• Home
  • News
  • ବଲିଉଡ୍‌ : କଠୁଆ ପୀଡ଼ିତାଙ୍କୁ ନ୍ୟାୟ ମିଳୁ
News

ବଲିଉଡ୍‌ : କଠୁଆ ପୀଡ଼ିତାଙ୍କୁ ନ୍ୟାୟ ମିଳୁ

କଠୁଆ ଗଣଦୁଷ୍କର୍ମକୁ ନେଇ ବଲିଉଡ୍‌ ସେଲିବ୍ରିଟିଙ୍କ ନିନ୍ଦା

ଜମ୍ମୁର କଠୁଆ ଅଞ୍ଚଳର ଜଣେ ୮ ବର୍ଷର ନାବାଳିକା ଆସିଫାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଛି । ଏହି ଖବର ସାରା ଦେଶକୁ ଚହଲାଇ ଦେଇଛି । ଏହି ଜଘନ୍ୟ କାଣ୍ଡକୁ ନେଇ ହେଉଥିବା ରାଜନୀତିକରଣ ଓ ଧର୍ମ ସହିତ ଯୋଡ଼ା ଯାଉଥିବା ଘଟଣା ସାଧାରଣ ଲୋକଙ୍କୁ ଆଘାତ ପହଞ୍ଚାଉଛି । ବଳାତ୍କାର ଏବଂ ହତ୍ୟା ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ସହ ଶିଶୁକନ୍ୟାଙ୍କୁ ସୁରକ୍ଷା ଦେବାକୁ ସବୁଆଡେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏଥିରୁ ବଲିଉଡ ବି ବାଦ୍‌ ଯାଇନାହିଁ ।

ବଲିଉଡର କିଛି କଳାକାର ଏମିତି କିଛି ପ୍ଲାକାର୍ଡ ଧରି କଠଓ୍ବା ବଳାତ୍କାର ଘଟଣାକୁ ବିରୋଧ କରିଛନ୍ତି । ସୂଚନାଯୋଗ୍ୟ, ସମ୍ପୃକ୍ତା ନାବାଳିକାଙ୍କୁ ବାରମ୍ବାର ବଳାତ୍କାର କରିବା ଓ ପରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେବା ଭଳି ଏକ ସମ୍ବେଦନଶୀଳ ଘଟଣାକୁ ସାରା ଦେଶ ବିରୋଧ କରୁଥିବା ବେଳେ ଶିଶୁକନ୍ୟାଙ୍କୁ ନ୍ୟାୟ ମିଳୁ ବୋଲି ଏବେ ବଲିଉଡର କିଛି କଳାକାର ସୋସିଆଲ ମିଡିଆ ମାଧ୍ୟମରେ ଦାବି କରିଛନ୍ତି । ବିଶେଷ କରି ମହିଳା ସେଲିବ୍ରିଟିମାନେ ଏହି ଘଟଣାକୁ ନେଇ ଟ୍ବିଟରରେ ନିନ୍ଦା କରିଛନ୍ତି।

ଅଭିନେତ୍ରୀ ଅନୁଷ୍କା ଶର୍ମା ଲେଖିଛନ୍ତି ଯେ କ୍ରୁରତା ଏବେ ନୀରିହ ପିଲାଙ୍କୁ  କ୍ଷତି ପହଞ୍ଚାଉଛି । ଏ ଦୁନିଆକୁ କ’ଣ ହୋଇଯାଇଛି । ଦୋଷୀଙ୍କୁ କଠୋର ଦଣ୍ଡ ମିଳିବା ଉଚିତ। ମଣିଷ ଭାବେ ଆମେ କୁଆଡ଼େ ଯାଉଛେ? ଭିତରୁ ସେ ଦୋହଲି ଯାଇଥିବା ଅନୁଷ୍କା ଲେଖିଛନ୍ତି । ପରିଣିତି ଚୋପ୍ରା ଟ୍ବିଟ୍‌ କରିଛନ୍ତି ଯେ ଜଣେ ମଣିଷ ଅନ୍ୟ ଜଣଙ୍କ ସହ ଏଭଳି କିପରି କରି ପାରନ୍ତି? ଦୁଷ୍କର୍ମ କାହିଁକି ରୋକା ଯାଇପାରୁ ନାହିଁ? ଅନ୍ତରାତ୍ମା ମରିଗଲାଣି କି? ଏଥିପାଇଁ ସେମାନଙ୍କୁ ଅବଶୋଷ ଲାଗୁନାହିଁ କି ବୋଲି ପରିଣିତି ପ୍ରଶ୍ନ କରିଛନ୍ତି।

ସୋନାଲୀ ବେନ୍ଦ୍ରେ ଲେଖିଛନ୍ତି ମାନବିକତା ମାମଲାକୁ ଏଭଳି ଭାବେ ରାଜନୈତିକ ଓ ଧାର୍ମିକ ପ୍ରସଙ୍ଗ କରାଯିବା ଲଜ୍ଜାଜନକ। ରବୀନା ଟଣ୍ଡନ ଟ୍ବିଟ୍‌ କରି ଲେଖିଛନ୍ତି ଏଭଳି ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଉପରେ ଲଗାମ ଲଗାଇବା ଲାଗି ସ୍ବତନ୍ତ୍ର ଅଦାଲତ, ରାଜନୈତିକ ଇଚ୍ଛାଶକ୍ତି, ଶକ୍ତ ଆଇନ, କଠୋର ପୋଲିସ ତଦନ୍ତ ହେବା ଆବଶ୍ୟକ। ଯେ ପର୍ଯ୍ୟନ୍ତ ଅଭିଯୋଗ ପ୍ରମାଣ ହୋଇନି ଜଣଙ୍କୁ ଦୋଷୀ ଭାବେ ଗ୍ରହଣ କର ନାହିଁ । ମାତ୍ର ଥରେ ଦୋଷ ପ୍ରମାଣ ହୋଇଗଲେ ଛାଡ଼ିବା ଉଚିତ ନୁହେଁ ବୋଲୀ ରବୀନା ଲେଖିଛନ୍ତି ।

ସେହିପରି ଆଲିଆ ଭଟ୍ଟ ଲେଖିଛନ୍ତି ଯେ ଏଭଳି ଘଟଣାକୁ ସେ ବିଶ୍ବାସ କରିପାରୁ ନାହାନ୍ତି । ଏଭଳି ଘଟଣା ଶୁଣି ସେ ଆଚମ୍ବିତ। ପୀଡ଼ିତାଙ୍କୁ ନ୍ୟାୟ ଦରକାର ବୋଲି ଆଲିଆ କହିଛନ୍ତି । ସୋନମ କପୁର, କରିନା କପୁର, ବିଶାଲ ଦାଦଲାନି, କଳ୍‌କି କୋଚଲିନ ପ୍ରମୁଖ ବହୁ ବଳାକାର ପୀଡିତାଙ୍କୁ ନ୍ୟାୟ ମିଳିବାକୁ ଦାବି କରିଛନ୍ତି ।

ବଲିଉଡ୍‌ : କଠୁଆ ପୀଡ଼ିତାଙ୍କୁ ନ୍ୟାୟ ମିଳୁ justice

ପଢନ୍ତୁ ;

ତରଭୁଜ ଖାଇବା ଦ୍ଵାରା ଆମକୁ କେଉଁ ସବୁ ଫାଇଦା ମିଳିଥାଏ ଜାଣନ୍ତୁ?

Related posts

ନବୀନ ନିବାସ ର ସୁରକ୍ଷା ବୃଦ୍ଧି ପାଇଁ ସ୍ମାର୍ଟ ସିଟି ବିମାନବନ୍ଦରର ଦୂରାବସ୍ଥା

Krishna Kumar Manoj

ମହିଳା ଦିବସ ଅବସରରେ ତାଙ୍କୁ ପ୍ରେରଣା ଦେଇଥିବା ଜଣେ ୧୦୬ ବର୍ଷୀୟ ମହିଳାଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ

Krishna Kumar Manoj

ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷା, ଘନୀଭୂତ ହେଉଛି ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More