• Home
  • News
  • ବାହାଘରରେ ମୃତ୍ୟୁ ଉପହାର : ଉପହାର ପ୍ୟାକଟରେ ବୋମା ! ବିସ୍ଫୋରଣ ଘଟି ବର ,ଜେଜେମା’ ମୃତ
News

ବାହାଘରରେ ମୃତ୍ୟୁ ଉପହାର : ଉପହାର ପ୍ୟାକଟରେ ବୋମା ! ବିସ୍ଫୋରଣ ଘଟି ବର ,ଜେଜେମା’ ମୃତ

“ବୋମା ଉପହାର”

ଘର କାନ୍ଥରୁ ବାସର ଫୁଲ ଝଡିନି। ପାଞ୍ଚଦିନ ତଳେ ଖୁସିରେ ଘର ଉଠୁଥିଲା ପଡୁଥିଲା। ୧୮ ତାରିଖରେ ହୋଇଥିଲା ବାହାଘର। ୨୦ରେ ଭୋଜିଭାତ ବି ସରିଥିଲା। ବାହାରୁ ଆସିଥିବା ଅତିଥିମାନେ ଫେରିଯାଇଥିଲେ। ଫୁରୁସତ ପାଇ କିଏ କ’ଣ ଉପହାର ଦେଇଛନ୍ତି ତାହା ଦେଖୁଥିଲେ ବର-ବଧୂ। ପାଖରେ ଠିଆ ହୋଇଥିଲେ ସଂପର୍କୀୟ ଜେଜେ ମା’।ଗୋଟିଏ ପରେ ଗୋଟିଏ ଉପହାର ପ୍ୟାକେଟ୍‌ ଖୋଲା ହେଉଥିଲା। ହଠାତ୍‌ ଏକ ଉପହାର ପ୍ୟାକେଟ୍‌ ଖୋଲିବା ବେଳେ ଘଟିଲା ପ୍ରଚଣ୍ଡ ବିସ୍ଫୋରଣ। ଥରିଗଲା ସମଗ୍ର ଅଞ୍ଚଳ। ପାଖପଡ଼ିଶା ଲୋକେ ଧାଇଁଆସି ଦେଖିବା ବେଳକୁ ଘର ଭିତର ଛିନ୍‌ଛତ୍ର ହୋଇଯାଇଥିଲା। କାନ୍ଥ ଫାଟି ଆଁ କରିଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ଛଟପଟ ହେଉଥିଲେ ତିନିଜଣ। ବରବଧୂଙ୍କ ପାଦର ଅଳତା, ହାତର ଗଇଁଠାଳ, ମେହେନ୍ଦି ସବୁକିଛି ଜୁଡ଼ୁବୁଡ଼ୁ ହୋଇଯାଇଥିଲା ରକ୍ତରେ।

ନବବିବାହିତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଥିଲା। ଘଟଣାକୁ ନେଇ ଶୁକ୍ରବାର ପାଟଣାଗଡ଼ ସ୍ତବ୍ଧ ହୋଇଯାଇଛି। ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲେ ମଧ୍ୟ ଘଟଣାର ପ୍ରକୃତ ରହସ୍ୟ ଜଣାପଡିନାହିଁ। ୫ଦିନ ପୂର୍ବରୁ ଧୁମ୍‌ଧାମରେ ବିବାହ ଉତ୍ସବ ସରିଥିବା ଘରେ କିଏ ଓ କାହିଁକି ବୋମା ଉପହାର ଦେଇ ଏଭଳି କାଣ୍ଡ ଭିଆଇଲା ସେନେଇ ପ୍ରକୃତ ତଥ୍ୟ ଜଣାପଡି ନାହିଁ। ତେବେ ପ୍ରେମ ଘଟଣାକୁ କେନ୍ଦ୍ର କରି ଏଭଳି ବୋମା ଉପହାର ଦିଆଯାଇଥାଇ ପାରେ ବୋଲି ଲୋକେ ଟୁପରଟାପୁର ହେଉଛନ୍ତି। ପୋଲିସ ପକ୍ଷରୁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉଥିବା କୁହାଯାଇଛି। ପାଟଣାଗଡ ବ୍ରହ୍ମପୁରା ତଥା ବ୍ଳକ ଛକ ନିକଟରେ ରହୁଥିବା ପାଟଣାଗଡ଼ ଜବାହାରଲାଲ କଲେଜର ଅଧ୍ୟାପକ ରବୀନ୍ଦ୍ର ସାହୁ ଏବଂ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଏକମାତ୍ର ପୁତ୍ର ସୌମ୍ୟ ଶେଖର ସାହୁ।

ପୂର୍ବାହ୍ନ ପ୍ରାୟ ୧୨ଟା ୪୫ ମିନିଟରେ ଘରେ ଭୟଙ୍କର ବିସ୍ଫୋରଣ ଶବ୍ଦ ଶୁଭିଥିଲା। ପଡୋଶୀ ଲୋକେ କାଳେ ଗ୍ୟାସ ସିଲିଣ୍ଡର ଫାଟିଲା ଭାବି ଦୌଡିଥିଲେ। ତେବେ ପଡୋଶୀ ଲୋକେ ଘରେ ପହଞ୍ଚତ୍ଲା ବେଳକୁ ସୌମ୍ୟଙ୍କ ଶରୀର ଖିନ୍‌ଭିନ୍‌ ହୋଇଯାଇଥିବା ବେଳେ ଜେମାମଣି ଚେତାଶୂନ୍ୟ ହୋଇପଡିଥିଲେ। ନବବିବାହିତା ରିମା ଗୁରୁତର ଅବସ୍ଥାରେ ପଡୋଶୀଙ୍କୁ କହିଥିଲେ ଯେ, ଏକ ଗିଫ୍ଟ ପ୍ୟାକ୍‌ ଖୋଲିବା ବେଳେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଘର କାନ୍ଥ ଫାଟି ଯାଇଥିତ୍ବାବେଳେ ଡାଇନିଂ ରୁମ୍‌ ଝରକା କବାଟ ଫାଟି ପ୍ରାୟ ୨୦ ଫୁଟ୍‌ ଦୂରରେ ପଡିଥିଲା।

ବାହାଘରରେ ମୃତ୍ୟୁ ଉପହାର : ଉପହାର ପ୍ୟାକଟରେ ବୋମା ! ବିସ୍ଫୋରଣ ଘଟି ବର ,ଜେଜେମା’ ମୃତ bride and groom

ପଢନ୍ତୁ;

ସବୁବେଳେ ଥକ୍କା ଲାଗୁଛି କି ? କରନ୍ତୁ ନାହିଁ ଅଣଦେଖା, ନଚେତ ଭବିଷ୍ୟତରେ ବଡ଼ ସମସ୍ୟାରେ ପଡି ପାରନ୍ତି

Related posts

ହସ୍ପିଟାଲରେ ଭର୍ତ୍ତି ହେଲେ ଇନ୍ଦ୍ରାଣୀ ମୁଖାର୍ଜୀ

Krishna Kumar Manoj

ଛତିଶଗଡ଼ର ରାଜ୍ୟପାଳ ହେଲେ ଆନନ୍ଦିବେନ ପଟେଲ

Krishna Kumar Manoj

କେରଳ ବନ୍ୟା ପୀଡ଼ିତଙ୍କ ଲାଗି ଗୋଟିଏ ଦିନର ଦରମା ଦାନ କଲେ ଓଡ଼ିଶା ଆଇଏଏସ୍‌, ଆଇପିଏସ୍‌ ସଂଘ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More