Entertainment

ରିଲିଜ୍‌ ହେଲା ବଲିଉଡ ଅଭିନେତା ସଂଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’ର ଟ୍ରେଲର !

ଟ୍ରେଲର୍‌ରେ ସଞ୍ଜୁଙ୍କ ଜୀବନର ୪ଟି ମୁଖ୍ୟ ଅଂଶକୁ ଦର୍ଶଯାଇଛି

ବଲିଉଡ ଅଭିନେତା ସଂଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’ର ଟ୍ରେଲର ରିଲିଜ ହୋଇଛି । ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତଙ୍କ ଭୂମିକା ନିଭାଇଥିବା ରଣବୀର କପୁର୍‌ ଆପଣଙ୍କୁ ଏବେ ରଣବୀର କମ୍‌ ସଞ୍ଜୟ ବେଶି ଅନୁଭବ ହେବେ । ତାଙ୍କର ଲୁକ୍‌ ସାଙ୍ଗକୁ କଥା କୁହା ଅନ୍ଦାଜ ଦେଖିଲେ ଆପଣ ଦ୍ୱନ୍ଦ୍ୱରେ ପଡ଼ିଯିବେ ଯେ ସେ ରଣବୀର କି ସଞ୍ଜୟ !

ଟ୍ରେଲର ରିଲିଜ ହେବାରବୁ କିଛି ମିନିଟ ମଧ୍ୟରେ ଏହାକୁ ୩୦ ହଜାରରୁ ଅଧିକ ଭ୍ୟୁଜ ମିଳି ସାରିଛି । ଏହି ଟ୍ରେଲର୍‌ରେ ସଞ୍ଜୁଙ୍କ ଜୀବନର ୪ଟି ମୁଖ୍ୟ ଅଂଶକୁ ଦର୍ଶଯାଇଛି। ସଞ୍ଜୟଙ୍କ ପାରିବାରିକ ଜୀବନରୁ ନେଇ ପ୍ରେମ, ବନ୍ଧୁତ୍ୱ, ଆତଙ୍କବାଦ୍‌ ସଂପୃକ୍ତି ଆଦି ବିଭିନ୍ନ ପର୍ଯ୍ୟାୟ ରହିଛି ଏହି ଟ୍ରେଲର୍‌ରେ । ଚଳଚ୍ଚିତ୍ରଟିକୁ ନିର୍ଦ୍ଦେଶନା ଦେଇଛନ୍ତି ଜଣାଶୁଣା ନିର୍ଦ୍ଦେଶକ ରାଜକୁମାର ହୀରାନି।

ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀରଙ୍କ ବ୍ୟତିତ ପରେଶ ରାୱଲ, ଦିୟା ମିର୍ଜା, ସୋନମ କପୁର, ଅନୁଷ୍କା ଶର୍ମା,ବୁମନ ଇରାନୀ, ଭିକି କୌଶଲ, କରୀସ୍ମା ତନ୍ନା। ଜିମି ସରଭ, ଆଦି ଅଭିନୟ କରିଛନ୍ତି। ଚଳଚ୍ଚିତ୍ରଟିକୁ ପଯୋଜନା କରିଛନ୍ତି ବିନୋଦ୍‌ ଚୋପ୍ରା ।

ପଢନ୍ତୁ ; ୧୬ ଦିନ ପରେ ତୈଳ ଦର କମିଲା ମାତ୍ର ୧ ପଇସା !

Related posts

ବହୁତ ଦିନପରେ ପୁଣି ଏକାଠି ନଜର ଆସିବେ ସିଦ୍ଧାନ୍ତ,ରଚନା ଏବଂ ଅନୁ

ENO Beuro

Raveena Tandon special attraction of 8th Odia Filmfare Award

ENO Beuro

ବିକାଶ ଗୁପ୍ତା ଓ ଶିଳ୍ପା ସିନ୍ଧେଙ୍କ ବିଭାହକୁ ନେଇ ଚର୍ଚା

ENO Beuro

Leave a Comment