• Home
  • News
  • ପୁଣି ମୁଣ୍ଡ ନେଲା ବମିଖାଲ ଓଭରବ୍ରିଜ୍ : ଜଣେ ଶ୍ରମିକ ମୃତ , ଜଣେ ଗୁରୁତର
News

ପୁଣି ମୁଣ୍ଡ ନେଲା ବମିଖାଲ ଓଭରବ୍ରିଜ୍ : ଜଣେ ଶ୍ରମିକ ମୃତ , ଜଣେ ଗୁରୁତର

ଶ୍ରମିକଙ୍କ ଉପରେ ଭୁଶୁଡିଲା ବିଶାଳ ଲୁହା ଛଡ ଢାଞ୍ଚା

ବମିଖାଲ ଓଭରବ୍ରିଜ୍ ରେ ପୁଣି ଅଘଟଣ ଘଟିଛି । ଓଭରବ୍ରିଜ୍ ବାଡ ପାଇଁ ନିର୍ମାଣଧୀନ ଲୁହା ଷ୍ଟ୍ରକଚର ଭୁସୁଡି ପଡିବାରୁ ଲୁହା ଗଦା ଭିତରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତୁ ଘଟିଛି । ଅନ୍ୟଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ମୃତ ଶ୍ରମିକଙ୍କ ନାମ ଅଜୟ ଭୂମିଜ (୩୮) ଓ ଆହତଙ୍କ ନାମ ଆନନ୍ଦ କୁମାର ନାୟକ (୩୫) ।  ଉଭୟଙ୍କ ଘର ସୁନ୍ଦରଗଡରେ ।

ରାତି ପ୍ରାୟ ୯ଟା ୩୦ ମିନିଟ ସମୟରେ ବମିଖାଲ ଓଭରବ୍ରିଜ୍‌ର ସନ୍ତୋଷୀ ମା’ ମନ୍ଦିର ସମ୍ମୁଖ ରିଟେନ୍‌ ଓ୍ଵାଲ୍‌ ନିର୍ମାଣ ବେଳେ ଏହି ଦୁର୍ଘଟଣା ଘଟିଛି । ରିଟେନ୍‌ ଓ୍ଵାଲ୍‌ ନିର୍ମାଣ ପାଇଁ ରଡ୍‌ ବନ୍ଧା ସରିଥିବା ବେଳେ ଏହାର ଢଳେଇ ପାଇଁ ସେଣ୍ଟ୍ରିଂ କରାଯାଉଥିଲା । କିନ୍ତୁ ବର୍ଷା ଯୋଗୁଁ ମାଟି ନରମ ଥିବାରୁ ବନ୍ଧା ହୋଇଥିବା ଫାଉଣ୍ଡେସନ ରଡ୍‌ ଭାରସାମ୍ୟ ହରାଇ ବ୍ରିଜର ଭିତର ପାର୍ଶ୍ୱକୁ ଢଳି ଯାଇଥିଲା ।

ଏଠାରେ ଢଳେଇ ପାଇଁ ପ୍ରାୟ ୧୦ରୁ ଅଧିକ ଶ୍ରମିକ ସେଣ୍ଟ୍ରିଂ ଓ ରଡ୍‌ ବାନ୍ଧୁଥିବା ବେଳେ ଦୁଇ ଜଣ ଏହା ତଳେ ଚାପି ହୋଇ ଯାଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଅଜୟ ଭୂମିଚଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ଗତ ସେପ୍ଟେମ୍ବର ୧୦ରେ ଓଭରବ୍ରିଜର ଛାତ ପଡ଼ୁଥିବାବେଳେ ସେଣ୍ଟ୍ରିଂ ଭୁଶୁଡ଼ି ପଡ଼ିବାରୁ ସେହିବାଟ ଦେଇ ଯାଉଥିବା ଝାରପଡ଼ା ଅଞ୍ଚଳର ସତ୍ୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ନାବାଳିକା ଝିଅ ଗୁରୁତର ଆହତ ହୋଇଥିଲେ । ଏହାବ୍ୟତୀତ ୧୧ ଜଣ ଶ୍ରମିକ ମଧ୍ୟ ଆହତ ହୋଇଥିଲେ । ଘଟଣାକୁ ନେଇ କିଛିଦିନ ରାଜ୍ୟ ସରକାର ବିବାଦରେ ରହିବା ପରେ ପରବର୍ତ୍ତୀ ସମୟରେ ପୁଣି ଉକ୍ତ ସଂସ୍ଥାକୁ ନିର୍ମାଣ କାର୍ଯ୍ୟ ସାରିବାକୁ ଦାୟିତ୍ୱ ଦିଆଯାଇଥିଲା। ୨୦୧୮ ଏପ୍ରିଲ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରହିଥିଲା।  କିନ୍ତୁ ଶେଷ ହୋଇପାରି ନ ଥିଲା । ମେ ମଧ୍ୟଭାଗ ଆଡ଼କୁ କାମ ସାରି ଓଭରବ୍ରିଜ ଉଦ୍‌ଘାଟନ କରିବାକୁ ଯୋଜନା ରହିଥିଲା। ସେଥିପାଇଁ ତରବରିଆ ଭାବେ ଠିକା ସଂସ୍ଥା କାର୍ଯ୍ୟ ଚଳାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ପୁଣି ମୁଣ୍ଡ ନେଲା ବମିଖାଲ ଓଭରବ୍ରିଜ୍ : ଜଣେ ଶ୍ରମିକ ମୃତ , ଜଣେ ଗୁରୁତର bamikhal overbridge

ପଢନ୍ତୁ ;

ଖରାଦିନେ ଅଧିକ କେଶ ଝଡୁଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର!

Related posts

ବହୁ ପ୍ରତୀକ୍ଷିତ ଓ ଚର୍ଚିତ ତିନି ତଲାକ ମାମଲାରେ ସୁପ୍ରିମକୋର୍ଟ ରାୟ ଆଜି ପ୍ରକାଶ ପାଇବ

Krishna Kumar Manoj

ସିରିୟାରେ ରାସାୟନିକ ଆକ୍ରମଣ

Krishna Kumar Manoj

ବିଦ୍ୟୁତ ଆପେଲେଟ ଟ୍ରିବ୍ୟୁନାଲର ନୂତନ ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କଲେ ମଞ୍ଜୁଳା ଚେଲ୍ଲୁର

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More