Bollywood

ଆସନ୍ତୁ ଜାଣିବା ବଲୀଉଡ ରେ ଅଭିନୟ କରୁଥିବା କିଛି ରାଜ ପରିବାରର ରାଜକୁମାରୀଙ୍କ ସମ୍ପର୍କରେ

ବଲିଉଡ ଦୁନିଆକୁ ପ୍ରାୟ ସବୁ ବର୍ଗରୁ ଝିଅମାନେ ଆସିଥାନ୍ତି । ସୌନ୍ଦର୍ଯ୍ୟ ଆଉ ଅଭିନୟ କୁ ଭିତିକରି ଏହି କ୍ଷେତ୍ରରେ ନିଜର ସ୍ଥାନ ସୁରକ୍ଷିତ କରିଥାନ୍ତି । ଏଠାରେ ବଡ଼, ସନ ଦେଖାଯାଇ ନଥାଏ ।  ସାଧାରଣ ପରିବାରର ଝିଅଙ୍କୁ ଯେ ଏହି ଦୁନିଆ ଆକର୍ଷିତ କରିଥାଏ ତାହା ନୁହେଁ । ଆମ ଦେଶର ଏକାଧିକ ରାଜ ପରିବାରର  ଝିଅ ମଧ୍ୟ ଏଠାରେ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି । ଆସନ୍ତୁ ଜାଣିବା ବି-ଟାଉନର ଏମିତି କିଛି ରାଜକୁମାରୀଙ୍କ ସମ୍ପର୍କରେ।

ସେ।ହା ଅଲ୍ଲୀ ଖାନ: ବଲିଉଡରେ ଏକ ସମୟରେ ନିଜ ଅଭିନୟ କଳା ଦଖାଇ ସାରିଥିବା ସେ।ହା ଅଲ୍ଲୀ ଖାନ କୌଣସି ମାମୁଲି ପରିବାରର ଝିଅ ନୁହନ୍ତି। ସେ ପଟୌଦିର ନୱାବ ସୈଫଅଲ୍ଲୀ ଖାନଙ୍କ ଭଉଣୀ। ସାହି ପରିବାରରୁ ଆସିଥିବା ସୋହା କୌଣସି ରାଜକୁମାରୀଙ୍କ ଠାରୁ କମ୍ ସୁନ୍ଦରୀ ନୁହନ୍ତି।

ଅଦିତି ରାଓ ହୋଦରୀ: ଆମିର ଖାନଙ୍କ ପତ୍ନୀ କିରଣ ରାଓଙ୍କ ଭଉଣୀ ହେଉଛନ୍ତି ଅଦିତି ରାଓ ହୋଦରୀ। ସେ ମଧ୍ୟ ରାଜ ପରିବାର ସହ ଜଡିତ। ଗୋଟିଏ ରାଜ ପରିବାର ନୁହେଁ ଦୁଇ ଦୁଇଟି ରାଜ ପରିବାର ସହ ତାଙ୍କର ରହିଛି ସମ୍ପର୍କ। ଅଦିତିଙ୍କ ଅଜା ତେଲଙ୍ଗାନା ଅଞ୍ଚଳରେ ରାଜ କରିଥିବା ବେଳେ ଜେଜେ ଓ ଦାଦାଙ୍କୁ ହୋଦରୀର ବଡ ନୱାବ କୁହାଯାଇଥାଏ।

ସେ।ନଲ ଚୌହାନ: ‘ଜନ୍ନତ’ରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ସୋନଲ ରାଜପୁତ ଘରର ଝିଅ। ତାଙ୍କ ପରିବାର ମୋନପୁରୀ ଅଞ୍ଚଳରେ ରାଜ କରୁଥିଲେ। ଏହି ଅଞ୍ଚଳ ଏବେ ଉତ୍ତରପ୍ରଦେଶରେ ଅବସ୍ଥିତ।

କିରଣ ରାଓ: କିରଣ ରାଓଙ୍କ ଜେଜେବାପା ଅର୍ଥାତ ଅଦିତି ରାଓ ହାଇହରୀଙ୍କ ଅଜା ତେଲେଙ୍ଗାନା ଅଞ୍ଚଳରେ ରାଜ କରୁଥିଲେ। ଯେଉଁଠାରେ ଆଜି ମଧ୍ୟ ତାଙ୍କ ପରିବାକୁ ବହୁତ ସମ୍ମାନ ଦିଆଯାଇଥାଏ। କିରଣ ଆଗଧାଡିର ଡାଇରେକ୍ଟରଙ୍କ ମଧ୍ୟରୁ ଜଣେ। ସେ ମିଷ୍ଟର ପରଫେକ୍ଟ ଆମୀର ଖାନ୍‌ଙ୍କ ଦ୍ୱିତୀୟ ପତ୍ନୀ।

ରିୟା ଓ ରାଈମା ସେନ : ରିୟା ଓ ରାଈମା ସେନ ଦୁଇ ଭଣି ସିନେମା ଦୁନିଆ ସହ ଖୁବ ଜଡିତ । ଏମାନେ ମଧ୍ୟ ତ୍ରିପୁରା ର ଏକ ରାଜ ପରିବାରରୁ ଆସିଛନ୍ତି । ତାଙ୍କର ଜେଜେମା ଇଲା ଦେବୀ । ସେ କୋଚ ବେହାର ର ଖାଲି ରାଜକୁମାରୀ ନଥିଲେ, ଯାଜପୁର ମହାରାଣୀ ଗାୟତ୍ରୀ ଦେବୀ ଙ୍କ ଭଉଣୀ ମଧ୍ୟ ଥିଲେ ।

ଭାଗ୍ୟଶ୍ରୀ: ‘ମେନେ ପ୍ୟାର କିୟା’ରୁ ବଲିଉଡରେ ଧୁମ ମଚାଇଥିଲେ ଭାଗ୍ୟଶ୍ରୀ। ନିଜ ଅଭିନୟ ଓ ସୌନ୍ଦର୍ଯ୍ୟର ଯାଦୁରେ ସେ କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ କରୁଥିଲେ। ଭାଗ୍ୟଶ୍ରୀଙ୍କ ପିତା ବିଜୟ ସିଂ ରାଓ ସାଙ୍ଗଲୀର ସମ୍ରାଟ ଥିଲେ। ଆଜି ମଧ୍ୟ ତାଙ୍କ ପରିବାରର ଖୁବ ସମ୍ମାନ ରହିଛି।

ଆସନ୍ତୁ ଜାଣିବା ବଲୀଉଡ ରେ ଅଭିନୟ କରୁଥିବା କିଛି ରାଜ ପରିବାରର ରାଜକୁମାରୀଙ୍କ ସମ୍ପର୍କରେ

ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଜେଡବ୍ଲାକ ଓରିଜ ର ବ୍ରାଣ୍ଡ ଆମ୍ବାସୋଡର

Related posts

ଜବ୍ ହ୍ୟାରି ମେଟ୍ ସେଜଲ – ଶାହରୁଖ ଖାନ୍ ଓ ଅନୁଷ୍କା ଶର୍ମାଙ୍କ ଯୋଡ଼ି ବଲୀଉଡ ସିନେମା

ENO Beuro

Actors Ali Fazal And Shweta Tripathi Are Joining Hands For A Web Series Mirzapur

ENO Beuro

Today’s Bollywood Release: Baadshaho And Shubh Mangal Saavdhan

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More