Entertainment

ଦୁବାଇ ଛାଡି ପାରିବେନି ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର , ଜାଣନ୍ତୁ କାରଣ କ’ଣ

ବୋନିଙ୍କ ବୟାନ ରେକର୍ଡ

ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ସସପେନସ୍ ଜାରି ରହିଥିଲା ବେଳେ ,ଏପଟେ ଦୁବାଇ ପୁଲିସ୍ ଶ୍ରୀଦେବୀଙ୍କ ସ୍ୱାମୀ ତଥା ପ୍ରଯୋଜକ ବୋନି କପୁରଙ୍କୁ ଦୁବାଇ ନ ଛାଡିବାପାଇଁ ନିର୍ଦ୍ଦେଶ ଦେଇଥିବା କଥା ପୁଣି ଚହଳ ସୃଷ୍ଟି କରିଛି । ଶ୍ରୀଦେବୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ଜାରି ରହିଥିବାରୁ ଦୁବାଇ ପବ୍ଲିକ ପ୍ରୋସିକ୍ୟୁଟର ବୋନି କପୁରଙ୍କୁ ଦୁବାଇ ନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏକଥା ପ୍ରଘଟ ହେବାପରେ ବୋନିଙ୍କ ପୁଅ ଅର୍ଜୁନ କପୁର ବାଧ୍ୟ ହୋଇ ଦୁବାଇ ଯାଇଥିବା ଜଣାଯାଇଛି । ସରକାରୀ ଓକିଲ କହିଛନ୍ତି ଯେ ଶ୍ରୀଦେବୀଙ୍କ ମୃତ୍ୟୁ ଲାଗି ଆଗରୁ ଷଡଯନ୍ତ୍ର ରଚା ଯାଇଥିଲା। ଏହାର ପର୍ଦ୍ଦାଫାସ କରିବାକୁ ଦୁବାଇ ପୁଲିସ୍ ପ୍ରଚେଷ୍ଟା ଜାରି ରଖିଛି। ସେ କହିଛନ୍ତି ଯେ ଏଭଳି ଅସ୍ୱାଭାବିକ ମୃତ୍ୟୁ ଘଟିଲେ ଦୁବାଇରେ ଯେଉଁ ଆଇନଗତ ବ୍ୟବସ୍ଥା ରହିଛି ତାହାକୁ ପୂରଣ କରିବାଲାଗି ଅତି କମରେ ତିନି ଦିନ ଲାଗିଥାଏ।

ଶ୍ରୀଦେବୀ ଜଣେ ବଡ଼ ସେଲିବ୍ରିଟି ହୋଇଥିବା ହେତୁ ଏହାକୁ ଅଧିକ ଗମ୍ଭୀରତାର ସହ ନେଇଛି ପୁଲିସ୍। ଏହା ଏକ ସୁପରିକଳ୍ପିତ ଷଡଯନ୍ତ୍ର କି ନା ତାହା ଜାଣିବାକୁ ପ୍ରୟାସ ଚାଲିଛି। ଶ୍ରୀଦେବୀ କେବେ ବି ମଦ ପିଅନ୍ତି ନାହିଁ ବୋଲି କୁହାଯିବାପରେ ତାଙ୍କର ରକ୍ତରୁ ଆଲକୋହଲ୍ ମିଳିଥିବା ଘଟଣାକୁ ଅଧିକ ସନ୍ଦେହଜନକ କରୁଥିବା ମନେ ହୁଏ ।

ଏହି ମାମଲା ଏବେ କୋର୍ଟରେ ପହଞ୍ଚିଛି । ତେଣୁ ଏହି ଘଟଣାର ସମାଧାନ ନ ହେବା ପର୍ଯ୍ୟନ୍ତ ବୋନି ଦୁବାଇ ଛାଡି ପାରିବେନି ବୋଲି ଜଣା ପଡିଛି । ଗତକାଲି ବୋନିଙ୍କ ବୟାନ ରେକର୍ଡ କରିଥିଲା ଦୁବାଇ ପୋଲିସ ।

ପଢନ୍ତୁ ;

ଜୀବନରେ ସଫଳତା ଚାହୁଛନ୍ତି କି ? ତେବେ ଏହି ୪ଟି ଭୁଲ କରନ୍ତୁ ନାହିଁ

Related posts

ନିର୍ମାଣ ହେବ ଦିଲ୍ଲୀପ ତିର୍କୀଙ୍କ ବାୟୋପିକ

ENO Beuro

ପଦ୍ମାବତ ପରେ ଏବେ ମଣିକର୍ଣ୍ଣିକାକୁ ନେଇ ଉଠିଲା ବିରୋଧର ସ୍ୱର

ENO Beuro

‘ପାଟଣାଗଡ’ ଫିଲ୍ମକୁ ବିରୋଧ:ଥାନାରେ ଲିଖିତ ଅଭିଯୋଗ ଦେଲେ ମୃତ ସୌମ୍ୟଙ୍କ ବାପା

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More