News

ସାଇକେଲ ହ୍ୟାଣ୍ଡଲ ବାଜିବାରୁ ନାବାଳକ ଛୁରା ମାଡରେ ନାବାଳକ ମୃତ

ପିଉସୀ ଘରକୁ ଆସି ଜୀବନ ଗଲା

ସମ୍ବଲପୁରରେ ଅଭାବନୀୟ ଘଟଣା । ସମ୍ବଲପୁର ସହରରେ ଆଜି ଜଣେ ନାବାଳକଙ୍କ ଛୁରା ମାଡରେ ଆଉ ଜଣେ ନାବାଳକ ପ୍ରାଣ ହରାଇଛି । ଦୁଇ ନାବାଳକଙ୍କ ମଧ୍ୟରେ ସାମାନ୍ୟ କାଳିରୁ ଘାତିଯାଇଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ଗଗତକାଲି ସଂନ୍ଧ୍ୟାରେ ତୁଷାର ରାୱତ ଦେହେରିପାଲି ସ୍ଥିତ ପିଉସୀ ଘର ନିକଟରେ ସାଇକେଲ ଚଳାଉଥିଲେ । ସେହି ସମୟରେ ଜଣେ ୧୨ ବର୍ଷ ନାବାଳକ ଦେହରେ ସାଇକେଲ ହ୍ୟାଣ୍ଡଲ ବାଜି ଯାଇଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କିଛି ସମୟ ପାଟିତୁଣ୍ଡ ହୋଇଥିଲା ।

ଏଥିରେ ଉତକ୍ଷିପ୍ତ ହୋଇ ନାବାଳକ ଜଣଙ୍କ ପକେଟରୁ ରଖିଥିବା ଛୁରୀରେ ତୁଷାରଙ୍କ ବେକକୁ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ତୁଷାରଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ ସଦର ଡ଼ାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ଡ଼ାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଅଭିଯୁକ୍ତ ନାବଳକ ଫେରାର ରହିଛି ।

ଉତ୍ତର ପ୍ରଦେଶ ବନାରସରୁ ସମ୍ବଲପୁର ପିଉସୀ ଘରକୁ ବୁଲିବାକୁ ଆସିଥିଲେ ତୁଷାର । ଉତ୍ତରପ୍ରଦେଶ ବନାରସର ସ୍ୱର୍ଗତ ଉମେଶ ରାଓ୍ଵତ ଏବଂ ଲକ୍ଷ୍ମୀ ଦେବୀଙ୍କ ୧୪ ବର୍ଷର ପୁଅ ତୁଷାର ସେଠାରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ। ସ୍କୁଲ ଛୁଟି ହୋଇଥିବାରୁ କିଛି ଦିନ ତଳେ ସେ ସମ୍ବଲପୁରରେ ରହୁଥିବା ନିଜ ପିଉସୀ ସୋନି ଦେବୀଙ୍କ ଘରକୁ ବୁଲିବାକୁ ଆସିଥିଲେ । ଏହି ବୁଲିବା ତାଙ୍କ ପାଇଁ ଶେଷ ଯାତ୍ରା ହୋଇଯାଇଛି ।

ପଢନ୍ତୁ ;

ନିଜକୁ ଗୁଳି ଆତ୍ମହତ୍ୟା କଲେ ବରିଷ୍ଠ ଆଇପିଏସ୍ ଅଫିସର

Related posts

ଦୌଲତାବାଦରେ ନଦୀକୁ ଖସିଲା ବସ୍‌, ୩୬ ମୃତ

ENO Beuro

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇ ଓଡିଶା ପାଇଁ ଗୌରବ ଆଣିଛନ୍ତି ୨ ଓଡ଼ିଆ

ENO Beuro

ନାବାଳିକା ଦୁଷ୍କର୍ମ ମାମଲା:ବାବା ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ!

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More