Loading...

ଅଷ୍ଟମ ସନ୍ତାନର ଜଣକ ହେବେ ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌

ଅଷ୍ଟମ ସନ୍ତାନର ଜଣକ ହେବେ ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌

ଗତ ୮ ମାସ ହେଲାଣି ମତେ ଭାରି କ୍ଲାନ୍ତ ଲାଗୁଛି କିନ୍ତୁ, କୁନୁକୁ ଦେଖିବା ପାଇଁ ଆଉ ଅପେକ୍ଷା କରିବାକୁ ତର ସହୁନାହିଁ।

 

ଗତ ୮ ମାସ ହେଲାଣି ମତେ ଭାରି କ୍ଲାନ୍ତ ଲାଗୁଛି କିନ୍ତୁ, କୁନୁକୁ ଦେଖିବା ପାଇଁ ଆଉ ଅପେକ୍ଷା କରିବାକୁ ତର ସହୁନାହିଁ। ପୁଣି ଜଣଙ୍କର ବଡ଼ଭାଇ ହେଉଥିବାରୁ ୱିଲ୍‌ଫ୍‌ ବି ଭାରି ଉଚ୍ଛନ୍ନ ହୋଇ ସବୁବେଳେ ଏକଥା କହିବୁଲୁଛି। କିନ୍ତୁ, ରୋମି ଏ ବିଷୟରେ କିଛି ଟେର୍‌ ପାଇଥିବା ପରି ମନେହେଉନାହିଁ। ଖୁବ୍‌ ଶୀଘ୍ର ସେ ବି ଜାଣିପାରିବ।

ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ପୁଣି ବାପା ହେବେ ବୋଲି ଶୁକ୍ରବାର ଦିନ ତାଙ୍କ ସ୍ତ୍ରୀ କ୍ୟାରି କହିଛନ୍ତି। ଏହା ହେବ ବୋରିସ୍‌ ଓ କ୍ୟାରିଙ୍କର ତୃତୀୟ ତଥା ବୋରିସ୍‌ଙ୍କର ଅଷ୍ଟମ ସନ୍ତାନ।‘ଇନ୍‌ଷ୍ଟାଗ୍ରାମ୍‌’ରେ ଏଇ ଆନନ୍ଦପ୍ରଦ ଖବର ସେୟାର୍‌ କରି ୩୫ ବର୍ଷୀୟ କ୍ୟାରି ଲେଖିଛନ୍ତି, ମାତ୍ର ଅଳ୍ପ କେଇ ସପ୍ତାହ ଭିତରେ ନୂଆ ଟିମ୍‌ ମେମ୍ବର୍‌ ପହଞ୍ଚିବେ। ଏଥିସହିତ ସେ ୩ ବର୍ଷିୟ ପୁଅ ୱିଲ୍‌ଫ୍‌ ଓ ବର୍ଷକର ଝିଅ ରୋମିଙ୍କର ହାତ ଧରି ଚାଲୁଥିବାର ସୁନ୍ଦରିଆ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

ଗତ ୮ ମାସ ହେଲାଣି ମତେ ଭାରି କ୍ଲାନ୍ତ ଲାଗୁଛି କିନ୍ତୁ, କୁନୁକୁ ଦେଖିବା ପାଇଁ ଆଉ ଅପେକ୍ଷା କରିବାକୁ ତର ସହୁନାହିଁ। ପୁଣି ଜଣଙ୍କର ବଡ଼ଭାଇ ହେଉଥିବାରୁ ୱିଲ୍‌ଫ୍‌ ବି ଭାରି ଉଚ୍ଛନ୍ନ ହୋଇ ସବୁବେଳେ ଏକଥା କହିବୁଲୁଛି। କିନ୍ତୁ, ରୋମି ଏ ବିଷୟରେ କିଛି ଟେର୍‌ ପାଇଥିବା ପରି ମନେହେଉନାହିଁ। ଖୁବ୍‌ ଶୀଘ୍ର ସେ ବି ଜାଣିପାରିବ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.