Entertainment

ଆଗକୁ ବକ୍ସ ଅଫିସରେ ଦେଖିବାକୁ ପାଇବେ ଏହି ୩ ସୁନ୍ଦରୀଙ୍କ ଟକ୍କର

By Krishna Kumar Manoj

February 19, 2018

ଟକ୍କରରେ ଆକ୍ସନ, ହରର୍ ଥ୍ରୀଲର ଏବଂ ରେମାଟିଂକ ସିନେମା

ସମସ୍ତେ ସିନେମାଟିକୁ ଗୋଟେ ଭଲ ଡେଟରେ ରିଲଜ୍ କରିବାକୁ ଚାହିଁଥାନ୍ତି । ହେଲେ ଯେତେ ସିନେମା ତିଆରି ହେଉଛି କାହାକୁ ଭଲ ରିଲିଜ ମିଳିବ ବା କେୁଉଁଠୁ  । ଏପରି କିଛି ଘଟିଛି ଉର୍ବଶୀ ରୌତେଲା, ତାପସୀ ପାନ୍ନୁ, ଓ ହଲିଉଡ ଅଭିନେତ୍ରୀ ଏଲିସିଆ ଭେକେଣ୍ଡରଙ୍କ ଘଟଣାରେ । ଏହି ୩ ଅଭିନେତ୍ରୀ ମାର୍ଚ୍ଚ ୯ରେ ବକ୍ସ ଅଫିସରେ ଟକ୍କର ଦବାର ନଜର ଆସିବେ । ଏହି ଟକ୍କରରେ ଆକ୍ସନ, ହରର୍ ଥ୍ରୀଲର ଏବଂ ରେମାଟିଂକ ମସାଲା ସହିତ ବହୁତ କିଛି ଦେଖିବାକୁ ମିଳିବ ।

ବଲିଉଡର ଦୁଇ ସୁନ୍ଦରୀଙ୍କର ଏହି ସମାନ ଦିନରେ ସିନେମା ରିଲିଜ ହେଉଛି । ତାପସୀ ପାନ୍ନୁଙ୍କ ଫିଲ୍ମ ଦିଲ୍ ଜଙ୍ଗଲୀ ଏକ ରୋମାଟିଂକ କମେଡି ହୋଇଥିବା ବେଳେ ଉର୍ବଶୀ ରୌତେଲାଙ୍କ ହେଟ ଷ୍ଟେରୀ ୪ ସସପେନ୍ସ ଥ୍ରୀଲର ପ୍ରତିଶୋଧାତ୍ମକ ସିନେମା ।

ହେଟ ଷ୍ଟେରୀ ୪ ସିନେମାଟି ଅଭିନେତ୍ରୀ ଉର୍ବଶୀଙ୍କ ବୋଲ୍ଡ ସିନ୍ ପାଇଁ ଚର୍ଚ୍ଚାରେ ଅଛନ୍ତି । ଆଗରୁ ମଧ୍ୟ ହେଟ୍ ଷ୍ଟୋରୀ ସିରିଜର ତିନୋଟି ଯାକ ସିନେମା ବୋଲ୍ଡ ସିନ୍ ପାଇଁ ଚର୍ଚ୍ଚାରେ ରହିଆସିଛି । ଏହି ସିନେମାଟି ମାର୍ଚ୍ଚ ୨ରେ ରିଲିଜ  ହେବାର ଥିଲା କିନ୍ତୁ ଅନୁଷ୍କା ଶର୍ମାଙ୍କ ‘ପରୀ’ ପାଇଁ ରିଲିଜ ତାରିଖ ଘୁଂଚାଇ ଦିଆଯାଇଛି ।

ହଲିଉଡ ସୁପରଷ୍ଟାର ଏଲିସିଆ ‘ଟମ୍ବ ରାଇଡର’ ମାଧ୍ୟମରେ ପରଦାରେ ତାଙ୍କ ଜଲୱା ଦେଖାଇବେ । ଲାରା କ୍ରାଫ୍ଟ ସିରିଜର ଏହି ସିନେମାରେ ପ୍ରଥମେ ଆଞ୍ଜେଲିନା ଜୋଲି ଅଭିନୟ କରିଥିଲେ ।ହେଲେ ଦେଖିବାକୁ ଗୋଟିଏ ଦିନରେ ରିଲିଜ ହେଉଥିବା ତିନୋଟି ସିନେମା ମଧ୍ୟରୁ କାହାକୁ ପସନ୍ଦ କରିବେ ଦର୍ଶକ ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ପିତୃପୁରୁଷଙ୍କ ଫଟୋ ଘରର କେଉଁ ଜାଗାରେ ଲଗେଇଲେ ଆଶୀର୍ବାଦ ମିଳେ ଜାଣନ୍ତୁ