19 C
Bhubaneswar
December 4, 2020
EnewsOdia.Com
ନ୍ୟୁଜ୍

ବ୍ରିଟେନର ପ୍ରଧାନମନ୍ତ୍ରୀ ହେଲେ ଭାରତର ଜ୍ୱାଇଁ

ବ୍ରିଟେନରେ ହୋଇଥିବା ସାଧାରଣ ନିର୍ବାଚନରେ ଶାସକ କନଜରଭେଟିଭ ଦଳକୁ ପୁଣିଥରେ ଜନାଦେଶ ମିଳିଛି। ବହୁମତ ମିଳିଥିବାରୁ କନଜରଭେଟିଭ ଦଳ ପୁଣି ଥରେ ସରକାର ଗଢ଼ିବାକୁ ଯାଉଛି। ପ୍ରଥମ ଥର ପାଇଁ ବୋରିସ  ଜନସନଙ୍କ ନେତୃତ୍ୱରେ କନଜରଭେଟିଭ ଦଳ ଏହି ବହୁମତ ପାଇଛି। ପୂର୍ବ ସାଧାରଣ ନିର୍ବାଚନରେ ଥେରେସା ମେ’ଙ୍କ ନେତୃତ୍ୱରେ କନଜେରଭେଟିଭ ଦଳ ନିର୍ବାଚନ ଜିତିଥିଲା। ହେଲେ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ସେ ଇସ୍ତଫା ଦେଇଥିଲେ। ଫଳରେ ଥେରେସାଙ୍କ ସରକାରରେ ବୈଦେଶିକ ମନ୍ତ୍ରୀ ଥିବା ବୋରିସ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏବେ ସେ ପୁଣିଥରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ଏଥିସହ ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ୟୁରୋପ ସଙ୍ଘରୁ ବ୍ରିଟେନ ଅଲଗା ହୋଇ ବ୍ରେକଜିଟ୍ ଡିଲ୍ ଲାଗୁ କରିବେ ବୋଲି ଜଣାପଡ଼ିଛି। ତେବେ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଏଥିପାଇଁ ଯେ, ସମ୍ପର୍କରେ ବୋରିସ ଭାରତର ଜ୍ୱାଇଁ ହେବେ।

ବୋରିଶ ଜନସନଙ୍କ ପ୍ରଥମ ପତ୍ନୀ ମରିନା ହ୍ୱିଲର ଭାରତୀୟ ବଂଶୋଦ୍ଭବ। ତାଙ୍କ ମା’ ଦୀପ ଶୀଖ ସମ୍ପ୍ରଦାୟର ଥିଲେ। ଏବେ ମରିନାଙ୍କ ସହ ଛାଡ଼ପତ୍ର ମାମଲା ଚାଲିଛି। ବୋରିଶ ଭାରତୀୟ ବଂଶୋଦ୍ଭବଙ୍କର ଜ୍ୱାଇଁ ହୋଇଥିବାରୁ ସେ ଭାରତୀୟଙ୍କର ସମର୍ଥନ ପାଇବାରେ ସମର୍ଥନ ହୋଇଛନ୍ତି। ଏମିତିକି ନିର୍ବାଚନ ପ୍ରଚାର ବେଳେ ଅନେକ ହିନ୍ଦୀ ଗୀତ କନଜରଭେଟିଭ ଦଳ ପକ୍ଷରୁ ବ୍ୟବହାର କରାଯାଇ ଭାରତୀୟ ବଂଶୋଦ୍ଭବ ଭୋଟରଙ୍କୁ ଆକୃଷ୍ଟ କରାଯାଇଥିଲା। ବୋରିଶ ପ୍ରଥମେ ଜଣେ ସାମ୍ୱାଦିକ ଥିଲେ। ଏହାପରେ ସେ ରାଜନୀତିରେ ପାଦ ଥାପିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବୋରିଶଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ଭାରତ ଏବଂ ବ୍ରିଟେନ ଏକାଠି ହୋଇ କାମ କରିବେ ବୋଲି ମୋଦି କହିଛନ୍ତି।

ପଢନ୍ତୁ: ବଟେଶ୍ବର ବେଳାଭୂମିରେ ଲାଗିଲା ୩୦ ଫୁଟ ଲମ୍ବର ମୃତ ତିମି

Related posts

ଏବେ ପାସପୋର୍ଟରେ ଦେଖିବାକୁ ମିଳିବ ପଦ୍ମ ଚିହ୍ନ

Ratnamani Maharana

ଚାନ୍ଦବାଲିରୁ ଉଦ୍ଧାର ହେଲା ‘ବ୍ଲାକ୍ ଡାଇମଣ୍ଡ’

Ratnamani Maharana

ଶିକ୍ଷକଙ୍କୁ ଖରାଛୁଟି ମନା, ଛୁଟିରେ ଚାଲିବ ଏକ୍ସଟ୍ରା କ୍ଲାସ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More