EnewsOdia.Com

ନିଜ ଫଟୋ ମୋବାଇଲରେ ଦେଖି ଆଶ୍ଚର୍ଯ୍ୟ ହୋଯାଉଛନ୍ତି ବଣ୍ଡା ଜନଜାତି

ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ୍‌ର ବଣ୍ଡାଘାଟିରେ ବସବାସ କରନ୍ତି ପ୍ରାଚୀନ ବଣ୍ଡା ଜନଜାତି। ବଣ୍ଡାଘାଟିର ମଦୁଲିପଡ଼ା ଏବଂ ଅଣ୍ଡ୍ରାହାଲ ପଞ୍ଚାୟତର ପ୍ରାୟ ୩୨ଟି ଗ୍ରାମରେ ଏହି ଜନଜାତି ନିଜର ପାରମ୍ପରିକ ଜୀବନ ଶୈଳୀରେ ଏବେ ବି ଜୀବନ ଯାପନ କରୁଛନ୍ତି। ଏକବିଂଶ ଶତାବ୍ଦୀରେ ପୃଥିବୀ ପାଦ ଥାପି ସାରିଥିଲେ ହେଁ ଏମାନେ ଏବେ ବି ବାହ୍ୟଜଗତ ସହ ନିଜକୁ ଖାପ ଖୁଆଇ ପାରିନାହାନ୍ତି। ଜଣେ ବ୍ୟକ୍ତି ମୋବାଇଲରେ ବଣ୍ଡା ମହିଳାଙ୍କର ଫଟୋ ଉଠାଇ ଦେଖାଇବାରୁ ସେମାନେ ନିଜ ନିଜର ଫଟୋକୁ ମୋବାଇଲରେ ଦେଖି ଆନନ୍ଦିତ ହେବା ସହ ଭୟଭୀତ ମଧ୍ୟ ହୋଇପଡୁଥିବା ଦେଖିବାକୁ ମିଳିଥିଲା। ଏତେ ଶୀଘ୍ର କିପରି ସେମାନଙ୍କର ଫଟୋ ଏହି ଯନ୍ତ୍ରରେ ଆସିଯାଉଛି ତାକୁ ନେଇ ସେମାନଙ୍କ ମନରେ ଅନେକ ଅସମାହିତ ପ୍ରଶ୍ନ। ଏହା କୌଣସି ଭୌତିକ ବିଷୟ ଭାବି କେତେବେଳେ ଦୂରେଇ ଯାଉଛନ୍ତି ତ ପୁଣି କେତେବେଳେ ଏହାର ଚମତ୍କାରିତା ଦେଖି ପାଖେଇ ଆସୁଛନ୍ତି।

ଏହା ଏକ ଫୋନ୍ ବୋଲି ସେମାନଙ୍କୁ ବୁଝାଇବା ସହ ଏହାର କାର୍ଯ୍ୟ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଉଛି। ଦୁର୍ଗମ ବଣ୍ଡାଘାଟି ଅଞ୍ଚଳରେ ମୋବାଇଲ ପହଞ୍ଚିଥିବା ବେଳେ ଯୋଗାଯୋଗର ଏହି ଆଧୁନିକ ଯନ୍ତ୍ରଟିକୁ ନେଇ ଉତ୍କଣ୍ଠିତ ହୋଇ ପଡ଼ିଛି ଜନଜାତି। ଯାଦୁ ଭଳି ସମସ୍ତ ଜିନିଷ ତୁରନ୍ତ ମୋବାଇଲରେ କଏଦ ହେଉଥିବାରୁ ସେମାନେ ଏହାକୁ ଦେବତାଙ୍କ ସହ ମଧ୍ୟ ତୁଳନା କରୁଛନ୍ତି। ଏହି ଜନଜାତି ଲୋକଙ୍କୁ ମୋବାଇଲର ବ୍ୟବାହାର ସମ୍ପର୍କରେ ସଚେତନ କରାଇବା ସହ ସେବା ପହଞ୍ଚାଇ ପାରିଲେ ଏମାନଙ୍କ ଜୀବନ ଯାତ୍ରା ସୁଗମ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଉଛି।

ପଢନ୍ତୁ: ଭାରତ ଗସ୍ତ ସମୟରେ ଶୁଦ୍ଧ ଶାକାହାରୀ ଖାଦ୍ୟ ଖାଇବେ ଟ୍ରମ୍ପ

ସମ୍ବନ୍ଧିତ ଖବର

ଏବେ ଟିଭି ଦେଖୁଥିବା ଲୋକଙ୍କୁ ସେଟ୍ ଅପ୍ ବକ୍ସ ଲଗାଇବା ପାଇଁ କରିବାକୁ ପଡିବ KYC

Ratnamani Maharana

‘କାଳିଆ’ ପାଇଁ ସ୍ଵାମୀ-ସ୍ତ୍ରୀ ଅଲଗା

Ratnamani Maharana

ଜେଏନ୍‌ୟୁରେ ଫି’ ବୃଦ୍ଧିକୁ ନେଇ ତାତିଲେ ଛାତ୍ରଛାତ୍ରୀ

Ratnamani Maharana

ଆଜି ବି ଏହି ସବୁ ଜିଲ୍ଲାରେ ବର୍ଷା

Ratnamani Maharana

ଆପାର୍ଟମେଣ୍ଟରେ ରହି ପାର୍କିଂରୁ ବିକ୍ରି କରୁଥିଲା ଚୋରା ଗାଡ଼ି

Ratnamani Maharana

ଭୀମସାରରେ ଏଚ୍‌ଆଇଭି ସଂକ୍ରମିତ ଉପକରଣରେ ଅ‌ନ୍ୟ ୧୨ ଜଣଙ୍କ ଅସ୍ତ୍ରୋପଚାର

Ratnamani Maharana