Bollywood

ଜାଣନ୍ତୁ ବଲୀଉଡ ଅଭିନେତ୍ରୀଙ୍କ ସମ୍ପର୍କରେ, କେତେ ପଇସା ସେମାନେ ନିଜ ଫିଟ୍‌ନେସ୍‌ ପାଇଁ ଖର୍ଚ୍ଚ କରିଥାନ୍ତି

ଜାଣନ୍ତୁ ବଲୀଉଡ ଅଭିନେତ୍ରୀଙ୍କ ସମ୍ପର୍କରେ, କେତେ ପଇସା ସେମାନେ ନିଜ ଫିଟ୍‌ନେସ୍‌ ପାଇଁ ଖର୍ଚ୍ଚ କରିଥାନ୍ତି

ଆମେ ମାନେ ସମସ୍ତେ ଜାଣିଛେ ଯେ ବଲୀଉଡ ହେଉଛି ଏମିତି ସ୍ଥାନ ଯେଉଁଠି ଫିଟ ରହିବା ନିହାତି ଦରକାର । କାରଣ ପ୍ରତିଯୋଗୀତା ମୂଳକ ଏହି କ୍ଷେତ୍ରରେ ତିଷ୍ଟିବା ଅସମ୍ଭବ । ଗୋଟିଏ ସୁସ୍ଥ ଜୀବନ ପାଇଁ ବଲୀଉଡ ନାୟିକା ମାନେ ନିଜର ଖାଦ୍ୟ ପାନିୟ ଉପରେ ବି ଧ୍ୟାନ ଦେଇଥାନ୍ତି ।

ଏଥିପାଇଁ ଅଭିନେତ୍ରୀମାନେ ଅଭିନୟ ସହ ନିଜକୁ ଫିଟ ରଖିବାକୁ ମଧ୍ୟ କଠିନ ପରିଶ୍ରମ କରିଥାନ୍ତି ଓ ଅଭିନେତ୍ରୀମାନେ ଘଣ୍ଟା ଘଣ୍ଟା ଜିମ୍‌ରେ ଝାଳ ବାହାର କରିଥାନ୍ତି। ଏଥିପାଇଁ ପାଣି ଭଳି ଅର୍ଥ ମଧ୍ୟ ଖର୍ଚ୍ଚ କରିବାକୁ ପଡିଥାଏ ସେମାନଙ୍କୁ। ଆସନ୍ତୁ ଜାଣିବା ଏମିତି କେତେଜଣ ଅଭିନେତ୍ରୀଙ୍କ ସମ୍ପର୍କରେ ଯେଉଁମାନେ କେତେ ପଇସା ନିଜ ଫିଟ୍‌ନେସ୍‌ ପାଇଁ ଖର୍ଚ୍ଚ କରିଥାନ୍ତି।

କରିନା କପୁର: କରିନା ନିଜର ଫିଟନେସ୍‌ ପାଇଁ ବେଶ ସଚେତନ। ଗୋଟେ ପିଲାର ମାଆ ହେବା ପରେ ମଧ୍ୟ କରିନାଙ୍କ ଗ୍ଲାମର କମ ହୋଇନାହିଁ। ଆଜି ବି ଲକ୍ଷ ଲକ୍ଷ ଫ୍ୟାନ୍‌ ତାଙ୍କ ଗୋଟିଏ ଝଲକ ପାଇବାକୁ ପାଗଳ। ନିଜକୁ ଫିଟ୍‌ ରଖିବାକୁ କରିନା ବହୁତ ପରିଶ୍ରମ କରିଥାନ୍ତି। ଏଥିପାଇଁ ଟ୍ରେନର ନମ୍ରତା ପୁରୋହିତ ତାଙ୍କୁ ବହୁତ ସାହାଯ୍ୟ କରିଥାନ୍ତି। ଫିଟ୍‌ ରହିବାକୁ କରିନାଙ୍କୁ ମାସିକ ୬୫,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ।

ଦୀପିକା ପାଦୁକୋନ: ଦୀପିକା ବଲୀଉଡ ର ଜଣେ ସଫଳ ଅଭିନେତ୍ରୀ । ବହୁ କମ ସମୟର ବ୍ୟବଧାନ ରେ ସେ ନିଜକୁ ଏକ ଆଗ ଧାଡିର ଅଭିନେତ୍ରୀ ଭାବେ ଗଢି ତୋଳିବାରେ ସଫଳ ହେଇଛନ୍ତି । ଦୀପିକା ଜିମ୍‌ ସହ ଖିଆପିଆ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ସେ ମାସିକ ୪୫,୦୦୦ ଟଙ୍କା ଖର୍ଚ୍ଚ କରିଥାନ୍ତି ଜିମ୍‌ ପାଇଁ । ଅସିମ କରାଚିୱାଲା ହେଉଛନ୍ତି ଦୀପିକା ଙ୍କ ଟ୍ରେନର।

ସୋନମ କପୁର: ସୋନମ ନିଜକୁ ଫିଟ ରଖିବା ପାଇଁ ଜିମ୍‌ରେ ଘଣ୍ଟା ଘଣ୍ଟା ଝାଳ ବୁହାଇଥାନ୍ତି। ଏଥିରେ ଟ୍ରେନର ରାଧିକା କରଲେ ତାଙ୍କୁ ସାହାଯ୍ୟ କରିଥାନ୍ତି। ଫି’ ବାବଦକୁ ସୋନମ ମାସିକ ୫୫,୦୦୦ ଟଙ୍କା ଦେଇଥାନ୍ତି।

କାଟ୍ରିନା କୈଫ: ଫିଟ୍‌ନେସ୍‌ ପାଇଁ କାଟ୍ରିନା ବହୁତ ପରିଶ୍ରମ କରିଥାନ୍ତି। ଅସିମ କରାଚିୱାଲା ହେଉଛନ୍ତି କାଟ୍ରିନାଙ୍କ ଟ୍ରେନର। ଜିମ୍‌ରେ କ୍ୟାଟ୍‌ ଘଣ୍ଟା ଘଣ୍ଟା ଝାଳ ବୁହାଇଥାନ୍ତି। ଏଥିପାଇଁ ତାଙ୍କୁ ମାସକୁ ୪୫,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ।

ଜାକଲିନ ଫର୍ଣ୍ଣାଣ୍ଡିସ: ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିସ ନିଜକୁ ଫିଟ ରଖିବା ପାଇଁ ବ୍ୟାୟାମ ସହ ଡାଏଟ କରିଥାନ୍ତି। ସିଣ୍ଡି ଜାଣ୍ଡେନ୍‌ ହେଉଛନ୍ତି ଜାକଲିନଙ୍କ ଟ୍ରେନର। ଏଥିପାଇଁ ସେ ମାସିକ ୩୦,୦୦୦ ଟଙ୍କା ଫି’ ଦେଇଥାନ୍ତି।

ଆଲିଆ ଭଟ୍ଟ: ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ ଆଲିଆ ବହୁତ ମୋଟା ଥିଲେ। ହେଲେ ଏବେ ବି-ଟାଉନ୍‌ରେ ରାଜ କରୁଥିବା ଏହି ହିରୋଇନ୍‌ଙ୍କୁ ଦେଖିଲେ କେହି ବି ଏପରି ଭାବିବେ ନି। ଘଣ୍ଟା ଘଣ୍ଟା ଏକ୍ସରସାଇଜ୍‌ ଓ ଡାଏଟିଂ ଯୋଗୁଁ ଆଜି ସେ ନିଜକୁ ସ୍ଲିମ୍‌ ଓ ସେକ୍ସି ଲୁକ୍‌ ଦେଇପାରିଛନ୍ତି।  ୟା ମଧ୍ୟରେ ସେ ନିଜର ୧୪ କିଲୋ ଓଜନ କମ କରିଛନ୍ତି । ଅସିମ କରାଚିୱାଲା ତାଙ୍କ ଟ୍ରେନର,  ଏଥିପାଇଁ ତାଙ୍କୁ ମାସକୁ ୪୫,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ।

କଙ୍ଗନା ରାଣାୱତ: କଙ୍ଗନା ନିଜର ଫିଟନେସ ପାଇଁ ଟିକେ ଅଧିକ ଯତ୍ନବାନ। କଙ୍ଗନାଙ୍କ ଫିଟନେଓ ଟ୍ରେନର ହେଉଛନ୍ତି ଅସିମ କରାଚିୱାଲା । ମାସିକ ୪୫,୦୦୦ ଟଙ୍କା କଙ୍ଗନା ଫି’ ବାବଦକୁ ଦେଇଥାନ୍ତି।

ବିପାଶା ବାସୁ: ବିପାଶା କାମକୁ ନେଇ ଯେତିକି ବ୍ୟସ୍ତ, ନିଜ ଚେହେରା ପ୍ରତି ମଧ୍ୟ ସେତିକି ଦଇତ୍ଵ । ସେ ନିଜକୁ ଫିଟ ରଖିବାରେ କେବେବି ଅବହେଳା କରନ୍ତିନୀ । ଅସିମ କରାଚିୱାଲା ହେଉଛନ୍ତି ବିପାଶାଙ୍କ ଟ୍ରେନର। ସେ ମାସିକ ୪୫,୦୦୦ ଟଙ୍କାର ଫି’ ଦେଇଥାନ୍ତି ତାଙ୍କ ଟ୍ରେନରଙ୍କୁ।

ଜାଣନ୍ତୁ ବଲୀଉଡ ଅଭିନେତ୍ରୀଙ୍କ ସମ୍ପର୍କରେ, କେତେ ପଇସା ସେମାନେ ନିଜ ଫିଟ୍‌ନେସ୍‌ ପାଇଁ ଖର୍ଚ୍ଚ କରିଥାନ୍ତି

Related posts

Karan Johar Announced His Upcoming Hindi Action Movie “Drive”

ENO Beuro

ଫୋବିଆ ୨ ରେ ରାଧିକା ଆପ୍ତେ ନୁହନ୍ତି, ଜଣେ ନାୟକ ରହିବେ ମୁଖ୍ୟ ଭୂମିକାରେ

ENO Beuro

FIFA U-17 World Cup Anthem With Popular Shaan, Sunidhi, Babul And Pritam

ENO Beuro

2 comments

Leave a Comment