Entertainment

କଣ୍ଠଶିଳ୍ପୀ ଉଦିତ୍ ନାରାଣୟଙ୍କ ପୁଅ ଆଦିତ୍ୟ ନାରାୟଣ ଗିରଫ

ଜାମିନ ମିଳିବା ପରେ ମୁମ୍ବାଇ ପୋଲିସ ଆଦିତ୍ୟଙ୍କୁ ଛାଡି ଦେଇଛି

ଏକ ସଡକ ଦୁର୍ଘଟଣାକୁ ନେଇ ବଲିଉଡ ଗାୟକ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣଙ୍କୁ  ଗିରଫ କରିଛି ମୁମ୍ବାଇ ପୋଲିସ । ଗିରଫର କିଛି ସମୟ ପରେ ଥାନାରୁ ମୁକୁଳି ଯାଇଛନ୍ତି ଆଦିତ୍ୟ ।ତେବେ ଆଦିତ୍ୟଙ୍କୁ ଜାମିନ ମିଳିବା ପରେ ମୁମ୍ବାଇ ପୋଲିସ ତାଙ୍କୁ ଛାଡି ଦେଇଛି ।

ସୁଚାନ ଅନୁସାରେ ଆଦିତ୍ୟ ଟ୍ରାଫିକ ନିୟମ ଉଲ୍ଳଂଘନ କରିଥିଲେ । ସୋମବାର ସକାଳେ ଆଦିତ୍ୟଙ୍କ କାର ଅନ୍ଧେରିର ଲୋଖାଣ୍ଡୱାଲା ଅଞ୍ଚଳରେ ଏକ ଅଟୋରିକ୍ସାକୁ ଧକ୍କା ଦେଇଥିଲା । ଏଥିରେ ଅଟୋ ଚାଳକ ଓ ଅଟୋରେ ଥିବା କିଛି ଯାତ୍ରୀ ଆହତ ହୋଇଥିଲେ । ଏ ନେଇ ତାଙ୍କ ବିରୋଧରେ ଆଇପିସି ଧାରା ୩୩୮ ଓ ୨୭୯ରେ ମାମଲା ରୁଜୁ ହୋଇଥିଲା ।

ଆଦିତ୍ୟଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଥାନାରେ ମାମଲା ରୁଜୁହେବା ପରେ ଆଦିତ୍ୟଙ୍କୁ ପୋଲିସ ଗିରଫ କରି ତାଙ୍କର ମେଡ଼ିକାଲ ଯାଂଚ କରାଇଥିଲା । ତେବେ ୧୦ହଜାର ଟଙ୍କା ମୁଚାଲିକାରେ ଆଦିତ୍ୟଙ୍କୁ ଜାମିନ ପ୍ରଦାନ କରାଯାଇଛି ।

ପଢନ୍ତୁ ;

ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Related posts

ଆପଣ ଜାଣନ୍ତି କି? ଝିଟିପିଟି ଶରୀରର କେଉଁ ଅଙ୍ଗରେ ପଡ଼ିଲେ ଶୁଭ ହୋଇଥାଏ ? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ବକ୍ସ ଅଫିସରେ ‘ସତ୍ୟମେବ ଜୟତେ’କୁ ପଛରେ ପକେଇଲା ଅକ୍ଷୟ କୁମାରଙ୍କ ଫିଲ୍ମ‘ଗୋଲ୍ଡ’

ENO Beuro

‘ସୁପର-୩୦’ରେ ହ୍ରିତିକ୍‌ଙ୍କ ନୂଆ ଲୁକ, ଚିହ୍ନି ପାରିଲେ ନାହିଁ ଫ୍ୟାନ

ENO Beuro

Leave a Comment