Movie News

ସ୍ୱର୍ଗତ ଅକ୍ଷୟ ମହାନ୍ତି ଙ୍କ ଉପରେ ନିର୍ମାଣ ହେବାକୁ ଯାଉଛି ବଲିଉଡ ଚଳଚ୍ଚିତ୍ର “ହେ ଫଗୁଣ ତୁମେ”

ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ଉପରେ ନିର୍ମାଣ ହେବାକୁ ଯାଉଛି ବଲିଉଡ ଚଳଚ୍ଚିତ୍ର ହେ ଫଗୁଣ ତୁମେ

ସୁପ୍ରସିଦ୍ଧ ସଙ୍ଗିତଜ୍ଞ, ଗୀତିକାର, ଲେଖକ ତଥା ଗାୟକ ସ୍ୱର୍ଗତ ଅକ୍ଷୟ ମହାନ୍ତି ଙ୍କ ଉପରେ ଖୁବ୍ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ବଲିଉଡ ଚଳଚ୍ଚିତ୍ର “ହେ ଫଗୁଣ ତୁମେ” । ବଲିଉଡ ଜଗତର ଖ୍ୟାତନାମା ସିନେମା ନିର୍ମାତା ମୁସ୍ତାକ୍ ନାଦିଆଦାୱାଲା ଙ୍କର ପ୍ରଚେଷ୍ଟା ରେ ଏହି କାର୍ଯ୍ୟ ସମ୍ଭବ ହବାକୁ ଯାଉଛି ।ଲୁଚିଜାଇଥିବା ସେଇ ଫଗୁଣ ପୁଣି ଆସୁଛି ବହୁ ସ୍ମୃତି ର ପସରା ଧରି ।

ମୁସ୍ତାକ୍ ନାଦିଆଦାୱାଲା ତାଙ୍କର ବହୁ ବଲୀଉଡ ସିନେମା ପାଇଁ ପରିଚିତ। ଜୀତ ଆଣ୍ଡ ଜୁଡବା, ୨ ସ୍ଟେଟସ, ହାଉସଫୁଲ ସିରୀଜ, ଫନତୋମ ଆଣ୍ଡ ରଙ୍ଗୁନ ଏତ୍ୟାଦି ।

ସୂଚନା ମୁତାବକ, ନିକଟରେ ମୁସ୍ତାକ୍ ଏନେଇ ଅକ୍ଷୟ ମହାନ୍ତି ଟ୍ରଷ୍ଟ ସହ ଆଲୋଚନା ମଧ୍ୟ କରିଛନ୍ତି । ସ୍ୱର୍ଗତ ମହାନ୍ତିଙ୍କ କଟକସ୍ଥିତ ବାସଭବନ ‘ବିଚିତ୍ରବର୍ଣ୍ଣା’ଠାରେ ମୁସ୍ତାକ୍, ମହାନ୍ତିଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି । ତେବେ ‘ହେ ଫଗୁଣ ତୁମେ’ ନାମରେ ଏହି ଚଳଚ୍ଚିତ୍ର ଅକ୍ଷୟ ମହାନ୍ତିଙ୍କ ଜୀବନୀ ,ସ୍ୱପ୍ନ ଓ ସିନେ-ସଙ୍ଗିତ ଜଗତରେ ଉତଥାନ ପତନ ଉତଥାନ ଭରା ବାଟରେ ଅନେକ ଦଶନ୍ଧି ଧରି ବିଜୟର ଯାତ୍ରା ଉପରେ ଆଧାରିତ ।

କହିବାକୁ ଗଲେ ଏହା ସେହି ଅମର ବ୍ୟକ୍ତିତ୍ୱଙ୍କର ଏକ ଅଧୁରା ସ୍ୱପ୍ନ ପୁରଣ ହେଲା ଭଳି ପ୍ରତୀୟ ହୋଇଛି । ସ୍ୱର୍ଗତ ମହାନ୍ତି କିପରି ପ୍ରେମୀକରୁ ପାଲଟିଥିଲେ କିମ୍ବଦନ୍ତି, ସଙ୍ଗିତରୁ ପାଲଟିଥିଲେ ଜଣେ କାଳଜୟୀ କଳାକାର ତାହା ଅତି ନିଚ୍ଛକ ଭାବେ ଏହି ଚଳଚ୍ଚିତ୍ରରେ ଦେଖିବାକୁ ପାଇବେ ଦର୍ଶକେ ।

ସିନେମାଟିର କାହାଣୀ ଲେଖିଛନ୍ତି ପ୍ରସିଦ୍ଧ ଇଂରାଜୀ କବି ନିକୁଂଜ କେ ସୁନ୍ଦରାୟ ଏବଂ ଏହାର ଡାଏଲଗ ଲେଖିଛନ୍ତି ଦେବଦାସ ଛୋଟରାୟ ।

ଏହି ସିନେମାରେ ରହିଛି ମୋଟ୍ ୮ଟି ଗୀତ । ଗୁରୁତ୍ବପୂର୍ଣ କଥା ଏହା ଯେ ସବୁତକ ଗୀତ ସେଇ ମହାନ ବ୍ୟକ୍ତି ସ୍ୱର୍ଗତ ମହାନ୍ତିଙ୍କ  ଦ୍ଵାରା ରଚିତ ଓ ଲିଖିତ ମଧ୍ୟ ।  ସିନେମାଟି ଚଳିତ ବର୍ଷ ଆରମ୍ଭ ହେବାକୁ ଯାଉଛି ବୋଲି ମିଳିଥିବା ସୂଚନାରୁ ଯାହା ଜଣାପଡିଛି ।

ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ଉପରେ ନିର୍ମାଣ ହେବାକୁ ଯାଉଛି ବଲିଉଡ ଚଳଚ୍ଚିତ୍ର ହେ ଫଗୁଣ ତୁମେ

ପଢନ୍ତୁ ମନ୍ଦିର ହୁନଦୀରୁ ବାହାରୁଛି ଲକ୍ଷ ଲକ୍ଷ ଟଙ୍କା

 

Related posts

Tu Je Sei Odia Movie Cast and Crew, Walpapers

Jitendra

Ollywood Release Odia Movie “The End-It Begins Here”

ENO Beuro

ଝିଲିକ୍‌ ଓ ଜ୍ୟୋତି ରଞ୍ଜନ ଙ୍କ ଆଗାମୀ ଓଡ଼ିଆ ଛବି ‘ତୁ ମୋ ହିରୋ’

ENO Beuro

1 comment

Leave a Comment