News

ଦୂତୀଙ୍କ ଜୀବନକୁ ନେଇ ହେବ ବଲିଉଡ୍ ଫିଲ୍ମ

Untitled 1

ଓଡ଼ିଶାର ଗର୍ବ ଦୌଡ଼ରାଣୀ ଦୂତୀ ଚାନ୍ଦ । କେତେବେଳେ ସେ ନିଜର ଦକ୍ଷତାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ତ କେତେବେଳେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେ ଚର୍ଚ୍ଚାରେ। କିଛିଦିନ ପୂର୍ବରୁ କମେଡ଼ି କିଙ୍ଗ୍‌ କପିଲ ଶର୍ମାଙ୍କ ଶୋ’ରେ ଦୂତୀ ପ୍ରଥମ ଓଡ଼ିଆ ଝିଅ ଭାବେ ସେ ଯୋଗ ଦେଇ ମଧ୍ୟ ଚର୍ଚ୍ଚାରେ ରହିଥିଲେ। ବର୍ତ୍ତମାନ ସେ ସମଲିଙ୍ଗୀ ସଂପର୍କକୁ ନେଇ ଚର୍ଚ୍ଚାରେ। ଏତେ ସବୁ ଚର୍ଚ୍ଚା ପରେ ଏବେ ଦୂତୀଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଚର୍ଚ୍ଚା ହେଉଛି ଯେ ଦୂତୀଙ୍କ ଉପରେ ଖୁବ୍‌ଶୀଘ୍ର ଏକ ବଲିଉଡ ବାୟୋପିକ୍‌ ଫିଲ୍ମ ତିଆରି ହେବାକୁ ଯାଉଛି ।ଅନୀଲ କପୁର ଓ ଚଳଚ୍ଚିତ୍ର ନିର୍ମାତା ରାକେଶ ଓମପ୍ରକାଶ  ତାଙ୍କୁ ଚଳଚ୍ଚିତ୍ର ପାଇଁ ଅନୁମତି ମାଗିଛନ୍ତି ବୋଲି କହିଛନ୍ତି ଦୂତୀ।

Duti 1 (1)

 

ସୂଚନା ଅନୁଯାୟୀ, ଏହି ଫିଲ୍ମ ପାଇଁ ଅନେକ ଫିଲ୍ମ ନିର୍ମାତା ଦୂତୀଙ୍କ ସହ ସମ୍ପର୍କ କରିସାରିଲେଣି। ତେବେ ତାଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ ହେଲେ କେଉଁ ବଲିଉଡ଼ ଅଭିନେତ୍ରୀ ତାଙ୍କ ଭୂମିକାକୁ ଯଥାର୍ଥତା ଦେଇପାରିବେ ଦୂତୀ ତାହା ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ ଅଭିନେତ୍ରୀ କଙ୍ଗନା ରାଣାୱତ୍  ତାଙ୍କ ଭୂମିକାକୁ ସଠିକ୍ ରୂପ ଦେଇ ପାରିବେ। ଏନେଇ କଙ୍ଗନାଙ୍କୁ ପ୍ରଶ୍ନ କରାଯିବା ପରେ ସେ କହିଛନ୍ତି, ‘‘ମୁଁ ନିଜକୁ ଧନ୍ୟ ମନେ କରୁଛି ଯେ, ଦୂତୀ ମୋତେ ତାଙ୍କ ଭୂମିକାରେ ଅଭିନୟ କରିବାକୁ ଉପଯୁକ୍ତ ମନେ କରିଛନ୍ତି’’।

ପଢନ୍ତୁ: ସବୁଦିନ ପାଇଁ ଭାଙ୍ଗିଲା ସପା-ବସପା ମେଣ୍ଟ

Related posts

ଇଣ୍ଡିଗୋ ଏୟାର ଲାଇନ୍ସ ବାତିଲ କଲା ୪୭ଟି ବିମାନର ଉଡ଼ାଣ

ENO Beuro

ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀ ମୃତ !

ENO Beuro

ତାଜମହଲ୍‌କୁ ସୁରକ୍ଷା ଏବଂ ସଂରକ୍ଷଣ ଦେବାରେ ଅବହେଳା!

ENO Beuro

1 comment

Leave a Comment