତନ୍ତ୍ରା ଏଣ୍ଟରଟେନମେଣ୍ଟ’ ନାମକ ଏକ ପ୍ରଡକ୍ସନ କମ୍ପାନୀ ଲଞ୍ଚ କରିଛନ୍ତି।

ଯାଣନ୍ତୁ ବଲିଉଡ ଅଭିନେତ୍ରୀମାନଙ୍କ ବିଷୟରେ, ଅଭିନୟ ସହ ସାଇଡ୍‌ ବିଜିନେସ୍‌  ଯାଣନ୍ତୁ ବଲିଉଡ ଅଭିନେତ୍ରୀମାନଙ୍କ ବିଷୟରେ, ଅଭିନୟ ସହ ସାଇଡ୍‌ ବିଜିନେସ୍‌

 

Related posts

Judwaa 2 Released The Second Poster, Showing Dual Avatar Of Varun Dhawan

ENO Beuro

Salman Khan Will Again Share Screen Space With Jacqueline Fernandez

ENO Beuro

Diana Penty To Play A Military Officer In Her Upcoming Movie

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More