Entertainment

ସନ୍ଦେହରେ ଶ୍ରୀଦେବୀଙ୍କ ମୃତୁ : ଦୁର୍ଘଟଣା ନା ଷଡଯନ୍ତ୍ର , ଦୁବାଇ ପୋଲିସ ଷ୍ଟେସନରେ ବୋନି କପୁରଙ୍କୁ ପଚରାଉଚରା

ମୃତଦେହ ପହଞ୍ଚିବାରେ ବିଳମ୍ବ

ବଲିଉଡର ଅଭିନେତ୍ରୀ  ଶ୍ରୀଦେବୀଙ୍କର ମୃତୁ ବୁଡିଯିବା ଯୋଗୁ ହୋଇଥିଲା ବୋଲି ଦୁବାଇ ପୋଲିସ ତଥା ସେଠାକାର ଫୋରେନସିକ ବିଭାଗ ଦାବି କରି ଥିଲେ ମଧ୍ୟ ଏହି ଘଟଣାଙ୍କୁ ନେଇ ଦେଖାଯାଇଥିବା ସନ୍ଦେହର ଅନ୍ତ ଘଟୁନାହିଁ  । ଶନିବାର ରାତିରେ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି । ସେଥିପାଇଁ ଶ୍ରୀଦେବୀଙ୍କ ପାର୍ଥିବ ଶରୀର ଭାରତ ଅଣାଯିବାରେ ବଳମ୍ବ ଦେଖାଯାଇଛି ।

ଏହି ଘଟଣାକୁ ନେଇ ସୋମବାର ଦୁବାଇ ପୋଲିସ ସ୍ୱର୍ଗତ ଶ୍ରୀଦେବୀଙ୍କ ପତି ତଥା ଫିଲ୍ମ ପ୍ରଯୋଜକ ବୋନି କପୁରଙ୍କୁ ପଚରାଉଚରା କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ଖବରରୁ ଜଣାପଡ଼ିଛି । କୁହାଯାଉଛି ଯେ, ଶ୍ରୀଦେବୀଙ୍କ ପାର୍ଥିବ ଶରୀର ମଙ୍ଗଳବାର ଭାରତ ଆସିପାରେ, କିନ୍ତୁ ଏହା ସ୍ୱଷ୍ଟ ନୁହେଁ ବୋଲି ରିପୋର୍ଟରୁ ଜଣାପଡ଼ିଛି ।

ଦୁବାଇ ପୋଲିସ ବୋନି କପୂରଙ୍କୁ ପୋଲିସ ଷ୍ଟେସନ ଡାକି ମୃତ ସମ୍ପନ୍ଧିତ ଅନେକ ପ୍ରଶ୍ନ ପଚାରିଥିଲା । ବୟାନ ରେକର୍ଡ ପରେ ବୋନି କପୁରଙ୍କୁ ହୋଟେଲ ଯିବାକୁ ଅନୁମତି ଦିଆଯାଇ ଥିଲା । ଶ୍ରୀଦେବୀଙ୍କ ପତ୍ନୀ ବୋନି କପୁରଙ୍କ ବୟାର ରେକର୍ଡ କରାଯାଇଛି । ଦୁବାଇ ପୋଲିସ ଶ୍ରୀଦେବୀଙ୍କ ଅଚେତ ହେବା ପୂର୍ବରୁ ଓ ପରେ ହୋଇଥିବା ଘଟଣାକୁ ନେଇ ପ୍ରଶ୍ନ କରିଛି ।

ଏହି ଘଟଣାକୁ ପୋଲିସ ଯାଞ୍ଚ କରୁଛି । ଏହି କ୍ରମରେ ବୋନି କପୁରଙ୍କୁ ପଚରାଉଚରା କରିଛି, କାରଣ ସେ ଥିଲେ ଶେଷ ବ୍ୟକ୍ତି, ଯିଏକି ଶ୍ରୀଦେବୀ ଅଚେତ ହେବା ପୂର୍ବରୁ ପରେ ମଧ୍ୟ ହସ୍ପିଟାଲ ନେଇ ଯିବା ପର୍ଯ୍ୟନ୍ତ ସାଥୀରେ ଥିଲେ । ବୋନି କପୁରଙ୍କ ସହିତ ଶ୍ରୀଦେବୀଙ୍କ ହସ୍ପିଟାଲ ଆଣିବାରେ ସାହାଯ୍ୟ କରିଥିବା ଅନ୍ୟ ୩ଜଣଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି ।

ୟୁନାଇଟେଡ ଆରବ ଇମିରେଟରେ ଭାରତୀୟ ରାଜଦୂତ ନବଦୀପ ସୁରୀ କହିଛନ୍ତି, ପୋଲିସ ପୋଷ୍ଟମର୍ଟମ ରିପୋଟ ଆମକୁ ଦାଖଲ କରିଛନ୍ତି । ଦୁବାଇରେ ଏଭଳି ମାମଲାରେ ୨-୩ ଦିନ ଲାଗିଥାଏ । ସୁରୀ ଟୁଇଟରରେ ଲେଖିଛନ୍ତି, ଆମେ ସ୍ଥାନୀୟ ଅଧିକାରୀଙ୍କ ସହିତ କାମ କରୁଛୁ । ଶ୍ରୀଦେବୀଙ୍କ ପାର୍ଥିବ ଶରୀର ଯେମିତି ଶୀଘ୍ର ଭାରତ ପହଞ୍ଚିବ ସେଥିପାଇଁ ଲାଗିଛୁ ।
ସନ୍ଦେହରେ ଶ୍ରୀଦେବୀଙ୍କ ମୃତୁ : ଦୁର୍ଘଟଣା ନା ଷଡଯନ୍ତ୍ର , ଦୁବାଇ ପୋଲିସ ଷ୍ଟେସନରେ ବୋନି କପୁରଙ୍କୁ ପଚରାଉଚରା sridebi kapoor 2
ପଢନ୍ତୁ ;

ପ୍ରତିଦିନ ଲସି ପିଇଲେ ଆମ ଶରୀରରକୁ କ’ଣ ଲାଭ ମିଳିଥାଏ ଜାଣନ୍ତୁ

Related posts

ପ୍ରଥମ ଦିନରେ ସାଉଥ୍ ସୁପର ଷ୍ଟାର ମହେଶ ବାବୁଙ୍କ ଫିଲ୍ମ ଭାଙ୍ଗିଲା ରେର୍କଡ

Krishna Kumar Manoj

କଣ୍ଠଶିଳ୍ପୀ ଉଦିତ୍ ନାରାଣୟଙ୍କ ପୁଅ ଆଦିତ୍ୟ ନାରାୟଣ ଗିରଫ

Krishna Kumar Manoj

ଏହି ଅଭିନେତ୍ରୀଙ୍କ ଫିଲ୍ମକୁ ୨୫ ଥର ଦେଖିଥିଲେ ବାଜପେୟୀ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More