• Home
  • News
  • ରାଜଧାନୀର ଏକ ରେଷ୍ଟୁରାଣ୍ଟ ଉପରକୁ ବୋମାମାଡ଼ କଲେ ଦୁର୍ବୃତ୍ତ!
News

ରାଜଧାନୀର ଏକ ରେଷ୍ଟୁରାଣ୍ଟ ଉପରକୁ ବୋମାମାଡ଼ କଲେ ଦୁର୍ବୃତ୍ତ!

ରାଜଧାନୀରେ ବୋମାମାଡ

ଗତକାଲି ରାଜଧାନୀର ଦୁଇଟି ସ୍ଥାନରେ ବୋମାମାଡ଼ ହୋଇଛି। ରାତି ପ୍ରାୟ ୧୧ଟା ସମୟରେ ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ଶିଶୁଭବନ ଛକରେ ଥିବା ଏକ ଦୋକାନରେ ୨ଟି ବୋମା ମାଡ଼ ହୋଇଥିବା ବେଳେ ରାତି ପ୍ରାୟ ୯ଟାରେ ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗବିହାର କେ-୬ ଅଞ୍ଚଳରେ କେହି ଦୁର୍ବୃତ୍ତ ୨ଟି ବୋମା ଫିଙ୍ଗିଛି।

ମିଳିଥିବା ସୂଚନାଅନୁଯାୟୀ,ଶିଶୁ ଭବନ ଛକରେ ଥିବା ଫୁଡ୍‌ ଜଙ୍କସନ୍‌ ଉପରେ ହୋଇଥିବା ବୋମାମାଡ଼ରେ ମ୍ୟାନେଜର୍‌ ଶରତ କୁମାର ପଟନାୟକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତି କରାଯାଇଛି।

ରାଜଧାନୀର ଆଉ ଏକ ସ୍ଥାନରେ ମଧ୍ୟ ବୋମାମାଡ ହୋଇଛି। ତମାଣ୍ଡୋ ଥାନା ଅଧୀନ କଳିଙ୍ଗନଗର-କେ୬ ଅଞ୍ଚଳରେ ହୋଇଥିବା ବୋମାମାଡ଼ରେ କେହି ଆହତ ହୋଇ ନଥିବା ପୁଲିସ କହିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ରାତି ପ୍ରାୟ ୯ଟା ସମୟରେ ଲକ୍ଷ୍ମୀପୂଜା ମଣ୍ଡପ ନିକଟସ୍ଥ ଏକ କ୍ଲବ୍ ଘର ପାଖରେ ଦୁଇ ଜଣ ଯୁବକ ବୋମାମାଡ଼ କରି ଫେରାର୍ ହୋଇ ଯାଇଥିଲେ।

ରାଜଧାନୀର ଏକ ରେଷ୍ଟୁରାଣ୍ଟ ଉପରକୁ ବୋମାମାଡ଼ କଲେ ଦୁର୍ବୃତ୍ତ! ରାଜଧାନୀର ଏକ ରେଷ୍ଟୁରାଣ୍ଟ ଉପରକୁ ବୋମାମାଡ଼ କଲେ ଦୁର୍ବୃତ୍ତ! Boomb blast

ପଢନ୍ତୁ; ସକାଳୁ ଖାଲି ପେଟରେ ପିଅନ୍ତୁ ଅଦା ଜୁସ୍‌, ଦୂର ହେବ ଅନେକ ସମସ୍ୟା

Related posts

ନିଷ୍ଠୁର ହେଲା ମା : ନିଆଁରେ ପୋଡ଼ି ହୋଇଯାଇଥିବା ୭ ମାସର ଝିଅ ଶେଷରେ ଆଖି ବୁଜିଲା

Krishna Kumar Manoj

ସରକାରୀ ଚାକିରି ପାଇଁ ଲାଞ୍ଚ ? ଘଟଣା କ’ଣ ନଜର ପକାନ୍ତୁ

Krishna Kumar Manoj

Drainage & Sewerage Projects Of Cuttack, Bhubaneswar Will Complete By 2018 Last – JICA

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More