News

ବଲିଉଡ ମଧ୍ୟ ଆତଙ୍କବାଦୀଙ୍କ ଏହି ବର୍ବର ଆକ୍ରମଣକୁ କଲା ଘୋର ନିନ୍ଦା

ଆତଙ୍କବାଦୀ ଆକ୍ରମଣକୁ ସବୁ ମହଲରୁ କଡା ନିନ୍ଦା

ଜାମ୍ମୁକାଶ୍ମୀରର ପୁଲଓ୍ବାମାରେ ଗୁରୁବାର ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସବୁ ମହଲରୁ କଡା ନିନ୍ଦା କରାଯାଇଛି।  ବଲିଉଡ୍‌ ମଧ୍ୟ ଏ କ୍ଷେତ୍ରରେ ପଛକୁ ହଟି ନାହିଁ। ଆତଙ୍କବାଦୀଙ୍କ ଏଭଳି ବର୍ବର କାଣ୍ଡକୁ ଘୋର ନିନ୍ଦା କରିଛି ବଲିଉଡ। ନିକଟରେ ସର୍ଜିକାଲ ଷ୍ଟ୍ରାଇକକୁ ନେଇ ବଲିଉଡ୍‌ରେ ନିର୍ମାଣ କରାଯାଇଥିଲା ମୁଭି ‘ଉରି’।

ଏଥିର ଅଭିନେତା ବିକ୍କି କୌଶଲ ଏହାର ଘୋର ନିନ୍ଦା କରିବା ସହ ଶହୀଦ ପରିବାରଙ୍କ ପ୍ରତି ନିଜର ସମବେଦନା ପ୍ରକାଶ କରିଛନ୍ତି।  ବଲିଉଡ୍‌ର ନାମୀ କଳାକାର ଆମିର ଖାଁ, ସଲମାନ ଖାଁ ଆଦି ମଧ୍ୟ ଏହି ଆତଙ୍କବାଦୀ ଆକ୍ରମଣକୁ ନେଇ ଟୁଇଟ୍‌ କରିବା ସହ ଏଭଳି ଘଟଣା ତାଙ୍କୁ ସ୍ତବ୍ଧ କରିଥିବା କହିଛନ୍ତି ଆମିର।ସଲମାନଙ୍କ କହିଛନ୍ତି ଏହି ଘଟଣା ତାଙ୍କ ଛାତି ଥରାଇ ଦେଇଛି।

ସୂଚନାଯୋଗ୍ୟ,ଗୁରୁବାର ପୁଲଓ୍ବାମାରେ ଘଟିଥିବା ଏକ ଆତଙ୍କବାଦୀ ଆକ୍ରମଣରେ ୪୪ ଜଣ ଯବାନ ଶହୀଦ ହୋଇଥିବା ବେଳେ ପ୍ରାୟ ୧୫ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।ଏହି ଆକ୍ରମଣ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ଦ୍ଵାରା କରାଯାଇଥିବା ପ୍ରକାଶ।

 

 

ପଢନ୍ତୁ:ମୁଣ୍ଡବିନ୍ଧାରୁ ମୁକ୍ତି ଦେଇଥାଏ ଅଦା,ଆସନ୍ତୁ ଜାଣିବା ଏହାର ଉପକାରିତା

Related posts

ନିଷ୍ପତି ନେଲେ ସରକାର, ଦରମା ବୃଦ୍ଧି ସହ ନିୟମିତ ହେବେ ଶିକ୍ଷା ସହାୟକ

ENO Beuro

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଶ୍ରାଦ୍ଧବାର୍ଷିକ

Ratnamani Moharana

୨୮ରୁ ଜାତୀୟ ହସ୍ତତନ୍ତ ମେଳା ‘ତୋଷାଳି’

ENO Beuro

Leave a Comment