ଆପଣ ଭାବି ବି ପାରିବେନି କି ଆପଣ ପସନ୍ଦ କରୁଥିବା ବଲୀଉଡ ନାୟିକା ମାନେ କେତେ କମ ପାଠ ପଢିଛନ୍ତି

ଆପଣ ଭାବି ବି ପାରିବେନି କି ଆପଣ ପସନ୍ଦ କରୁଥିବା ବଲୀଉଡ ନାୟିକା ମାନେ କେତେ କମ ପାଠ ପଢିଛନ୍ତି

ପାଠ ସାଧାରଣତ ସମସ୍ତଙ୍କ ଜୀବନର ଏକ ଗୁରୁତ୍ବପୂର୍ଣ ଅଙ୍ଗ ହେଇଥାଏ । କୁହାଯାଏ ଯେ ଭଲ ପାଠ ଦ୍ଵାରା ସଫଳତା ତମ ପାଦ ନିକଟକୁ ଆସେ । କିନ୍ତୁ ଏ କଥା ଆମ ବଲୀଉଡ ନାୟିକା ମାନଙ୍କ ପାଖରେ ଟିକେ କମ ଦେଖାଯାଏ । ପରଦାରେ ନିଜ ଅଭିନୟର ଯାଦୁ ଦେଖାଇ କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ କରୁଛନ୍ତି ଆମ ବଲିଉଡର ନାୟିକାମାନେ। ଭିନ୍ନ ଭିନ୍ନ ଚରିତ୍ରରେ ଏମାନଙ୍କୁ ଦେଖିବାକୁ ମିଳିଥାଏ। କେଉଁଠି ପୋଲିସ୍‌ ତ ଆଉ କେଉଁଠି ଓକିଲ। କେଉଁଠି ମନ୍ତ୍ରୀ ତ କେଉଁଠି ବିଜନେସ୍‌ମ୍ୟାନ୍‌। ଏହାସହ କଲେଜ ପଢୁଆ ଝିଅ ତ ପରିବାରର ଆଜ୍ଞାକାରୀ ଭୂମିକା। ସବୁଠି ଦେଖିବାକୁ ମିଳିଥାଏ ଏମାନଙ୍କ ଯାଦୁ। ବହୁ ଅଭିନେତ୍ରୀ ହାଏ ଏଜୁକେଟେଡ।

ଯେଉ ନାୟିକା ମାନେ ଆଜି ଲୋକପ୍ରିୟତା ଓ ସଫଳତା ର ଆଗଧାଡିରେ ଅଛନ୍ତି ସେମାନେ ଏତେ କମ ପାଠ ପଢିଛନ୍ତି ଯେ ଆପଣ ଶୁଣିଲେ ବିଶ୍ଵାସ କରିପାରିବେନି । ତଳେ ଲିଖିତ ଏହି ତାଲିକା ଉପରେ ନିକେ ନଜର ପକାନ୍ତୁ ।

ଐଶ୍ୱର୍ଯ୍ୟା ରାୟ ବଚ୍ଚନ: ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଅଣ୍ଡର ଗ୍ରାଜୁଏଟ। ଜୟ ହିନ୍ଦ କଲେଜରେ ମାତ୍ର ବର୍ଷେ ପଢିଛନ୍ତି। ଏହାପରେ ଆର୍କିଟେକଚର ପଢିବାକୁ ନାମ ଲେଖାଇଥିଲେ। ଏହି ସମୟରେ ମଡେଲିଂ ଦୁନିଆରେ ପାଦ ଦେଇଥିଲେ। ବହୁତ ଶୀଘ୍ର ତାଙ୍କୁ ଫିଲ୍ମରେ ସୁଯୋଗ ମିଳିଯିବାରୁ ଅଧାରୁ ପାଠପଢା ଛାଡି ଦେଇଥିଲେ।

ଦୀପିକା ପାଦୁକୋନଗ୍ରାଜୁଏସନ ପୁରା କରିପାରିନାହାଁନ୍ତି ଦୀପିକା। ବେଙ୍ଗାଲୁରୁରେ ଏକ କଲେଜରେ ପାଠ ପଢୁଥିବା ସମୟରେ ଅଧାରୁ ପାଠ ଛାଡି ଇଗନୋରେ ଏକ ସଟଟର୍ମ କୋର୍ସ କରିଥିଲେ। ହେଲେ ସେତକ ବି ପୂରା କରିପାରିଲେ ନାହିଁ। ମଡେଲିଂ ଦୁନିଆରେ ପାଦ ଦେଲେ ଓ ଏହା ପରେ ପରେ ବଡ଼ ପରଦାରେ ବନି ଗଲେ ବଡ ଷ୍ଟାର। ଏବେ ହଲିଉଡ ଓ ବଲିଉଡ ଉଭୟ ଦୁନିଆରେ ବେଶ ଚର୍ଚିତ ।

କରିନା କାପୁର: ବଲିଉଡରେ ସବୁଠାରୁ ଅଧିକ ଆୟ କରୁଥିବା ନାୟିକାଙ୍କ ମଧ୍ୟରେ କରିନା ହେଉଛନ୍ତି ଜଣେ। ବାଣିଜ୍ୟରେ ଯୁକ୍ତଦୁଇ ପର୍ଯ୍ୟନ୍ତ ପଢିବା ପରେ ମାତ୍ର ୨୦ ବର୍ଷ ବୟସେର ଫିଲ୍ମ ଦୁନିଆରେ ପାଦ ରଖିଥିଲେ କରିନା। ପରେ ଲ’ ପଢା ଆରମ୍ଭ କରିଥିଲେ। ହେଲେ ଏଥିରେ ମନ ଲାଗିଲା ନି। ପାଠପଢାରେ ଡୋରି ବାନ୍ଧି ଦେଲେ।

ପ୍ରିୟଙ୍କା ଚୋପ୍ରାହଲିଉଡ ଓ ବଲିଉଡରେ ଅଭିନୟ କରି ବେଶ ନା କମାଇଛନ୍ତି ପ୍ରିୟଙ୍କା । ଅଭିନୟ ଚକ୍କରରେ ଗ୍ରାଜୁଏସନ ପୂରା କରିପାରି ନାହିଁନ୍ତି ସେ। ଜଣେ ସାଇକୋଲୋଜିଷ୍ଟ ହେବାକୁ ଚାହୁଁଥିବା ପ୍ରିୟଙ୍କା ମୁମ୍ବାଇର ଜୟ ହିନ୍ଦ କଲେଜରେ ନାମ ଲେଖାଇଥିଲେ। ମଡେଲିଂ ନିଶାରେ ସେ ଏତେ ମସଗୁଲ ଥିଲେ ଯେ, ପାଠପଢାରେ ଡୋରି ବାନ୍ଧି ଦେଇଥିଲେ।

ଆପଣ ଭାବି ବି ପାରିବେନି କି ଆପଣ ପସନ୍ଦ କରୁଥିବା ବଲୀଉଡ ନାୟିକା ମାନେ କେତେ କମ ପାଠ ପଢିଛନ୍ତି